ନିଟ୍ ପରୀକ୍ଷାରେ ଶାଶ୍ୱତଙ୍କ ସଫଳତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଶାନ୍ତିନଗର ନିବାସୀ ବାପା ଡାକ୍ତର କୈଳାସ ଚନ୍ଦ୍ର ମେହେର ଓ ମା ସୁମନା ମେହେରଙ୍କ ପୁତ୍ର ଶାଶ୍ୱତ କୁମାର ମେହେର ପଦ୍ମପୁର ଯୁକ୍ତ ଦୁଇ ବିଜ୍ଞାନ ୨୦୨୩ ପରୀକ୍ଷାରେ ୯୧.୪% ମାର୍କ ରଖି ପାସ୍ କରିଥିବା ବେଳେ ନିଟ୍ ସର୍ବ ଭାରତୀୟ ସ୍ତରରେ ୩୧୮୯ ରେଙ୍କ୍ ଓ ୭୨୦ରୁ ୬୬୭ ମାର୍କ ରଖି ସଫଳତା ହାସଲ କରିଛନ୍ତି । ଏହି କୃତିତ୍ୱ ପାଇଁ ଶାଶ୍ୱତଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ବାର୍ତ୍ତା ଓ ଅଭିନନ୍ଦନର ସୁଅ ଛୁଟୁଛି ।

Leave A Reply

Your email address will not be published.