ପୁରୁଣା ସରକାରୀ ବସ୍‌ଷ୍ଟାଣ୍ଡ ଫଳ ବଜାର ପାଖ ଅଳିଆ ଗଦାରେ ଲାଗିଲା ନିଆଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୁରୁଣା ସରକାରୀ ବସ୍‌ଷ୍ଟାଣ୍ଡ ଫଳ ବଜାର ପାଖ ଅଳିଆ ଗଦାରେ ନିଆଁ ଲାଗିଥିବା ଖବର ମିଳିଛି । ସ୍ଥାନୀୟ ଲୋକେ ନିଆଁ ଲାଗିଥିବା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ନିଆଁ କେଉଁ କାରଣରୁ ଲାଗିଲା ତାହା ସ୍ପଷ୍ଟ ଜଣାପଡିନାହିଁ ।

Leave A Reply

Your email address will not be published.