oom

ନରସିଂହଙ୍କ ବଲାଙ୍ଗିର ବ୍ଲକ ଗସ୍ତ : ପ୍ରକଳ୍ପ ଉଦ୍‌ଘାଟନ ସହ ଶୁଣିଲେ ଲୋକଙ୍କ ସମସ୍ୟା

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ବଲାଙ୍ଗିର ବ୍ଲକ ଅନ୍ତର୍ଗତ ମିର୍ଦ୍ଧାପାଲି ପଂଚାୟତର ବକ୍ସିଉଡାର, ଧୁବାଉଡାର ଗସ୍ତ କରି ଲୋକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ଏହି ଗସ୍ତ ସମୟରେ ବ୍ଲକ ବିଡିଓ ପ୍ରୀତିମ ତାନ୍ତି, ଏବିଡିଓ ରାମଦତ୍ତ ଭୋଇ, ସହକାରୀ ଯନ୍ତ୍ରୀ ବୃଷବ ହୋତା, ସାମାଜିକ ସୁରକ୍ଷା ଅଧିକାରୀ, କନିଷ୍ଠ ଯନ୍ତ୍ରୀ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଉଭୟ ଗ୍ରାମର ଲୋକଙ୍କ ସହ ଆଲୋଚନା ବେଳେ ଲୋକଙ୍କ ବିଜୁଳି ସମସ୍ୟା, ବାର୍ଦ୍ଧକ୍ୟ ବିଧବା ଭତ୍ତା ପ୍ରଦାନରେ ଥିବା ସମସ୍ୟା ଶୀଘ୍ର ଦୂର କରିବାର ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଶ୍ରୀ ମିଶ୍ର । ଉଭୟ ଗ୍ରାମରେ ପିଇବା ପାଣି ସମସ୍ୟା ଯେତେ ଶୀଘ୍ର ହେବ ହେବ ଦୂର କରିବା ପାଇଁ ପ୍ରତିଶୃତି ଦେଇଥିଲେ । ବକ୍ସିଉଡାରର ଗାଁ ଭିତରେ ଥିବା ଗାଁ ରାସ୍ତା ଶୋଚନୀୟ ହୋଇପଡିଥିବା ଯୋଗୁଁ ରାସ୍ତା ନିର୍ମାଣ କରାଯିବ ବୋଲି କହିଥିଲେ । ଗାଁଗୁଡିକରେ ଇନ୍ଦିରା ଆବାସ ପ୍ରଦାନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ଲୋକେ ବଂଚିତ ହେଉଛନ୍ତି । ତେଣୁ ଯେତେ ଶୀଘ୍ର ହେବ ସେ ସବୁ ଗୁଡିକୁ ଗାଁ ଲୋକଙ୍କ ଆଉ ଥରେ ସର୍ଭେ କରାଯାଇ ଯୋଗ୍ୟ ହିତାଧିକାରୀଙ୍କୁ ଉପସ୍ଥିତ ଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଶ୍ରୀ ମିଶ୍ର । ବ୍ଲକ ସ୍ତରରେ ଦିଆଯାଉଥିବା ବିଭିନ୍ନ ଯୋଜନା ଅନ୍ତର୍ଗତ ସରକାରୀ ସୁବିଧାରୁ ଯେମିତି ଗରିବ ଲୋକେ ବଂଚିତ ନ ହେବେ ସେଥି ପ୍ରତି ଧ୍ୟାନ ଦିଅନ୍ତୁ ବୋଲି ଅଧିକାରୀମାନଙ୍କୁ ଅନୁରୋଧ କରିଥିଲେ ଶ୍ରୀ ମିଶ୍ର । ଏହି ଗସ୍ତ ସମୟରେ ବକ୍ସି ଉଡାର ଠାରେ ରାମଜୀ ମଣ୍ଡପ ଏବଂ ରନ୍ଧନ ଶାଳାର ଭିତ୍ତି ପ୍ରସ୍ତର ଦିଆଯାଇଥିଲା । ତା’ ସହ ଉପରପଡା ଠାରେ ରାମଜୀ ମଣ୍ଡପର ଶୁଭ ଉଦ୍‌ଘାଟନ କରିଥିଲେ ଶ୍ରୀ ମିଶ୍ର । ଠିକ୍‌ ସେହିପରି ଧୁବାଉଡାର ଠାରେ ଦୁଇଟି କମ୍ୟୁନିଟି ସେଣ୍ଟରର ଉଦ୍‌ଘାଟନ କରାଯିବା ସହ ପ୍ରଧାନପାଲି ଠାରେ ଏକ କମ୍ୟୁନିଟି ସେଣ୍ଟରର ଭିତ୍ତିପ୍ରସ୍ତର ଦିଆଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମ ସରକାରୀ ଅଧିକାରୀମାନଙ୍କ ବ୍ୟତିତ ବ୍ଲକ ଉପାଧ୍ୟକ୍ଷା ଯଶୋବନ୍ତି ବଘାର, ପ୍ରାଣବଲ୍ଲଭ ତ୍ରିପାଠି, ଜଗନ୍ନାଥ ଦାସ, ସୁବାଷ ଦାଶ, ଦେବାର୍ଚ୍ଚନ ଦାଶ, ପିଛାଲୁ କିର୍ତ୍ତି, ସଂଜୟ ସାହୁ, ବଚ୍ଛ ସାହୁ, ହାଡୁ ପଧାନ, ଲେକୃ ନାଏକ, ସୁଦର୍ଶନ କର୍ତ୍ତି, ଜିତୁ ବାରିକ, ମଣ୍ଟୁ ବାରିକ, ବିମଲ ପଧାନ, କମଲ ନନ୍ଦ, ଜଗନ୍ନାଥ ପଧାନ, ତ୍ରିନାଥ ରାଉତ, ତରଣି ଚନ୍ଦନଙ୍କ ସହ ଜିଲ୍ଲା ସଭାନେତ୍ରୀ ମିଲନି ସାହୁ ମଧ୍ୟ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.