ls

ନିଟ୍‌ ପ୍ରବେଶିକାରେ ପଶ୍ଚିମ ଓଡ଼ିଶା ଟପ୍ପ୍‌ର ସୋମେଶଙ୍କୁ ସମ୍ବର୍ଦ୍ଧନା

sb
  • ଶିକ୍ଷାର ବ୍ୟବସ୍ଥା ସୁଦୃଢ ହେଲେ ଅନେକ ଟପର ସୃଷ୍ଟି ହେବେ-ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆମେ ଶିକ୍ଷା ଭିତ୍ତିଭୂମିରେ ଅନେକ ପରିବର୍ତ୍ତନ ଆଣିପାରିଛୁ । ପ୍ରାୟତଃ ଶିକ୍ଷାନୁଷ୍ଠାନରେ ଉତ୍ତମ ଶିକ୍ଷାଦାନ ପାଇଁ ଯାହା କିଛି ଭିତ୍ତିଭୂମି ହେଉ କି ଶିକ୍ଷଣୀୟ ଉପକରଣ ହେଉ ତାହା ପାଇ ପାରିଛୁ । ବର୍ତ୍ତମାନ ଏ କ୍ଷେତ୍ରରେ ଆମକୁ ପର୍ଯ୍ୟାପ୍ତ ପରିମାଣରେ ଉତ୍ତମ ଶିକ୍ଷକ, ପ୍ରାଧ୍ୟାପକ ଓ କର୍ମଚାରୀ ନିହାତି ଜରୁରୀ । ଏ ଦିଗକୁ ଆହୁରି ସୁଦୃଢ କରିବାକୁ ପଡିବ ତାହା ହେଲେ ହିଁ ଆମ ଜିଲ୍ଲା ପ୍ରତ୍ୟେକ କ୍ଷେତ୍ର ତାହା ମେଡିକାଲ ହେଉ କି ଇଞ୍ଜିନିୟରିଂ କ୍ଷେତ୍ରରେ ହେଉ ଆମେ ସବୁ କ୍ଷେତ୍ରରେ ଟପର ସୃଷ୍ଟି କରିପାରିବା ବୋଲି ବଲାଙ୍ଗିର ସହର ସ୍ଥିତ ଗାନ୍ଧୀଜୀ କ୍ଲବ ଆନୁକୂଲ୍ୟରେ ନିଟ୍‌ ପ୍ରବେଶିକାରେ ପଶ୍ଚିମ ଓଡିଶାରେ ଟପର ସ୍ଥାନ ଅଧିକାର କରିଥିବା ସୋମେଶ ଶୁଭମ୍‌ ଷଡଙ୍ଗୀଙ୍କୁ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିଜ ଉଦ୍‌ବୋଧନରେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଶିକ୍ଷା ଭିତ୍ତିଭୂମି ଭଳି ଆମେ ଏ ଅଂଚଳରେ କ୍ରିଡା ଭିତ୍ତିଭୂମିକୁ ମଧ୍ୟ ସୁଦୃଢ କରିବାକୁ ଯାଉଛି । ପ୍ରତ୍ୟେକ ସ୍କୁଲ କଲେଜମାନଙ୍କରେ ଖେଳପଡିଆ ସାଙ୍ଗକୁ ଏକ ଉତ୍ତମ ଶିକ୍ଷା ଗ୍ରହଣର ପରିବେଶ କରାଯାଉଛି । ଛାତ୍ରଛାତ୍ରୀମାନଙ୍କୁ ଆକୃଷ୍ଟ କରିବା ପାଇଁ ଆଗକୁ ଆହୁରି ଅନେକ ଯୋଜନା ଅଛି ବୋଲି ସେ କହିଥିଲେ । ଶ୍ରୀମାନ୍‌ ଷଡ଼ଙ୍ଗୀ ବଲାଙ୍ଗିର ସ୍ଥିତ ଲିଟିଲ ଫ୍ଲାୱାର