ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସଦର ସହରରେ ଥିବା ୩୩ କେଭି ବିଦ୍ୟୁତ ତାରକୁ ସହର ବାହାରେ କରିବାକୁ ସିନାପାଲି ବାସୀ ଲିଖିତ ଭାବେ ଶକ୍ତିମନ୍ତ୍ରୀ ପ୍ରତାପ ଦେବଙ୍କୁ ନିବେଦନ କରିଛନ୍ତି । ସୂଚନା ଯୋଗ୍ୟ ଯେ, ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସଦର ସହରରେ ଖଡିଆଳରୁ ସିନାପାଲି ଷ୍ଟକ୍ଚରକୁ ଆସିଥିବା ଉଚ୍ଚ କ୍ଷମତା ସଂମ୍ପର୍ଣ୍ଣ ୩୩ କେଭି ବିଦ୍ୟୁତ ତାର ସିନାପାଲି ସହର ଦେଇ ଦୀର୍ଘ କାଳ ହେଲା ଟଣା ଦିଆଯାଇଛି । ଏହି ବିଦ୍ୟୁତ ତାର ଜନବସତି ଭିତରେ ଦେଇ ଯାଇଥିବାରୁ ବିଭିନ୍ନ ସମୟରେ ଅନେକ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବା ବେଲଳ ଅନେକ ସମସ୍ୟା ହେଉଛି ଏବଂ ଭବିଷ୍ୟତରେ କୌଣସି ଦୁର୍ଘଟଣା ଘଟିବା ନେଇ ଏଡାଇ ଦିଆଯାଇ ପାରିବ ନାହିଁ । ଏଣୁ ସାଧାରଣ ଜନତାଙ୍କ ଦୁଷ୍ଟିରେ ରଖି ଯଥାଶୀଘ୍ର ବିପଦସଂକୁଳ ବିଦ୍ୟୁତ ତାରକୁ ସିନାପାଲି ସହରରୁ ବାହାରେ ଟାଣିବାକୁ ବିଧିବନ୍ଧ ଭାବେ ପଦକ୍ଷେପ ଗ୍ରହଣ କରିବାକୁ ନିବେଦନ କରିଛନ୍ତି । ଏନେଇ ଶକ୍ତିମନ୍ତ୍ରୀ ପ୍ରତାପ ଦେବ ତୁରନ୍ତ ବିଦ୍ୟୁତ ବିଭାଗକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ଏହି ଅବସରରେ ସିନାପାଲି ଉଦନ୍ତି ୟୁଥ କ୍ଲବ୍ ସଭାପତି ସୁରଜ୍ ମେହେର, ଝସକେତନ ରଣା, ଶୁଭ୍ରାଂଶୁ ନାଏକ, ସମେତ ଅନ୍ୟାନ୍ୟ ଉପସ୍ଥିତ ଥିଲେ ।
Prev Post
Next Post