centurian jitm

ଲଖମରା ଗ୍ରାମରେ ୭୭ ବର୍ଷର ନିଆରା ପରମ୍ପରା ‘ଅଏଁଲା ତଲ୍‌’ ପାଳିତ

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଲଖମରା ଗ୍ରାମରେ ଦେଶ ସ୍ୱାଧୀନତା ପୂର୍ବରୁ ଚାଲି ଆସିଥିବା ‘ଅଏଁଲା ତଲ୍‌’ ପରମ୍ପରା ଆଜି ବି ଗ୍ରାମବାସୀ ବଜାୟ ରଖି ଗ୍ରାମ ସାରା ମହିଳା, ପୁରୁଷ, ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ସମସ୍ତେ ଏକାଠି ବସି ପାଳନ କରୁଛନ୍ତି ‘ଅଏଁଲା ତଲ୍‌’ । ୧୯୪୫ – ୪୬ ମସିହାରେ ଗ୍ରାମସାର ଏକାଠି ‘ଅଁଏଲାତଲ୍‌’ ପାଳନ କରିବା ପାଇଁ ଗ୍ରାମବାସୀଙ୍କୁ ଏକଜୁଟ କରି ଏହାର ମୁଖ୍ୟ ପୁରୋଧା ସାଜିଥିଲେ ସ୍ୱର୍ଗତ ଗୋବର୍ଦ୍ଧନ ପୃଷ୍ଟି, ସ୍ୱର୍ଗତ ସୀତାରାମ ଦଣ୍ଡସେନା, ସ୍ୱର୍ଗତ ମେନା କଲଙ୍ଗା, ସ୍ୱର୍ଗତ ଟିକେଲାଲ ଝଗଡା, ସ୍ୱର୍ଗତ ଦେବରାଜ ସାହୁ, ସ୍ୱର୍ଗତ ମଙ୍ଗୁଳୁ ଚରଣ ସାହୁ, ସ୍ୱର୍ଗତ ପଦ୍ମମନ ରଣା ପ୍ରମୁଖ ବ୍ୟକ୍ତି । ପରବର୍ତ୍ତୀ ସମୟରେ ପୂର୍ବ ପୁରୁଷଙ୍କ ବିଚାର ଧାରାକୁ ପାଥେୟ କରି ଗ୍ରାମବାସୀଙ୍କୁ ଗୋଟିଏ ସ୍ଥାନରେ ‘ଅଏଁଲା ତଲ୍‌’ ପାଳନ ପାଇଁ ଗ୍ରାମର ମୁଖ୍ୟ ଶ୍ରୀ ମଧୁସୂଦନ ଦାସ ଶ୍ରୀ ନାରାୟଣ ବେହେରା, ଶ୍ରୀ ନୃପରାଜ ସାହୁ ଓ ଯୁବ ଗୋଷ୍ଠୀ ସେହି ପରମ୍ପରାକୁ ବଜାୟ ରଖିଛନ୍ତି । ହିନ୍ଦୁ ଧର୍ମର ରୀତି ନୀତି ଅନୁଯାୟୀ ଗାଁ ଗାଁରେ ମହିଳା ମାନେ କାର୍ତ୍ତିକ ମାସ ହବିଷ୍ୟା ପଞ୍ଚୁକ ପାଳନ କରିଥାନ୍ତି । ଚଳିତ ବର୍ଷ ୭୭ ବର୍ଷର ପରମ୍ପରା ଅନୁସାରେ ହାଇସ୍କୁଲ ପଡିଆରେ’ଅଏଁଲା ତଲ୍‌’ ପାଳନ କରା ଯାଇଥିଲା । ଏ ବର୍ଷ ଏହି କାର୍ଯ୍ୟକ୍ରମରେ ନେତୃତ୍ୱ ନେଇଥିଲେ ଶ୍ରୀମତୀ ଗୀତା ସାହୁ, ଆସମତି ମିଶ୍ର, ଶ୍ରୀମତୀ ପଦ୍ମତୋଳା ଝଗରା, ଶ୍ରୀମତୀ ଉମା ସାହୁ । ଚଳିତ ବର୍ଷ ଏହି ପରମ୍ପରାରେ ଲଖମରା ଗ୍ରାମରେ ସାମିଲ୍‌ ହୋଇଥିଲେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ।

Leave A Reply

Your email address will not be published.

error: Content is protected !!