ସହଯୋଗ ଫାଉଣ୍ଡେସନ୍‌ ତତ୍ତ୍ୱାବଧାନରେ ନେତ୍ର ଦାନ କଲେ ଧର୍ମପରାୟଣ ମହିଳା

ବଲାଙ୍ଗିର, (କେପିଏନ୍‌ଏ୍‌ସ୍‌) : ସହଯୋଗ ଫାଉଣ୍ଡେସନ୍‌ର ତତ୍ତ୍ୱାବଧାନରେ ସୋନପୁର ଜିଲ୍ଲା ନିମ୍ନା ଗ୍ରାମର ବାସିନ୍ଦା ସୁରେଖା ଦାଶ (୯୦)ଙ୍କ ମୃତ୍ୟୁ ପରେ ନେତ୍ର ଦାନ କଲେ । ପ୍ରକାଶ ଥାଉକି, ଜୀବନ ଥିଲା ସମୟରେ ସହଯୋଗ ଫାଉଣ୍ଡେସନ୍‌ର ସଭ୍ୟମାନେ ଧର୍ମପରାୟଣ ମହିଳା ସୁରେଖା ଦାଶ ପାଖକୁ ଯାଇ ନେତ୍ର ଦାନ କରିବା ପାଇଁ ଅବଗତ କରିଥିଲେ । ମୃତ୍ୟୁ ହେବା ପୂର୍ବରୁ ସୁରେଖା ଦାଶ ୨ ପୁତ୍ର ସତ୍ୟନାରାୟଣ ଦାଶ, ରାମ ନାରାୟଣ ଦାଶ ପାଖକୁ ଡାକି ମୋର ମୃତ୍ୟୁ ପରେ ନେତ୍ର ଦାନ କରିବ ଯାହା ଫଳରେ ଅନ୍ୟମାନେ ମୋର ଆଖିରେ ପୁଣି ଦୁନିଆକୁ ଦେଖିପାରିବେ ବୋଲି କହିଥିଲେ । ସୁରେଖା ଦାଶଙ୍କ ବାର୍ଦ୍ଧିତ ଜନିତ ମୃତ୍ୟୁ ପରେ ନେତ୍ର ଦାନ ସମୟରେ ୨ ପୁତ୍ର ସହ ପୁତ୍ରବଧୁ ଆମ୍ବୁଜାକ୍ଷୀ ଦାଶ, ଝିଅ ଯୁଗେଶ୍ୱରୀ ମିଶ୍ର, ପ୍ରାଣେଶ୍ୱରୀ ଶତପଥୀ, ଶାନ୍ତିଲତା ନନ୍ଦ, ବାସନ୍ତୀ ଦେବତା, ଗୀତାଞ୍ଜଳୀ ମିଶ୍ର, ଜ୍ୱାଇଁ ସତ୍ୟନାରାୟଣ ମିଶ୍ର, ଧ୍ରୁବ ଚରଣ ଶତପଥୀ, ଦୁର୍ବାଦଲ ମିଶ୍ର, ନାତି ସନତ କୁମାର ମିଶ୍ର, ନରେଶ କୁମାର ଶତପଥୀ, ସୁନୀଲ ମିଶ୍ର, ତୃପ୍ତିମୟୀ ମିଶ୍ର, ସୁଶ୍ରୀ ରାଣୀ ବଡ଼ପଣ୍ଡା, ଦେବାଶିଷ ଦେବତା, ସାନନ୍ଦ ନନ୍ଦ ଓ ଆତ୍ମୀୟ ଜନ ତଥା ସହଯୋଗ ଫାଉଣ୍ଡେସନ୍‌ର ସଭ୍ୟ ପବନ ଅଗ୍ରୱାଲା, ରେଡ୍‌କ୍ରସ୍‌ କର୍ମୀ ରବି ଚନ୍ଦ୍ର ପଶାୟତ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.