jayashree

ନିଧି ସଂସ୍ଥା ତରଫରୁ ଅତି ଗରିବ ପରିବାରଙ୍କୁ ରିଲିଫ୍ ସାମଗ୍ରୀ ବଣ୍ଟନ

ଟିଟିଲାଗଡ, (ଗୌରବ ଦର୍ଜୀ) : ଜାତୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନୀଧି ଏବଂ ଅଜୀମ ପ୍ରେମଜୀ ଫାଉଣ୍ଡେସନର ମିଳିତ ପ୍ରୟାସରେ ଗତ ଦୁଇଦିନ ଧରି ମୁରିବହଲ ବ୍ଳକର ବିଟାବନ୍ଧ, ମାଲିଶିରା, ବାଙ୍କେଲ୍ ଏଵଂ ଲେବେଡା ପଞ୍ଚାୟତର ୨୫୦ ଅତିଗରିବ ପରିବାରଙ୍କୁ ଶୁଖିଲା ଖାଦ୍ୟ, ମାସ୍କ, ସାବୁନ୍ ଇତ୍ୟାଦି ବଣ୍ଟନ କରାଯାଇଛି । ନିଧି ସଂସ୍ଥା ଗତ କିଛବର୍ଷ ଧରି ମୁରିବହାଲ୍ ବ୍ଲକରେ ସମାଜର ଅତିଗରିବ ପରିବାରଙ୍କ କଲ୍ୟାଣ ତଥା ଦୀର୍ଘଗାମୀ ଜୀବିକା ବିକାଶ ନିମନ୍ତେ ୬ଟି ପଞ୍ଚାୟତରେ କାମ କରି ଆସୁଛି । କୋରାନା ମହାମାରୀ ଏବଂ ତାଲା ବନ୍ଦୀ ସମୟରେ ବିଧବା ମହିଳା, ଭିନ୍ନକ୍ଷମ, ଦିନମଜୁରୀୟା, ଗମ୍ଭୀର ରୋଗଗ୍ରସ୍ତ ବ୍ୟକ୍ତି, ଜମିହୀନ ପରିବାରମାନେ ଜୀବିକା ଅଭାବରୁ ବହୁତ କଷ୍ଟରେ ଜୀବନ ଯାପନ କରୁଛନ୍ତି । ମହାମାରୀରେ ଏହି ପରିବାରଙ୍କୁ ସହଯୋଗ କରିବା ପାଇଁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନିଧି ଦ୍ୱାରା ଜରୁରୀ ଖାଦ୍ୟ ସାମଗ୍ରୀର ବିତରଣ କରାଯାଇଛି । ଏହି ରିଲିଫ୍ କାର୍ୟକ୍ରମକୁ ଓଡ଼ିଶା ଜୀବିକା ମିଶନର କର୍ମୀ, ପଞ୍ଚାୟତ ସରପଞ୍ଚ, ଅଙ୍ଗୱାଡ଼ି କର୍ମୀ ଏବଂ ନିଧିର କର୍ମକର୍ତ୍ତା ମାନେ ମିଳିତ ଭାବେ ସଞ୍ଚାଳନ କରୁଛନ୍ତି । ଏହି ରିଲିଫ୍ ବଣ୍ଟନ ଆଗାମୀ କିଛି ସପ୍ତାହ ପର୍ୟ୍ୟନ୍ତ ଚାଲିବ ଯାଦ୍ୱାରା ମୋଟ ୧୧୦୦ ପରିବାର ଉପକୃତ ହେବେ ବୋଲି କର୍ମକର୍ତ୍ତା ମାନେ ସୂଚନା ଦେଇଛନ୍ତି । ନିଧିର କାର୍ୟ୍ୟକର୍ତ୍ତା ଯମୁନା ସାହୁ, ତଥାଗତ ବଗର୍ତ୍ତି, ସୁମନ୍ତି ସାହୁ, ତାରାପଦ ପ୍ରଧାନଙ୍କ ସହ ଲେବଡା ସରପଞ୍ଚ ହେମସାଗର ସାହୁ ଓ କାର୍ୟ୍ୟନିର୍ବାହୀ ଅଧିକାରୀ ସୀତାକାନ୍ତ ବେହେରା ଉପସ୍ଥିତ ଥିଲେ ।

Leave A Reply

Your email address will not be published.