jittmm
sonalika

ପାଣିରେ ବୁଡ଼ି ଜେଜେ ଓ ନାତି ମୃତ

ପାଟଣା : ଜନ୍ମଦିନକୁ ଆଡ଼ମ୍ବର ସହକାରେ ପାଳନ ପାଇଁ ପରିବାର ପକ୍ଷରୁ ପ୍ରସ୍ତୁତି ଚାଲିଥିବା ସମୟରେ ଏକ ଦୁର୍ଘଟଣା ଶୋକର ଛାୟା ଖେଳାଇ ଦେଇଛି । ହସ ଖୁସିରେ ଉଛୁଳି ପଡୁଥିବା ପରିବାର ପାଇଁ ଦୁର୍ଘଟଣା ଦୁଃଖର ପାହାଡ଼ ଭଳି ଠିଆ ହୋଇଛି । ପାଟଣା ଥାନା ଅନ୍ତର୍ଗତ ସିଲିପଦା ଗ୍ରାମରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା ।ସାନ ନାତିର ଜନ୍ମଦିନ ଥିବାରୁ ମନ୍ଦିର ଯିବା ପାଇଁ ଜେଜେବାପା ସହ ଦୁଇ ନାତିଙ୍କୁ ନେଇ ବୈତରଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ସମୟରେ ଦୁଇ ନାତି ବୁଡ଼ି ଯିବାରୁ ସେମାନଙ୍କୁ ବଞ୍ଚାଇବାକୁ ନଦୀ ଭିତରକୁ ଡେଇଁ ପଡ଼ିଥିଲେ ଜେଜେ ବାପା । କିନ୍ତୁ ନାତିଙ୍କୁ ବଞ୍ଚାଇ ନ ପାରି ନିଜେ ବୁଡ଼ି ପ୍ରାଣ ହରାଇଛନ୍ତି । ବଡ଼ ନାତି ପହଁରି ପହଁରି ଯାଇ ଏକ ପଥରରେ ଲାଗିଥିବାବେଳେ ସାନ ନାତିକୁ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ସାନ ନାତି ଦିବ୍ୟାଂଶୁର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

Leave A Reply

Your email address will not be published.