ସଚେତନ ହେମା ସାଂସ୍କୃତିକ ସଂଗଠନ ପକ୍ଷରୁ ‘ମା ସାବିତ୍ରୀବାଇ ଫୁଲେ’ ନାଟକ ପ୍ରଦର୍ଶିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସଚେତନ ହେମା, ସାଂସ୍କୃତିକ ସଂଗଠନ ଢୋଲବନ୍ଧ, ସର୍ଗିବାହାଲ ପକ୍ଷରୁ କମଗାଁ କନିଷ୍ଠ ମହାବିଦ୍ୟାଳୟ, କମଗାଁ, ବରଗଡଠାରେ ‘ମା ସାବିତ୍ରୀବାଇ ଫୁଲେ’ ନାଟକ ପ୍ରଦର୍ଶିତ ହୋଇଟାଇଛି । ନାଟକକୁ ରଚନା ଓ ନିର୍ଦ୍ଦେଶନା ଦେଇଥିଲେ ରାଜକୁମାର ସାହୁ । ସାବିତ୍ରୀ ଭୂମିକାରେ ଅଭିନୟ କରିଥିଲେ ସନ୍ଧ୍ୟାରାଣୀ ସୁନା । ସମାଜରେ ନାରୀ ସମାଜକୁ କିଭଳି ଅସମ୍ମାନିତ କରାଯାଇଛି ଓ କୁସଂସ୍କାର ବ୍ୟାପୀ ରହିଛି । ନାରୀ ଶିକ୍ଷିତା ହେଲେ ସମାଜର ବିକାଶ ହେବ, ଏହାହିଁ ଥିଲା ଏହି ନାଟକର ସାରମର୍ମ । ଏ ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଶଙ୍କର ମହାନନ୍ଦ, ଅଧ୍ୟାପିକା ଶ୍ରୀମତୀ ଜୟଶ୍ରୀ ସାହୁ, ପ୍ରାଧ୍ୟାପକ, ସୁବାଷ ଶାସ୍ତ୍ରୀ, ବିକାଶ ସ୍କୁଲ ଓ କିଶୋର ସାହୁ, ସମତା ଭବନ, ବରଗଡ । ଡ଼ ରତିକାନ୍ତ ସାହୁ, ଅଧ୍ୟକ୍ଷ, ଯୁକ୍ତ ତିନି ଶକୁନ୍ତଳା ବିଦ୍ୟାଧର ମହିଳା ମହାବିଦ୍ୟାଳୟ, କମଗାଁ । ଏହି ଅବସରରେ ଅଧ୍ୟକ୍ଷ ପ୍ରେମାନନ୍ଦ ପଟେଲ ଓ ପ୍ରାଧ୍ୟାପକ ରବିନାରାୟଣ ସାହୁ, କଲେଜର ଦୁଇ ଜଣ ମେଧାବୀ ଛାତ୍ରୀଙ୍କୁ ପୁସ୍ତକ ପ୍ରଦାନ କରିଥିଲେ ।

Leave A Reply

Your email address will not be published.