oom

ପରୀକ୍ଷା ଫଳ ନବାହାରିବା : ପରଦା ପଛର ଖଳ ନାୟକ କିଏ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦେଶର କେନ୍ଦ୍ରୀୟ ବୋର୍ଡ ୨୦୨୫ ଶିକ୍ଷାବର୍ଷ ଦ୍ୱାଦଶ ଓ ଦଶମ ପରୀକ୍ଷା ଫଳାଫଳ ପ୍ରକାଶ ପାଇ ସାରିଛି । ହେଲେ ବରଗଡ଼ ଜିଲ୍ଲା ଅଧିନସ୍ଥ ପଦ୍ମପୁର ଉପଖଣ୍ଡର ପ୍ରମୁଖ ୬ଟି ବିଦ୍ୟାଳୟର ଫଳାଫଳ ପ୍ରକାଶ ପାଇ ନ ଥିବାରୁ ଅଭିଭାବକ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି । ମିଳିଥିବା ସୂଚନା ଅନୁଯାୟୀ ପଦ୍ମପୁର ଉପଖଣ୍ଡର ପାଇକମାଲ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଫ୍ରେଜରପୁର, ରାଜ ବୋଡ଼ାସମ୍ବର ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ବାନ୍ଦୁପାଲି, ପଦ୍ମପୁର ପବ୍ଲିକ ସ୍କୁଲ, ଜେନିଥ ଲାୟନ୍ସ ଗୁରୁକୁଳ ବିଦ୍ୟାଳୟ ପଦ୍ମପୁର, ସୋହେଲା ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଗାଇସିଲେଟ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏହିପରି ମୋଟ ୬ଟି ବିଦ୍ୟାଳୟର ଫଳାଫଳ ପ୍ରକାଶିତ ହୋଇନାହିଁ । ଯାଦ୍ୱାରା ଛାତ୍ରଛାତ୍ରୀମାନେ ମାନସିକ ଦୁଶ୍ଚିନ୍ତାରେ ଗତି କଲେଣି । ଏହି ପରିକ୍ଷାଫଳ ନ ବାହାରିବା ନେଇ ପରଦା ପଛରେ କେଉଁ ଖଳ ନାୟକଙ୍କ ସଂପୃକ୍ତି ରହିଛି ତାହା ତଦନ୍ତ ହେବା ଉଚିତ ବୋଲି ବିଭିନ୍ନ ମହଲରୁ ତିବ୍ର ପ୍ରତିକ୍ରିୟା ଦେଖାଦେଇଛି । ଯଦି କିଛି ତୃଟି ପରିଲକ୍ଷିତ ହେଲା, ତେବେ ବୋର୍ଡ କର୍ତ୍ତୃପକ୍ଷ ଆଉ କିଛି ସମୟ ଗଡ଼ାଇ ଏକା ସାଙ୍ଗରେ ରେଜଲ୍ଟ ପ୍ରକାଶ କରିପାରିଥାନ୍ତେ । କିନ୍ତୁ ତାହା ନକରି ପରଦା ପଛରେ ଥିବା ଖଳ ନାୟକଙ୍କ କଥାରେ ଭାସି ଯାଇ ଏଭଳି ରେଜଲ୍ଟ ପ୍ରକାଶ କରି ଛାତ୍ରଛାତ୍ରୀଙ୍କ ହୃଦୟରେ ଆଘାତ ଦେଇଛି । ଏଣୁ ନିଜେ ହୃଦୟଙ୍ଗମ କରି ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତକୁ ଦୃଷ୍ଟିରେ ରଖି ତୁରନ୍ତ ଫଳାଫଳ ପ୍ରକାଶ କରିବାକୁ କେନ୍ଦ୍ରୀୟ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଅନୁରୋଧ ।

jittmm
Leave A Reply

Your email address will not be published.