ପଦ୍ମପୁର, (ନିରୋଜ କୁମାର ପାଣୀ) : ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଅନୁସନ୍ଧାନ ପ୍ରତିଷ୍ଠାନ ପାଇକମାଲ ପକ୍ଷରୁ ଅଞ୍ଚଳ ମିଠାପାଲି ଗାଁ ଏବଂ ଅନ୍ୟ କେତେକ ଗାଁରେ ପ୍ରକୃତି ପରୀକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୁଷ ମନ୍ତ୍ରାଳୟ, ଭାରତ ସରକାରଙ୍କ ଦ୍ୱାରା ୨୪ ନଭେମ୍ବରରୁ ୨୫ ଡିସେମ୍ବର ଯାଏଁ “ଦେଶ କା ପ୍ରକୃତି ପରୀକ୍ଷଣ ଅଭିଯାନ” ଚାଲିଛି । ଏହି ଅବସରରେ ଡ଼ଃ.ରଜନୀ ବେହେରା ଉପସ୍ଥିତ ରହି ନିଜର ପ୍ରକୃତି ପରୀକ୍ଷଣ କରିବା ସହ ମହା ବିଦ୍ୟାଳୟରର ଅଧ୍ୟାପକ ଓ ଛାତ୍ରଛାତ୍ରୀମାନଙ୍କୁ ଅନୁପ୍ରାଣିତ କରିଥିଲେ । ଶତାଧିକ ଛାତ୍ରଛାତ୍ରୀ ନିଜର ପ୍ରକୃତି ପରୀକ୍ଷଣ କରାଇ ଆୟୁର୍ବେଦ ପ୍ରେରିତ ଜୀବନ ଶୈଳୀ ଆପଣାଇବାକୁ ଶପଥ କରିଥିଲେ । ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଅନୁସନ୍ଧାନ ଅନୁଷ୍ଠାନର ସାଇକ୍ରିଷ୍ଣା ରାଉତ, ରୋଷଣୀ ନାୟକ , ପ୍ରୀୟଲି ନାୟକ, ନାଇନ ଜିନ୍ଦଲ, ଅର୍ପିତା ସାହୁ, ମିଲିଣ୍ଡ ଭର୍ମା, ସବିତା ସାହୁମାନେ ଆପ ମାଧ୍ୟମରେ ସମସ୍ତଙ୍କର ପରୀକ୍ଷା କରି ଆୟୁର୍ବେଦୋକ୍ତ ସ୍ୱାସ୍ଥ୍ୟ ବିଷୟକ ପରାମର୍ଶ ଦେଇଥିଲେ ।