oom

ରାଧାରମଣ ନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ନବ ନିଯୁକ୍ତ ଶିକ୍ଷକ, ଶିକ୍ଷୟିତ୍ରୀ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଧାରମଣ ନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ନୂତନ ଭାବରେ ରେଗୁଲାର ହୋଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସମସ୍ତ ଏନ୍‌ପିଏସ୍‌ ଶିକ୍ଷକ,ଶିକ୍ଷୟିତ୍ରୀ ସମୂହଙ୍କୁ ନେଇ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଥଲା । ସ୍ୱାଗତ ସମ୍ୱର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥିଭାବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋକନାଥ ସୁନା, ଶିକ୍ଷକ ସଂଘର ସଭାପତି କମଳ ଲୋଚନ ସାହୁ, ସମ୍ପାଦକ ବିଷ୍ଣୁ ଚରଣ ସାହୁ, କୋଷାଧ୍ୟକ୍ଷ ରାମଚନ୍ଦ୍ର ପୁରୋହିତ, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସାଧାରଣ ସମ୍ପାଦକ ପ୍ରଦିପ କୁମାର ଖମାରୀ, ବରିଷ୍ଠ ଶିକ୍ଷକ ଭରତ ମହାକୁର ମଞ୍ଚାସୀନ ଥିଲେ । ସମ୍ବର୍ଦ୍ଧନା ଉତ୍ସବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋକନାଥ ସୁନା ମହୋଦୟ ନୂତନ ଶିକ୍ଷାନୀତି ମାଧ୍ୟମରେ ବିଦ୍ୟାଳୟର ସ୍ୱାଭିମାନ ଉଚ୍ଚତର କରିବାଓ ନୂତନ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ କର୍ତ୍ତବ୍ୟ ନିଷ୍ଠ ହେବା ପାଇଁ ପରାମର୍ଶ ଦେଇଥିଲେ ଏବଂ ଶିକ୍ଷକମାନଙ୍କର ସମସ୍ତ ସମସ୍ୟା ସମାଧାନ କରିବା ପାଇଁ କହିଥିଲେ । ସମ୍ବର୍ଦ୍ଧନା ଉତ୍ସବରେ ସୂର୍ଯ୍ୟକାନ୍ତ ବରାଡ ଏବଂ ବିନାୟକ ମିଶ୍ର ମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ସିଆର୍‌ସିସି, ଗଣେଶ ରାମ ପଣ୍ଡା, ପ୍ରଜ୍ଞା ପରମିତା ବହିଦାର, ରଙ୍କମଣି ବିଶ୍ଵାଳ, ଗୌରୀ ତ୍ରିପାଠୀ ଗୋପୀନାଥ ଦଣ୍ଡସେନା, ମହେଶ ମଲ୍ଲିକ, ପ୍ରକାଶ ବାରିକ, ତ୍ରିଲୋକ ସିଂହ ଗନ୍ଧର୍ବ ପାତ୍ର, କାଦମ୍ବିନୀ ମିଶ୍ର ଆଦି ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.