oom

ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ନରସିଂହ ଗୁରୁଙ୍କୁ ସମ୍ବର୍ଦ୍ଧନା

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୋଶଲି ଭାଷା ସାହିତ୍ୟକୁ ସମୃଦ୍ଧିଶାଳୀ, ବୋଧଗମ୍ୟ ଓ ଜନପ୍ରିୟ କରିବାରେ ବଲାଙ୍ଗିରର ବିଶିଷ୍ଟ ସାହିତ୍ୟ ସାଧକ ନରସିଂହ ଗୁରୁ ଦୀର୍ଘ ଅର୍ଦ୍ଧଶତାଦ୍ଦୀ ଧରି ନିଷ୍ଠାର ସହ କାର୍ଯ୍ୟ କରି ଆସୁଥିଲେ । ନିକଟରେ ଭାରତ ସରକାର ଘୋଷଣା କରିଥିବା ପଦ୍ମଶ୍ରୀ ତାଲିକାରେ ତାଙ୍କ ନାମ ସ୍ଥାନ ପାଇଛି । ଏହି ପରୀପ୍ରେକ୍ଷୀରେ ଜିଲ୍ଲା ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ବିଶିଷ୍ଟ କୋଶଲୀ ସାହିତ୍ୟିକ ଓ ଭାଷାବିତ୍‌ ନରସିଂହ ଗୁରୁଙ୍କୁ ସ୍ଥାନୀୟ ଘରୋଇ ବସଷ୍ଟାଣ୍ଡ ସ୍ଥିତ ବସ ମାଲିକ ସଂଘ କାର୍ଯ୍ୟାଳୟରେ ସମ୍ବର୍ଦ୍ଧନା ଦିଆଯାଇଛି । ସଂଘ ସଭାପତି ହେମନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସଭାରେ ଗୁରୁଙ୍କୁ ସମ୍ବର୍ଦ୍ଧନା ଦିଆଯାଇ ନରସିଂହ ଗୁରୁ ବଲାଙ୍ଗିର ଜିଲ୍ଲା ସମେତ ସମଗ୍ର କୋଶଲି ଭାଷାଭାଷୀ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି ବୋଲି ସଭାରେ ମତ ପ୍ରକାଶ ପାଇବା ସଙ୍ଗେ ତାଙ୍କର ନିଷ୍ଠାପର ସାଧନା ପାଇଁ ବଲାଙ୍ଗିର ଗର୍ବିତ ହୋଇଛି ବୋଲି ବକ୍ତାମନେ କହିଥିଲେ । ସମ୍ବର୍ଦ୍ଧନାର ଉତ୍ତରରେ ଶ୍ରୀ ଗୁରୁ ପଦ୍ମଶ୍ରୀ ପୁରସ୍କାର କୋଶଲି ଭାଷାକୁ ଭାରତ ସରକାରଙ୍କ ସ୍ୱୀକୃତୀ ବୋଲି କହିଥିଲେ । ଦୀର୍ଘ ବର୍ଷ ଧରି ନୀରବତାର ସହ ସେ କୋଶଲି ଭାଷା ସାହିତ୍ୟକୁ ନେଇ ସାଧନାରତ ଥିଲେ ବୋଲି ଆଜି ତାହା ଫଳଦାୟୀ ହୋଇଛି ବୋଲି କହିଥିଲେ । ସଂଘ ସମ୍ପାଦକ ପ୍ରଦ୍ୟୁତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପସଭାପତି ସୌମେନ୍ଦ୍ର ପରିଚ୍ଛା, କୋଷାଧ୍ୟକ୍ଷ ଶିବ ପଟେଲ ଓ ସହ ସମ୍ପାଦକ ଲିକୁନ ଅଚାର୍ଯ୍ୟଙ୍କ ସମେତ ସଂଘର ବରିଷ୍ଠ ସଭ୍ୟ ଦୁର୍ଗା ଚରଣ ବେହେରା, ଓମ ପ୍ରକାଶ ଚାନ୍ଦ, ଆଶୁତୋଷ ମିଶ୍ର, ଅକ୍ଷୟ କଣ୍ଟା, ସୁନୀଲ ମିଶ୍ର, ଡମ୍ବରୁ ଅଚାର୍ଯ୍ୟ, ସୁମନ୍ତ ଭୋଇ, ମାନସ ରଞନ ନାୟକ, ସଞୀବ ପଣ୍ଡା, ମନୋଜ ଗୁରୁ, ଚନ୍ଦ୍ରମଣି ତ୍ରିପାଠୀ, ହିମାଂଶୁ ନାୟକ, ଜୟନ୍ତ ସିଂଦେଓ, ଭବାନି ପଟେଲ, ପ୍ରଶାନ୍ତ ପଣ୍ଡା, ଶଙ୍କର ପଟ୍ଟନାୟକ, ଅରୁଣ ବରାଇ, ମୁନା ଶତପଥି, ସୁରେଶ ହରପାଲ, ଟିକୁ ନନ୍ଦ, ସୁମନ୍ତ ପଟେଲ ପ୍ରମୁଖ ଯୋଗଦାନ କରିଥିଲେ ।

jittmm
Leave A Reply

Your email address will not be published.