ls

ମିଥ୍ୟା ଖବରକୁ ନେଇ ଅଟକିଛି ବିଲ୍ : ତୁରନ୍ତ ବିଲ୍ କରିବା ପାଇଁ ସରପଞ୍ଚଙ୍କ ନିବେଦନ

sb

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ମିଥ୍ୟା ଖବରକୁ ନେଇ ଅଟକିଛି ବିଲ୍ । ଶ୍ରମିକ ଓ ଠିକାଦାର ହନ୍ତସନ୍ତ । ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ବାଟାଗୁଡା ପଞ୍ଚାୟତରୁ । ସୂଚନା ପ୍ରକାରେ ବାଟାଗୁଡା ଗ୍ରାମ ପଞ୍ଚାୟତର ଜକିକିଆ ପ୍ରାଥମିକ ବିଦ୍ୟାଳୟର ପାଚେରୀ ନିର୍ମାଣ କାର୍ଯ୍ୟ ଶେଷ ହୋଇସାରିଛି । ହେଲେ ନିମ୍ନମାନର କାର୍ୟ୍ୟ ହୋଇଥିବା ନେଇ ଏକ ଅଭିଯୋଗ ହେବା ପରେ ବିଲ୍ ଅଟକି ରହିଛି । ସେପଟେ କାମ ଠିକ୍ ହୋଇଛି ଏବଂ ସରପଞ୍ଚ ଓ ମନ୍ତ୍ରୀଙ୍କ ତତ୍ବାବଧାନରେ କାର୍ୟ୍ୟ ହୋଇଥିବା କହିଛନ୍ତି ଠିକାଦାର ଓ ବାଟାଗୁଡ଼ା ସରପଞ୍ଚ ମେନକା ପ୍ରଧାନ । ବିଲ୍ ହେଲେ ଠିକାଦାର ଓ ଶ୍ରମିକ ଉପକୃତ ହୋଇପାରିବେ । ଏଣୁ ଯଥାଶୀଘ୍ର ବିଲ୍ କରିବା ପାଇଁ ବାଲିଗୁଡ଼ା ବିଡିଓଙ୍କୁ ଅନୁରୋଧ କରିଛନ୍ତି ସରପଞ୍ଚ । ଏ ସମ୍ପର୍କରେ ବାଲିଗୁଡା ବିଡ଼ିଓ ଡ଼. ଜଗଦିଶ ଷଡ଼ଙ୍ଗୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଏହି ଖବର ଅବଗତ ହେବା ପରେ ତଦନ୍ତ କରି ଠିକାଦାରଙ୍କ ବିଲ ନିଶ୍ଚିତ ପାସ କରାଯିବ ।

pc pk
Leave A Reply

Your email address will not be published.