ଖଟଖଟିଆର ବ୍ରହ୍ମଣୀ ଡୁଙ୍ଗରିରେ ନିଆଁ : ଜୀବନ ବିକଳ କରୁଛି ତାତି ଓ ଧୂଆଁ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲାର କଣ୍ଟମାଲ ବ୍ଲକ ଅନ୍ତର୍ଗତ ଖଟଖଟିଆ ଗ୍ରା.ପ.ର ବ୍ରହ୍ମଣୀ ପାହାଡ଼ରେ ଆଜି ପୁଣି ନିଆଁ ଲାଗିଛି । ନିଆଁକୁ ଆୟତ୍ତ କରିବା ପାଇଁ ଆଖପାଖ ଅଂଚଳର ଲୋକେ ଚେଷ୍ଟା କରିଥିଲେ ମଧ୍ୟ ନିଆଁକୁ ଆୟତ୍ତ କରିପାରି ନଥିବାରୁ ମୂଲ୍ୟବାନ ଗଛ ସବୁ ନଷ୍ଟ ହୋଇଯାଉଛି । ଅନ୍ୟ ପକ୍ଷରେ ବନ୍ୟ ଜନ୍ତୁମାନେ ପାହାଡ ତଥା ରିଜର୍ବ ଜଙ୍ଗଲରେ ରହୁଥିବା ବେଳେ ଏବେ ନିଆଁ ଯୋଗୁଁ ପ୍ରାଣ ବିକଳରେ ଗ୍ରାମଭିମୁଖୀ ହେଉଥିବାରୁ ଅସାମାଜିକ ଲୋକେ ଶିକାର କରିବାର ଭୟ ରହୁଛି ।

ଗ୍ରୀଷ୍ମପ୍ରବାହକୁ ପାହାଡ଼ର ନିଆ ପାହାଡ଼ର ପାର୍ଶ୍ଵରେ ଥିବା ଗାଁ ସୌରୀପଲି, ଶଙ୍କରପୁର, ମସକୁଲା ଏବଂ ଆମ୍ବପଖଲର ଲୋକେ ନିଆ ତାତିକୁ ଏବେ ଅସହ୍ୟ ହୋଇପଡିଛନ୍ତି । ବିଶେଷକରି ଛୋଟ ଶିଶୁଙ୍କ ସ୍ୱାସ୍ଥ୍ୟ ପ୍ରତି ଆଶଙ୍କା ରହିଛି । ଲୋକେ ରାତିରେ ଘରେ ନା ବାହାରେ ରହିପାରୁଛନ୍ତି । ଜଙ୍ଗଲବିଭାଗ ଦୃଷ୍ଟି ଦେବାକୁ ଜନସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.