om academy

ସଚେତନ ହେମାର ଶିଶୁ ନାଟ୍ୟ କର୍ମଶାଳା ଉଦ୍‌ଯାପିତ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଢୋଲବନ୍ଧ ଗ୍ରାମରେ ଥିବା ସଚେତନ ହେମା ଅନୁଷ୍ଠାନ ପକ୍ଷରୁ ଓ ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ବିଭାଗ ଓଡିଶା ସହଯୋଗରେ ଆୟୋଜିତ ସାତ ଦିନିଆ ନାଟ୍ୟ କର୍ମଶାଳା ଉଦ୍‌ଯାପିତ ହୋଇଯାଇଛି । ଦିନକୁ ଦିନ ନାଟ୍ୟକଳା ପ୍ରତି ଯୁବ ସମାଜଙ୍କ ରୁଚି କମି ଯାଉଥିବା ବେଳେ ଶିଶୁଙ୍କ ମନରେ ନାଟ୍ୟକଳା ଅଙ୍କୁରିତ କରିବା ଏହି କର୍ମଶାଳାର ମୂଳ ଲକ୍ଷ୍ୟ । ଏହି ସାତ ଦିନିଆ କର୍ମଶାଳାରେ ଆଖପାଖର ଗ୍ରାମାଞ୍ଚଳରୁ କୋଡିଏ ଜଣ ଶିଶୁ କଳାକାର ପ୍ରଶିକ୍ଷଣ ନେଇଥିଲେ । ଗପ ପଠନ, କବିତା ଆବୃତ୍ତି, ବ୍ୟୟାମ, କରୋନା ସଚେତନତା, ନୃତ୍ୟ, ଗୀତ, ଅଭିନୟ, ସଂଗୀତ ଆଦି ବିଷୟରେ ସାଧନକର୍ମୀମାନେ ଶିକ୍ଷା ଦେଇଥିଲେ । ସାଧନକର୍ମୀ ଭାବେ ଯୋଗ ଦେଇଥିଲେ ଏନ୍‌ଏସ୍‌ଡ଼ି ନୂଆଦିଲ୍ଲୀରୁ ପ୍ରଶିକ୍ଷଣ ପ୍ରାପ୍ତ ତଥା ବର୍ଷୀୟାନ ଅଭିନେତା ଜଗନ୍ନାଥ ସେଠ, ଲୋକ ସଙ୍ଗୀତଜ୍ଞ ଗୁରୁ ଲାଦୁ ମହାନନ୍ଦ, ନାଟ୍ୟକାର ରାଜକୁମାର ସାହୁ ଓ ପ୍ରଦର୍ଶନ କଳା ଛାତ୍ର ଘନଶ୍ୟାମ ସାହୁ । ଉଦ୍‌ଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ମଞ୍ଚ କଳାକାର ନେହେରୁ ମେହେର, ଗାୟକ କାର୍ତିକ ମହାନନ୍ଦ ଯୋଗଦେଇ ଉଦବୋଧନ ଦେଇଥିଲେ । ଅନୁଷ୍ଠାନର ସମସ୍ତ ସଭ୍ୟସଭ୍ୟାଙ୍କ ଉପସ୍ଥିତରେ କୁନିକୁନି ପ୍ରଶିକ୍ଷାର୍ଥୀଙ୍କୁ ପୁରସ୍କାର ପ୍ରଦାନ ଓ ସାଧନ କର୍ମୀଙ୍କୁ ସମର୍ଦ୍ଧନା ଦିଆଯାଇଥିଲା । କଳା ଓ ସଂସ୍କୃତିକୁ ଉଜ୍ଜୀବିତ ତଥା ସଂରକ୍ଷଣ ପାଇଁ ଆଗଧାଡିରେ ଥିବା ସଚେତନ ହେମା ଅନୁଷ୍ଠାନର ଏହିପରି ଅଭିନବ ଶିକ୍ଷଣୀୟ କାର୍ଯ୍ୟକ୍ରମକୁ ବୁଦ୍ଧିଜୀବୀ ମହଲରୁ ପ୍ରଶଂସାର ଛୁଅ ଛୁଟୁଥିବା ବେଳେ ଭବିଷ୍ୟତ କଳାକାର ଓ ନାଟକକୁ ବଞ୍ଚାଇବା ପାଇଁ କାର୍ଯ୍ୟକ୍ରମମାନ ହାତକୁ ନିଆଯିବ ବୋଲି ନାଟ୍ୟକାର ରାଜକୁମାର ସାହୁ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.