ରାସ୍ତାକଡ଼ରେ ଥିବା ଛୋଟ ବଡ଼ ଗଛ ସବୁ ଜଳୁଛି

ସୋନପୁର, (ପ୍ରଭୁଦ‌ତ୍ତ ରଥ) : ସୋନପୁର ଜିଲ୍ଲାରୁ ବଲାଙ୍ଗିର ଜିଲ୍ଲାକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୫୭ ରାସ୍ତାକଡ଼ରେ ଥିବା ଛୋଟ ବଡ଼ ଗଛରେ କେହି ନିଆଁ ଲଗାଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଯେ, ଚାଷୀ ମାନେ ଧାନ ଅମଳ ହେବା ପରେ ସେଠାରେ ଥିବା ନଡ଼ା (ପରାଲି)କୁ ନିଆଁ ଲଗାଇ ଓ ମହୁଲ ଫୁଲ ପାଇଁ ନିଆଁ ଲଗାଇ ଚାଲି ଯାଉଛନ୍ତି । ଧୀରେ ଧୀରେ ତାହା ସବୁଆଡ଼େ ବ୍ୟାପୀ ରାସ୍ତା କଡ଼ରେ ଥିବା ଗଛରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ରୋପଣ କରାଯାଇଥିବା ଛୋଟ ବଡ ଗଛ ପୋଡ଼ି ନଷ୍ଟ ହୋଇଯାଇଛି ଓ ବାୟୁମଣ୍ଡଳ ଦୂଷିତ ହେଉଛି ଏବଂ ଧୁଆଁରେ କୃତ୍ରିମ କୁହୁଡି ସଦୃଶ୍ୟ ଦେଖାଯାଉଛି । ଏହା ଫଳରେ ତାପମାତ୍ରା ବୃଦ୍ଧି ପାଇବା ସହିତ ବାୟୁମଣ୍ଡଳରେ ଧୂଆଁ ଯୋଗୁଁ ନିଃଶ୍ୱାସ ନେବାକୁ ଅସୁବିଧା ହେଉଛି ବୋଲି ସ୍‌ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.