ଅବକାରୀ ବିଭାଗ ଦ୍ୱାରା ଗଞ୍ଜେଇ ନଷ୍ଟ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧୀକ୍ଷକ ଶ୍ରୀମତୀ କ୍ରିଷ୍ଣା ନାଏକଙ୍କ ତତ୍ତ୍ୱାବଧାନରେ ଆଜି ବୌଦ୍ଧବ୍ଲକ ଦପଲା ପଞ୍ଚାୟତର ସିମେଲକଟା ଗ୍ରାମରେ ଚଢଉ କରାଯାଇଥିଲା । ଅବକାରୀ ନିରୀକ୍ଷକ ବିଜୟ କୁମାର ଧରୁଆଙ୍କ ନେତୃତ୍ୱରେ ଉକ୍ତ ଗ୍ରାମର ଆଭ୍ୟନ୍ତରୀଣ ଅଞ୍ଚଳରୁ ପ୍ରାୟ ୨୪ଏକର ଜମିରେ ଲଗାଯାଇଥିବା ୭୨ହଜାର ଗଞ୍ଜେଇ ଗଛ କାଟି ପୋଡି ଦିଆଯାଇଛି । ଯାହାର ଆନୁମାନିକ ମୂଲ୍ୟ ୭ କୋଟି ୨୦ଲକ୍ଷ ଟଙ୍କା ହେବ ବୋଲି ଜଣାଯାଇଛି । ଚଢାଉରେ ମାଜିଷ୍ଟ୍ରେଟ ଭାବରେ ସୁଶୀଳ କୁମାର କହଁର, ଅବକାରୀ ନୀରିକ୍ଷକ ଶ୍ରୀ ଧରୁଆ, ବିରଂଚି ରମେଶ ମହାନ୍ତି, ଭଗବାନ ମହାନନ୍ଦିଆ, ଏଏସଆଇ ରୂପେଶ ମୁଖୀ, ଅବକାରୀ ବିଭାଗର କର୍ମଚାରୀ ଏସ.କେ ଆହୁତାବର, ପ୍ରିୟଞ୍ଜନ କହଁର, ନବୀନ କୁମାର ଡାଙ୍ଗ, ରାଜ କିଶୋର କହଁର, ଅଞ୍ଜଳି ଅମାତ ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.