ବିଦ୍ୟୁତ୍‌ ସଟ୍‌ସର୍କିଟ୍‌ରୁ ଗଦି ଗୋଦାମରେ ଲାଗିଲା ନିଆଁ : ଲକ୍ଷାଧିକ ଟଙ୍କାର କପା ଓ ଗଦି ନଷ୍ଟ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରୋଡ ନମ୍ବର ୩ରେ ଥିବା ଏକ ଗଦି ଗୋଦାମରେ ଗତକାଲି ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ, ଗତକାଲି ଅପରାହ୍ନ ୪ଟା ସମୟରେ ସହରର ୩ ନମ୍ବର ରୋଡ ସ୍ଥିତ ବଜରଙ୍ଗ ଜୈନଙ୍କ ଗଦି ଗୋଦାମରେ ବିଦ୍ୟୁତ ସଟ୍‌ସର୍କିଟ୍‌ ହୋଇ ନିଆଁ ଲାଗି ଯାଇଥିଲା । ଗଦି ତିଆରି ପାଇଁ ଥିବା ତୁଳାରେ ପ୍ରଥମେ ନିଆଁ ଲାଗି ଅନ୍ୟପଟେ ବ୍ୟାପିଥିଲା । ଖବର ପାଇ ଘଟଣାସ୍ଥଳକୁ ସ୍ଥାନୀୟ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏଥିପାଇଁ ଅଗ୍ନିଶମ କର୍ମଚାରୀଙ୍କୁ ବହୁ ପରିଶ୍ରମ କରିବାକୁ ପଡିଥିଲା । ଘଟଣାସ୍ଥଳରେ ଲୋକଙ୍କ ଭିଡ ନିୟନ୍ତ୍ରଣ ପାଇଁ ପୁଲିସ ଅଧିକାରୀ ବାମଦେବ ଶଙ୍ଖୁଆଳଙ୍କ ନେତୃତ୍ୱରେ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ । ବିଦ୍ୟୁତ୍‌ ବିଭାଗ କର୍ମଚାରୀ, ଜଳ ଯୋଗାଣ ବିଭାଗ କର୍ମଚାରୀ, ଏନ୍‌ଏସି କର୍ମଚାରୀ ନିଆଁକୁ ଆୟତତ୍ତ କରିବାରେ ଲାଗି ପଡିଥିଲେ ।

Leave A Reply

Your email address will not be published.