ଓ ୟୁବୋଦୟ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରି କେବଳ ପଶ୍ଚିମ ଓଡ଼ିଶା ନୁହେଁ, ବରଂ ସମଗ୍ର ଓଡ଼ିଶାରେ ପ୍ରଥମ ସାତଜଣ ମଧ୍ୟରେ ସ୍ଥାନ ପାଇଛନ୍ତି । ସମୁଦାୟ ୭୨୦ ମାର୍କରୁ ୬୯୦ ମାର୍କ ରଖି ଆଗାମୀ ଦିନରେ ଭୁବନେଶ୍ୱରସ୍ଥିତ ଏମ୍‌ସ୍‌ରେ ଅଧ୍ୟୟନ କରିବାକୁ ମନସ୍ଥିର କରିଛନ୍ତି । ଶ୍ରୀମାନ୍‌ ଷଡ଼ଙ୍ଗୀ ତାଙ୍କର ସଫଳତା ପାଇଁ ନିଜ ପିତା ସଂଜୟ କୁମାର ଷଡ଼ଙ୍ଗୀ ମାତା ସ୍ନିଗ୍ଧାରାଣୀ ରଥ ତଥା ୟୁବୋଦୟର ନିର୍ଦ୍ଦେଶକ ଅମ୍ବରୀଶ ଦାଶଙ୍କୁ ଶ୍ରେୟ ଦେଇଛନ୍ତି । ବିଧାୟକ ଶ୍ରୀ ମିଶ୍ର ଶିକ୍ଷାର ଗୁଣାତ୍ମକ ବିକାଶ ଉପରେ ଆଲୋକପାତ କରିଥିଲେ । ପୃଥିରାଜ ହାଇସ୍କୁଲକୁ ପୋଷ୍ୟରୂପେ ଗ୍ରହଣ କରି ତା’ର ବିକାଶ ପାଇଁ ସେ ଚେଷ୍ଟିତ ଅଛନ୍ତି ବୋଲି ପ୍ରକାଶ କରିଥିଲେ । ବଲାଙ୍ଗିରସ୍ଥିତ ମେଡ଼ିକାଲ୍‌ କଲେଜରେ ସୁପର୍‌ ସ୍ପେସାଲିଷ୍ଟ ପଦବୀ ପୂରଣ କରିବା ପାଇଁ ଶ୍ରୀ ମିଶ୍ର ବିଧାନ ସଭାରେ ଦାବୀ ମଧ୍ୟ କରିଛନ୍ତି । ଉକ୍ତ ସଭାରେ ଶିବ ପ୍ରସାଦ ଦତ୍ତ, ଉମାକାନ୍ତ ସାହୁ, ନକୁଳ ଅଗ୍ରୱାଲ, ରାମଚନ୍ଦ୍ର ପୁରୋହିତ, ବଳଦେବ ଦାଶ, ବାବୁଲ ବେହେରା, ଚଗଲା ପରିଛା, ଲକ୍ଷ୍ମୀ ପଟ୍ଟନାୟକ, ସୂର୍ଯ୍ୟ କୁମାର ମିଶ୍ର, ପ୍ରଫେସର ସଂଜୀବ ପାଣିଗ୍ରାହୀ, ନରେନ୍ଦ୍ର ମିଶ୍ର, ସୂର୍ଯ୍ୟ ମେହେର, ଭୁଜ ସେଲମା, ଆନନ୍ଦ ବଗର୍ତ୍ତି, ପିଣ୍ଟୁ ଦାନୀ, ଶୁଭେନ୍ଦୁ ସାହୁ ଇତ୍ୟାତି ଅନେକ ଶିକ୍ଷାବୀତ୍‌ ଅଂଶ ଗ୍ରହଣ କରିଥିଲେ । ସଭାର ଆୟୋଜକ କିଶୋର ଦଣ୍ଡସେନା ସଭା ଶେଷରେ ଅଶୋକ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କଲେ ।

pc pk
Leave A Reply

Your email address will not be published.