ଲୋଇସିଂହା, (କେପିଏନ୍ଏସ୍) : ଶନିବାର ଅପରାହ୍ନ ଘ୧୨.୩୦ମିନିଟ ସମୟରେ ସକମା ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ଏକ ସେବା ନିବୃତ୍ତ ସମ୍ବର୍ଦ୍ଧନା ସଭା ୨ଜଣ ପ୍ରଧାନ ଶିକ୍ଷକ ରାଜ୍ କିଶୋର ଭୋଇ, ବଘାପାଲି, କନ୍ଦର୍ପ ରାଏ ସେମେଲିଆ , ଜଣେ ପ୍ରଧାନ ଶିକ୍ଷୟିତ୍ରୀ ଆରତୀ ସାହୁ, ଫାସଡଙ୍କ ଉପଲକ୍ଷେ ସକମା କେନ୍ଦ୍ର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜକୁମାର ବରାଡଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଂପାଦକ ପ୍ରଦୀପ କୁମାର ଖମାରୀ, ମୁଖ୍ୟ ବକ୍ତା ରାଜ୍ କୁମାର ରଣା, ସମ୍ମାନୀତ ଅତିଥି ବିଜୟ କୁମାର ସାହୁ, ଇନ୍ଦୁ ଭୂଷଣ ରଣା ଓ ସୁଚିତ୍ରା ରାଣୀ ନନ୍ଦ, ଗୀତାଞ୍ଜଳି ଗୁରୁ, ଗୋପିନାଥ ଦଣ୍ଡସେନା, ସଂକୀର୍ତ୍ତନ ମହାଲିଙ୍ଗ ତଥା ସକମା ଆଂଚଳିକ ସାଧନ କେନ୍ଦ୍ର ଅଧିନସ୍ଥ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ସମସ୍ତେ ଚାକିରୀ ରୁ ଅବସର ନେଇଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଂଗଳ କାମନା କରିଥିଲେ । ମୁଖ୍ୟ ଅତିଥି ସେବା ନିବୃତ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଆଗାମୀ ଦିନରେ ନିଜର କର୍ମମୟ ଜୀବନକୁ ଛାତ୍ରଛାତ୍ରୀ ତଥା ନିଜର ସନ୍ତାନ ସନ୍ତତିଙ୍କ ପାଇଁ ନିଷ୍ଠା ପର ଭାବେ ଉତ୍ସର୍ଗୀକୃତ ହେବାକୁ ଆହ୍ୱାନ କରିଥିଲେ । ଅବସର ପ୍ରାପ୍ତ ଶିକ୍ଷକ ଦ୍ୱୟନିଜ ଚାକିରି ଜୀବନର ଅନୁଭୁତି ବିଷୟରେ କହିଥିଲେ । ସଭାପତି ମାନବ ଜୀବନର ରହସ୍ୟ ଓ ଉପଯୋଗୀତା ସମ୍ବନ୍ଧରେ ସମ୍ୟକ ସୂଚନା ଦେଇଥିଲେ । ଶେଷରେ ଶ୍ରୀଯୁକ୍ତ ରଣା ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭାପତିଙ୍କ ଦ୍ଵାରା ସଭାସାଙ୍ଗ କରାଯାଇଥିଲା ।
