centurian jitm

କାଳ ବୈଶାଖୀରେ ନଷ୍ଟ ହେଲା ଫଳିଲା ଆମ୍ବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲା ପଦ୍ମପୁର ଉପଖଣ୍ଡ ପାଇକମାଲର ଡାକ୍ତର ସୁରେଶ ଅଗ୍ରୱାଲଙ୍କ ୧୦ ଏକର ବିଶିଷ୍ଠ ଫଳ ବଗିଚାରେ କାଳ ବୈଶାଖୀ ଯୋଗୁଁ ବହୁତ ଫଳିଲା ଆମ୍ବ ଗଛ ସହ ଆମ୍ବ ଝଡିଯାଇ ନଷ୍ଟ ହୋଇଯାଇଛି । ପ୍ରକାଶ ଥାଉକି ଶନିବାର ଅପରାହ୍ନ ଚାରିଟାରୁ ପାଇକମାଳ ଅଂଚଳରେ ଭୀଷଣ ପବନ ବହିବା ସହ ଘଡଘଡି ମାରି ବହୁତ ବର୍ଷା ହୋଇଥିଲା । ଏହି କାଳ ବୈଶାଖୀ ପ୍ରାୟ ରାତ୍ର ଆଠଟା ଯାଏ ଚାଲିଲା । ବିଦ୍ୟୁତ ସରବରାହ ବନ୍ଦ ହୋଇଗଲା ପଦ୍ମପୁର, ଝାରବନ୍ଧ, ନୃସିଂହନାଥ, ମାଣ୍ଡୋସିଲ ଯିବା ରାସ୍ତାରେ ଗଛ ପଡିବାରୁ ଯାତାୟାତ ମଧ୍ୟ୍ୟ ବନ୍ଦ ହୋଇଗଲା । ପାଇକମାଲ ଅଂଚଳରେ ଅନେକ ଫଳ ବଗିଚାରେ ଆମ୍ବ ଗଛ ଭାଙ୍ଗି ଯାଇଥିବା ବେଳେ ଦାମିକା ଆମ୍ବ ଗୁଡିକ ଝଡି ଯାଇଛି ବୋଲି ଡାକ୍ତର ସୁରେଶ ଅଗ୍ରୱାଲ ଓ ସଫଳ ଫଳ ଚାଷୀ ଡୋଳାମଣି ମେହେର ଜଣାଇଛନ୍ତି ।

Leave A Reply

Your email address will not be published.