jayashree

ଜଂଗଲକୁ ନିଆଁ ଦାଉରୁ ରକ୍ଷା ପାଇଁ ବନ ସୁରକ୍ଷା ସମିତି ଓ ବନ ବିଭାଗର ମିଳିତ ସଚେତନତା ରାଲି

କଂଟାବାଂଜି, (ଗୁରୁଦୟାଲ ହଂସ) : ଜଂଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ମଂଗଳବାର ଦିନ ବନ ସୁରକ୍ଷା ସମିତି ଢୋଲମାନ୍ଦଲ ଏବଂ ବନ ବିଭାଗ ଦ୍ୱାରା ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଛି । ତୁରେକେଲା ବ୍ଲକର ଉପାନ୍ତ ମାଓପ୍ରବଣ ଅଂଚଳ ଢୋଲମାନ୍ଦଲ ପଂଚାୟତ ସଦର ଗାଁରେ ହୋଇଥିବା ରାଲିରେ ସ୍ଥାନୀୟ ସରକାରୀ ହାଇସ୍କୁଲର ଛାତ୍ରୀଛାତ୍ର, ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ ସାମିଲ ହୋଇ ଗ୍ରାମ ପରିକ୍ରମା କରିଛନ୍ତି । ସଚେତନତା ରାଲିରେ ଜଂଗଲକୁ ନିଆଁ ଦାଉରୁ ରକ୍ଷା କରିବା ସହିତ ବନ୍ୟ ଜନ୍ତୁକୁ ମଧ୍ୟ ସୁରକ୍ଷା ଦେବା ପାଇଁ ବିଭିନ୍ନ ବାର୍ତା ଦେଇଛନ୍ତି । ଢୋଲମାନ୍ଦଲ ଗ୍ରାମ ନିକଟରେ ଧୁଣ୍ଡେଲ ଓ ପାଟପାଣି ସଂରକ୍ଷିତ ଜଂଗଲ ଶାଗୁଆନ ଜଂଗଲ ପାଇଁ ସାରା ଭାରତ ପ୍ରସିଦ୍ଧି ଲାଭ କରିଥିବା ବେଳେ ଏହାର ସୁରକ୍ଷା କରିବା ଅଂଚଳବାସୀଙ୍କ ଦାୟିତ୍ୱ ବୋଲି ବନ ସୁରକ୍ଷା ସମିତିର ସଭାପତି ତଥା ଆବାହକ ମଧୁସୂଦନ ବନଛୋର ନିଜ ବକ୍ତବ୍ୟରେ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ କଂଟାବାଂଜି ବନ ବିଭାଗ ରେଂଜର ଶ୍ରାଦ୍ଧଦେବ ବଡମାଲି, ସମସ୍ତ ବନପାଳ ଏବଂ ବନରକ୍ଷୀ, ପାରା ପ୍ରୋଟେକ୍ସନ ଫୋର୍ସ ସହ ଗ୍ରାମବାସୀ ସାମିଲ ହୋଇଥିଲେ ।

Leave A Reply

Your email address will not be published.