ସମଗ୍ର ବିଶ୍ୱବାସୀଙ୍କୁ ନିଆରା ବାର୍ତ୍ତା ଦେଲେ ବରଗଡ଼ର ଡାକ୍ତର ଦମ୍ପତ୍ତି : ମହାଶିବରାତ୍ରି ଉପଲକ୍ଷେ ୧୦ ଜଣଙ୍କୁ ଦିଆଗଲା ଶତାୟୁ ସମ୍ମାନ

ବରଗଡ଼, (ନିରୋଜ କୁମାର ପାଣୀ) : ମହାଶିବରାତ୍ରି ମହୋତ୍ସବ ଉପଲକ୍ଷେ ବରଗଡ଼ର ଡାକ୍ତର ଦମ୍ପତ୍ତିଙ୍କ ନିଆରା ଉଦ୍ୟମ । ଦେବ ଦେବ ମହାଦେବଙ୍କ ଜାଗର ଯାତ୍ରା ଓ ମହାଶିବରାତ୍ରି ମହୋତ୍ସବକୁ ନେଇ ସମଗ୍ର ଦେଶ ଉତ୍ସବ ମୁଖର ହୋଇଛି । ବିଭିନ୍ନ ମାନସିକ ନେଇ ଭକ୍ତ, ଶ୍ରଦ୍ଧାଳୁ ଶୈବପୀଠରେ ଦେବ ଦେବ ମହାଦେବଙ୍କ ପୂଜାର୍ଚ୍ଚନା କରିଛନ୍ତି । ହେଲେ ମହାଶିବରାତ୍ରି ଉପଲକ୍ଷେ ବରଗଡ଼ ସହରର ଡାକ୍ତର ରାମକୃଷ୍ଣ ପୁରୋହିତ ଓ ତାଙ୍କ ପତ୍ନୀ ମମତା ପୁରୋହିତ ନିଆରା ଢଙ୍ଗରେ ଶତାୟୁ ପୁରୁଷ ଓ ମହିଳାଙ୍କୁ ପୂଜାର୍ଚ୍ଚନା କରି ମହାଶିବରାତ୍ରି ପାଳନ ସମଗ୍ର ବିଶ୍ୱରେ ଏକ ଭିନ୍ନ ଉଦାହରଣ ସୃଷ୍ଟି କରିଛି । ଆମେ ଶତାୟୁ, ଟ୍ରାଏ ଟୁ ଲିଭ ହଣ୍ଡ୍ରେଡ ଇଅର୍ସ ଏଭଳି ସଚେତନତା ବାର୍ତ୍ତା ନେଇ ପଣ୍ଡିତଙ୍କ ମହାମୃତ୍ୟଞ୍ଜୟ ମନ୍ତ୍ର, ଶଙ୍ଖ ବାଦ୍ୟ ତାଳେ ତାଳେ ୭ଜଣ ମହିଳା ଓ ୩ଜଣ ଶତାୟୁ ପୁରୁଷଙ୍କୁ ଫୁଲ, ଚନ୍ଦନ ଦେଇ ସେମାନଙ୍କଠାରୁ ନେଇଛନ୍ତି ଆଶିର୍ବାଦ । ଶତାୟୁ ସମ୍ମାନ ମହୋତ୍ସବକୁ କେନ୍ଦ୍ର ସରକାର କିଭଳି ଜାତୀୟ ସ୍ତରରେ ପାଳନ କରିବେ ସେଥିପାଇଁ ଲୋକସଭା ଅଧିବେଶନରେ ସ୍ୱତନ୍ତ୍ର ଭାବେ ଦାବି ଉପସ୍ଥାପନ କରିବେ ବୋଲି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ମହାଶିବରାତ୍ରି ଓ ଜାଗର ଯାତ୍ରାକୁ ନେଇ ରବିବାର ଉତ୍ସବମୁଖର ହୋଇଥିଲା ଗାଁଠୁ ସହର । ଦେଶ ଓ ରାଜ୍ୟର ବିଭିନ୍ନ ଶୈବ ଓ ଅଷ୍ଟଶମ୍ଭୁପୀଠରେ ମାନସିକ ନେଇ ଭକ୍ତ, ଶ୍ରଦ୍ଧାଳୁ ପୂଜାର୍ଚ୍ଚନା କରିଥିଲେ । ହେଲେ ବରଗଡ଼ ସହରର ଡାକ୍ତର ଦମ୍ପତ୍ତି ରାମକୃଷ୍ଣ ପୁରୋହିତ ଓ ତାଙ୍କ ପତ୍ନୀ ମମତା ପୁରୋହିତ ଏକ ଭିନ୍ନ ଢଙ୍ଗରେ ଶତାୟୁ ପୁରୁଷ ଓ ମହିଳାଙ୍କୁ ପୂଜ୍ୟପୂଜା କରି ମହାଶିବରାତ୍ରି ପାଳନ କରିଛନ୍ତି । ବରଗଡ଼ ହେଲଥ ଏଜୁକେସନ ଫାଉଣ୍ଡେସନ ତରଫରୁ ଆମେ ଶତାୟୁ, ଟ୍ରାଏ ଟୁ ଲିଭ ହଣ୍ଡ୍ରେଡ ଇଅର୍ସ ଏଭଳି ସଚେତନତା ବାର୍ତ୍ତା ୭ଜଣ ଶତାୟୁ ମହିଳା ଓ ୩ଜଣ ପୁରୁଷଙ୍କୁ ଶତାୟୁ ସମ୍ମାନ ଦେଇ ସେମାନଙ୍କଠାରୁ ଆଶିର୍ବାଦ ନେଇଥିଲେ ଡାକ୍ତର ଦମ୍ପତ୍ତି । ପଣ୍ଡିତଙ୍କ ମହାମୃତ୍ୟଞ୍ଜୟ ମନ୍ତ୍ର ପାଠ ଓ ଶଙ୍ଖ ବାଦ୍ୟ ତାଳେତାଳେ ଭିନ୍ନ ଢଙ୍ଗରେ ଶତାୟୁଙ୍କୁ ଫୁଲ, ଚନ୍ଦନ, ଉପଢୌକନ ଓ ମାନପତ୍ର, ନାରୀକେଳ ଦେଇ ପୂଜ୍ୟପୂଜା କରିଥିଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ଏଥିସହ ଶତାୟୁମାନଙ୍କ ପାଦ ଛୁଇଁ ଆଶିର୍ବାଦ ନେଇଥିଲେ ବରଗଡ଼ ସାଂସଦ । ମଥାରେ ଚନ୍ଦନ, ଗଳାରେ ଫୁଲମାଳ ଓ ମୁଣ୍ଡରେ ପଗଡ଼ି । ପରିଣତ ବୟସରେ ରାଜା ଓ ରାଣୀ ଭଳି ଦିଶୁଥିଲା ସେମାନଙ୍କ ଠାଣୀ । ମହାଶିବରାତ୍ରି ଉପଲକ୍ଷେ ବରଗଡ଼ ସହର ଡାକ୍ତର ଦମ୍ପତ୍ତି ନିଆରା ଢଙ୍ଗରେ ୧୦୦ରୁ ୧୦୯ ବର୍ଷ ବୟସର ୭ଜଣ ମହିଳା ଓ ୩ ଜଣ ଶତାୟୁ ପୁରୁଷଙ୍କୁ ପୂଜାର୍ଚ୍ଚନା କରି ମହାଶିବରାତ୍ରି ପାଳନ କରିଛନ୍ତି । ମହାଶିବରାତ୍ରିରେ ମନ୍ଦିରକୁ ଯାଇନଥିଲେ କି ଦେବ ଦେବ ମହାଦେବଙ୍କୁ ପାଣି ଢାଳିନଥିଲେ । ବରଂ ନିଜ ଜିଲ୍ଲାର ବିଭିନ୍ନ ଧର୍ମର ଶତାୟୁ ପୁରୁଷ ଓ ମହିଳାଙ୍କୁ ପୂଜା କରି ସେମାନଙ୍କଠାରୁ ନେଇଥିଲେ ଆଶିର୍ବାଦ । ଯାହା ଯୁବପୀଢ଼ୀ ଓ ଅନ୍ୟମାନଙ୍କ ପାଇଁ ହୋଇଛି ପ୍ରେରଣାର ସ୍ରୋତ । ଆଧୁନିକ ଯୁଗର ଖାଦ୍ୟ ପେୟରୁ ଦୁରେଇ ପ୍ରକୃତିରୁ ମିଳୁଥିବା ଫଳମୂଳ, କନ୍ଦା, ବିନା ରାସାୟନିକ ଯୁକ୍ତ ଖାଦ୍ୟ ଖାଇ ନିରାମୟ ଜୀବନ ବିତାଉଥିବା ଶତାୟୁ ବ୍ୟକ୍ତି ସମସ୍ତଙ୍କ ହୋଇଥିଲେ ମୁଖ୍ୟ ଆକର୍ଷଣ । ବରଗଡ଼ ହେଲଥ ଏଜୁକେସନ ଓ ଫାଉଣ୍ଡେସନ ଅଧ୍ୟକ୍ଷ ଡାକ୍ତର ରାମକୃଷ୍ଣ ପୁରୋହିତ ଶତାୟୁ ସମ୍ମାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ବିସ୍‌ସ୍ତୃତ ଆଲୋଚନା କରିଥିବା ବେଳେ ବୁର୍ଲା ୟୁନିଭରସିଟି ପ୍ରଫେସର ଡ. ପ୍ରଦୀପ କୁମାର ନାୟକ ମୁଖ୍ୟବକ୍ତା ଓ ବରଗଡ଼ ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାଣ୍ଡେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଶତାୟୁ ସମ୍ମାନ କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ରଞ୍ଜନ କୁମାର ଦେବତା ପରିଚାଳନା କରିଥିଲେ । ସ୍ୱାଗତ ଭାଷଣ, ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ ପୁରୋହିତ ଜେନେରାଲ ହସପିଟାଲ ଏମଡି ମମତା ପୁରୋହିତ । ମହାଶିବରାତ୍ରୀ ଓ ଜାଗର ଯାତ୍ରା ଉପଲକ୍ଷେ ଦେଶ ତଥା ରାଜ୍ୟରେ ଦ୍ୱିତୀୟ ଥର ପାଇଁ ବରଗଡ଼ ଜିଲାର ୧୦୦ବର୍ଷରୁ ଅଧିକ ସୁସ୍ଥ ଥିବା ମହିଳା ଓ ପୁରୁଷଙ୍କୁ ଦିଆଯାଇଥିବା ଶତାୟୁ ସମ୍ମାନ ସମାଜ ଓ ଆଗାମୀ ଯୁବ ପିଢ଼ିକୁ ନୂତନ ଦିଗଦର୍ଗଶ ସାଜିବା ସହିତ ସମଗ୍ର ବିଶ୍ୱବାସୀଙ୍କୁ ପ୍ରେରଣା ଯୋଗାଇବ ।

Leave A Reply

Your email address will not be published.