ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜଗନ୍ନାଥପଡା ରାମଜୀ ନାଟକ ସଂସ୍ଥା ଦ୍ୱାରା ପୌରାଣିକ ଗୀତ ନାଟକ ସାବିତ୍ରୀ ସତ୍ୟବାନ ନାଟକ ମଞ୍ଚାସୀନ ହୋଇଯାଇଛି । ଶନିବାର ଦିନ ରାତି ପୌରାଣିକ ଗୀତ ନାଟକ ରାମଜୀ ନାଟକ କଳାକାରଙ୍କ ଦ୍ୱାରା ବଲାଙ୍ଗିର ସହରର ମଂଚ ନାଟକ ପୌରାଣିକ ନୂତନ ଅଧ୍ୟାୟ ଭାବେ ଆରମ୍ଭ ହୋଇଯାଇଛି । ଗୁରୁଶ୍ରୀ ବାଳମୁକୁନ୍ଦ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏବଂ ନିର୍ଦ୍ଦେଶନାରେ ପରିବେଶିତ ସାବିତ୍ରୀ ସତ୍ୟବାନ ଗୀତ ନାଟକ ଦର୍ଶକଙ୍କ ମନ ମୋହିଥିଲା । ସାବିତ୍ରୀ ଭୂମିକାରେ ମାନସ ରଂଜନ ସାହୁ, ସତ୍ୟବାନ ଭୂମିକାରେ ଆନନ୍ଦ ଚନ୍ଦ୍ର ମିଶ୍ର ଅଭିନୟ କରିଥିବା ବେଳେ ରାଜା ଅଶ୍ୱପତି ଭୂମିକାରେ କୁମୁନ୍ଦ ରଂଜନ ନାଏକ, ମନ୍ତ୍ରୀ ଭୂମିକାରେ ଗୁଣ୍ଡୁଗୋପାଳ ମିଶ୍ର, ନାରଦ ଭୂମିକାରେ ରାମ ଦାଶ, ରାଜା ଦ୍ୟୁମତ ସେନ ଭୂମିକାରେ ଅରୁଣ କୁମାର ରାଉତ, ରାଣୀ ମାଳିବାକା ଭୂମିକାରେ ଚୈତନ୍ୟ ମଟାରି, ଯମ ଭୂମିକାରେ ଡା. ରୁଦ୍ର ନାରାୟଣ ପଟେଲ, ଚିତ୍ର ଗୁପ୍ତ ଭୂମିକାରେ ଚିଦାନନ୍ଦ ବେହେରା, ବିକାଳ ଓ କାଳ ଭୂମିକାରେ ସତ୍ୟ ନାରାୟଣ ମାଝି ଓ ବିଜୁ ନାଏକ, ଦୂତ ଲଳିତ ପୁଝାରୀ, ସଖି ଦୁଷ୍ମନ୍ତ ପଟେଲ, ରାମ ପ୍ରସାଦ ସାହୁ, ଝସକେତନ ବେହେରା, ହିମାଂଶୁ ଯୋଷୀ, ରାଜାଙ୍କ ବୃତ୍ୟ ଭୂମିକାରେ ଘନ ସାଏ ଓ ଶ୍ରୀତମ ପଟେଲ, ପୁଜାରୀ ସନାତନ ଦେବତା, ବାଦ୍ୟଯନ୍ତ୍ରରେ ଜୟ ପ୍ରକାଶ ପୂଜାରୀ, ଦୀପକ ଷଡଙ୍ଗୀ, ପିତାମ୍ବର ମେହେର, ଦିଲୀପ କୁମାର ସିଂଦେଓ, ଡୋଲାମଣି ପଧାନ, ସଞ୍ଜୀବ କୁମାର ସାହାଣି, ଶ୍ରୀକାନ୍ତ ଦାଶ, ଗାୟକରେ ଶ୍ରୀୟା ପଟେଲ, ପ୍ରିୟଙ୍କା ରଥ, ଜ୍ୟେତିକା ମିଶ୍ର, ପ୍ରହଲ୍ଲାଦ ଦର୍ଜି, ବାସୁଦେବ ବେହେରା, ସୁଶାନ୍ତ ଚୋପଦାର, ଚରିତ୍ର ଚିତ୍ରଣ ମନୋରଞ୍ଜନ ବେହେରା, ଚୈତନ୍ୟ ମଟାରୀ, ମଂଚ ସଜ୍ଜାରେ ରବିଚନ୍ଦ୍ର ମେହେର ଓ ସାଥୀ, ଜୀବନ୍ତ ଛାୟାଚିତ୍ର ସଂଗ୍ରାମ କେଶରି ନାଏକ, ପ୍ରଶାନ୍ତ ବେହେରା, ଯମ ଭୂମିକାରେ ଡା. ରୁଦ୍ର ପଟେଲ ଅଭିନୟ କରି ସାବିତ୍ରୀକୁ ଯମ ମତବିନିମୟ ଏବଂ ସତ୍ୟବାନ ଓ ସାବିତ୍ରୀ ମିଳନ ଦୃଶ୍ୟ ଦର୍ଶକମାନେ ଉପଭୋଗ କରିଥିଲେ । ରାମଲୀଳାରେ ରାବଣ ଭୂମିକାରେ ଅଭିନୟ କରି ଚର୍ଚ୍ଚିତ ହୋଇଥିବା ଭୀମଭୋଇ ମେଡିକାଲ କଲେଜର ହସପିଟାଲର ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗ ବିଶେଷଜ୍ଞ ଡାକ୍ତର ରୁଦ୍ରନାରାୟଣ ପଟେଲ ସାବିତ୍ରୀ ଗୀତିନାଟକରେ ଯମ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ପ୍ରଶଂସା ସାଉଁଟିଥିଲେ ।