ଭର୍ଚ୍ଚୁଆଲ ସଭା ମାଧ୍ୟମରେ କୋଭିଡ ନିୟମ ମାନି ଚଳିବାକୁ ନିବେଦନ କଲେ ରୁଦ୍ର ପ୍ରତାପ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶ୍ୱ ମହାମାରୀ କରୋନା ଉଗ୍ରରୁପ ପାଇଁ ପିପିଲି ବିଧାନସଭା ଆସନ ଉପନିର୍ବାଚନ ତାରିଖକୁ ନିର୍ବାଚନ କମିଶନର ସ୍ଥଗିତ ରଖିଛନ୍ତି । ରାଜ୍ୟରେ କରୋନା ପାଇଁ କୋଭିଡ୍‌ ନିୟମ ଲାଗୁ ହୋଇଥିବା ବେଳେ ୧୯ତାରିଖ ପର୍ଯ୍ୟନ୍ତ ସଟ୍‌ଡାଉନ ଓ ଲକ୍‌ଡାଉନ ଜାରି ରହିଛି । ଡେଲାଙ୍ଗ ବ୍ଲକର ସମସ୍ତ ଘଟଣା ସମ୍ପର୍କରେ ଦଳୀୟ କାର୍ଯ୍ୟ କର୍ତାଙ୍କ ସହିତ ଭର୍ଚ୍ଚୁଆଲ ସଭା ମାଧ୍ୟମରେ ପିପିଲି ବିଧାନସଭା ଆସନର ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥି ରୁଦ୍ର ପ୍ରତାପ ମହାରଥି ଆଲୋଚନା କରିଛନ୍ତି । ଏହି ସଭାରେ ମହାମାରୀ କରୋନା ଠାରୁ କିପରି ନିଜକୁ ରକ୍ଷା କରି ପାରିବ ତା ଉପରେ ବିଶେଷ ଭାବରେ ଆଲୋଚନା କରାଯାଇଛି । ଏଥିରେ ଡେଲାଙ୍ଗ ବ୍ଲକ ବିଜେଡି ସଭାପତି ବୈାରାଗୀ ଜେନା, ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ମିଶନ ଶକ୍ତି ମହିଳା ମହାସଂଘ ସମ୍ପାଦିକା ବାସନ୍ତି ସାହୁ, ଜିଲ୍ଲା ପରିଷଦ ମଳୟ ମହାନ୍ତି, ଦେବାଶିଷ ନନ୍ଦ, ପୁଷ୍ପାଞ୍ଜଳୀ ସାମଲଙ୍କ ସମେତ ସରପଂଚ, ନୋମିନ ଓ ଦଳିୟ କାର୍ଯ୍ୟକର୍ତାମାନେ ଭାଗ ନେଇଥିଲେ । ମହାମାରୀ କରୋନା ରାଜ୍ୟରେ ଉଗ୍ରରୁପ ଧାରଣ କରୁଥିବା ବେଳେ ନିଜ ଜୀବନକୁ ସୁରକ୍ଷାରେ ରଖି କାଳତିପାତ କରିବାକୁ ହେବ । ସେଥିପାଇଁ ସରକାରଙ୍କ ସମସ୍ତ ନିୟମକୁ ମାନି ଚଳିବାକୁ ପଡିବ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଦ୍ୱାରା ରାଜ୍ୟରେ ଜାରି କରାଯାଇଥିବା ସଟ୍‌ଡାଉନ ଓ ଲକ୍‌ଡାଉନ ନିୟମକୁ ସମସ୍ତେ ମାନି ଚଳିଲେ ଆମ୍ଭେ ମାନେ ନିଜ ଜୀବନକୁ ସୁରକ୍ଷା ଦେଇ ପାରିବା ବୋଲି ରୁଦ୍ର ପ୍ରତାପ ମହାରଥି ସମସ୍ତ କାର୍ଯ୍ୟକର୍ତାକୁ ନିବେଦନ କରି ଜଣାଇଛନ୍ତି । ତତ୍‌ ସହିତ ଏହି ବିପଦ ସମୟରେ ଅସହାୟ ଓ ଗରୀବ ଲୋକଙ୍କୁ ସମସ୍ତ ପ୍ରକାରର ସାହାଯ୍ୟ ସହଯୋଗ କରିବେ ବୋଲି ସେ କହିଛନ୍ତି । ଭର୍ଚ୍ଚୁଆଲ ସଭାଟି ଗୁରୁବାର ଅପରାହ୍ନ ୪ଟାରୁ ଆରମ୍ଭ ହୋଇଥିବା ବେଳେ ପ୍ରାୟ ୧ଘଣ୍ଟା ପର୍ଯ୍ୟନ୍ତ ଡେଲାଙ୍ଗ ବ୍ଲକ ନିର୍ବାଚିତ ପ୍ରତିନିଧି ଓ ଦଳିୟ କାର୍ଯ୍ୟକର୍ତାମାନେ ଏଥିରେ ଭାଗନେଇ ନିର୍ବାଚନୀ ମଣ୍ଡଳିର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା ।

Leave A Reply

Your email address will not be published.