ଭିଡିଓ ଭାଇରାଲ, ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲରେ ସୁରକ୍ଷା କର୍ମୀ ଗାଢ଼ ନିଦରେ…..

ବଲାଙ୍ଗିର, (କେପିଏନ୍‌ଏସ୍‌) : ୱାଃ….କି ନିଦ ! ହାତରୁ ମୋବାଇଲ ଟାଣି ନେଲେ ବି ଜାଣି ପାରୁନାହାନ୍ତି ବାବୁ । ନିଦରେ ପୁରା ଚୁର୍‌…. । ଗାଢ଼ ନିଦ । ଏ ଭିଡିଓ ଏବେ ଘୁରି ବୁଲୁଛି ମୋବାଇଲରୁ ମୋବାଇଲ୍‌କୁ । ଜବରଦସ୍ତ ଭାଇରାଲ ହେଉଛି । ଚର୍ଚ୍ଚାରେ ଏବେ ଏହି ସିକ୍ୟୁରିଟି ବାବୁ । ଏହା ହେଉଛି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲର ଏକ ନିଆରା ଦୃଶ୍ୟ । ରାତିରେ ରୋଗୀ ଓ ରୋଗୀଙ୍କ ପରିଜନଙ୍କୁ ସୁରକ୍ଷା କରିବା ପାଇଁ ନିଯୁକ୍ତ ସୁରକ୍ଷା କର୍ମୀ ଚେୟାରରେ ବସି ଢୁଳଉ ନାହାନ୍ତି ତ’, ପୂରା ଗାଢ଼ ନିଦରେ ଶୋଇ ପଡିଛନ୍ତି । ଦେଖଣାହାରି ତାଙ୍କ ହାତରୁ ମୋବାଇଲ ଟାଣି ନେଲେ ବି ଜାଣି ପାରୁନାହାନ୍ତି । ସୂଚନାଯୋଗ୍ୟ ଯେ, ହସ୍‌ପିଟାଲ ପରିସରରୁ ମୋବାଇଲ, ମୋଟର ସାଇକେଲ ଚୋରି ଘଟଣା ଦିନକୁ ଦିନ ବଢୁଥିବା ବେଳେ ସୁରକ୍ଷା କର୍ମୀଙ୍କ ଏହି ବିଭୋର ନିଦ୍ରିତ ଅବସ୍ଥା ଲୋକଙ୍କୁ ଚକିତ କରିପକାଉଛି । ବିଭାଗୀୟ କତ୍ତୃପକ୍ଷ ଉଚିତ ପଦକ୍ଷେପ ନେବାକୁ ଦାବୀ ହେଉଛି ।

Leave A Reply

Your email address will not be published.