oom

ନିଜ ଗାଁର ବ୍ୟକ୍ତିଙ୍କୁ ନେତାଜୀ କ୍ଲବର ଯୁବକ ମାନେ ରକ୍ତ ଦେଇ ଜୀବନ ବଞ୍ଚାଇଲେ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ରକ୍ତ ଦାନ ମହତ ଦାନ, ବର୍ତ୍ତମାନ ରକ୍ତର ଅଭାବ ଦେଖା ଦେଉଛି କିଛି ଦିନ ତଳେ ବରଗଡ ଖେଦାପାଲି ହସ୍ପିଟାଲରେ ଜଣେ ମହିଳାଙ୍କୁ ରକ୍ତ ଲାଗୁଥିବା ବେଳେ ରକ୍ତ ନ ମିଳିବାରୁ ଶେଷରେ ତାଙ୍କ ସ୍ୱାମୀ ବରଗଡ ମା’ ସମଲେଇ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ । ଶେଷରେ ତାଙ୍କୁ ରକ୍ତ ମିଳି ଯାଇଥିଲା । ଯାହା ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜୋର ଧରି ଥିଲା । ହେଲେଗତକାଲି ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ପୁଢ଼େରଖେର ଗ୍ରାମର ସୁବଲ ବାଙ୍କ ବରଗଡ ସାଇ ମଲ୍ଟି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ତାଙ୍କ ଅବସ୍ଥା ବହୁତ ଗୁରୁତର ଥିବା ଖବର ତାଙ୍କ ଗାଁର ପିଲା ମାନେ ପାଇ ସଙ୍ଗେ ସଙ୍ଗେ ନେତାଜୀ କ୍ଲବର ଦଶ ଜଣ ଯୁବକ ବରଗଡ ସାଇ ମଲ୍ଟି ହସ୍ପିଟାଲକୁ ପହଞ୍ଚି ରକ୍ତଦାନ କରିଥିଲେ । ଗାଁର ଯୁବକ ମାନଙ୍କ ଏହି ମହତ କାମକୁ ଗ୍ରାମବାସୀ ବେଶ ପ୍ରଶଂସା କରିଛନ୍ତି ।

jittmm
Leave A Reply

Your email address will not be published.