
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଡେଲାଙ୍ଗ-କୋଠାବାଡ଼ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବୁଧବାର ପିପିଲି ତାଲୁକ ଆଇନ ସେବା ସଂସ୍ଥା ପକ୍ଷରୁ ନାରୀ ସଶକ୍ତିକରଣ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ ପିପିଲି ତାଲୁକ ଆଇନ ସେବା ସଂସ୍ଥାର ଅଧ୍ୟକ୍ଷା ତଥା ସିନିୟର ଜଜ୍ ସୁଶ୍ରୀ ସଙ୍ଗୀତା ପାତ୍ର ସଭାପତିତ୍ଵ କରିଥିବା ବେଳେ ମୁଖ୍ୟଅତିଥି ଭାବେ ଡେଲାଙ୍ଗ ମଣ୍ଡଳ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ଷଡଙ୍ଗୀ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ସୁବାଷ ବିଶ୍ୱାଳ, ରସାନନ୍ଦ ପରିଡା, ବୀର ଭୁଜବଳ, ରସିଦ ଖାଁ, ବସନ୍ତ ପରିଡା, ସ୍ଥାନୀୟ ସରପଞ୍ଚ ଦୀପକ କୁମାର ସାହୁ ପ୍ରମୁଖ ଯୋଗଦେଇ ନାରୀ ସଶକ୍ତିକରଣ ଊପରେ ବିଭିନ୍ନ ଉପାଦେୟ ତଥ୍ୟ ଓ ଆଇନଗତ ସହାୟତା ଦିଗ ଉପରେ ଆଲୋକପାତ କରିଥିଲେ । ନାରୀ ସଶକ୍ତିକରଣରେ ନାରୀକୁ ଅର୍ଥନୈତିକ, ରାଜନୈତିକ, ସାମାଜିକ ରୂପେ ଆତ୍ମନିର୍ଭର କରାଇବା ସହ ସ୍ଵନିର୍ଣ୍ଣୟ ଅଧିକାର ପ୍ରଦାନ ଏବଂ ସମାଜରେ ସମାନ ଅଧିକାରର ଭାଗିଦାରୀ ସୁନିଶ୍ଚିତ କରିବା । ପ୍ରାରମ୍ଭରେ ଆଇନଜୀବୀ ରମାକାନ୍ତ ସାହୁ ଓ ଅନିଲ ଦଳାଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି ଆଲୋଚନା ଶିବିରରେ ମିଶନ ଶକ୍ତି ପଞ୍ଚାୟତସ୍ତରୀୟ ସ୍ୱୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳା ଅଂଶଗ୍ରହଣ କରିଥିଲେ । ମହିଳା ଗୋଷ୍ଠୀର ସନ୍ଧ୍ୟାରାଣୀ ମହାପାତ୍ର, ଜୟନ୍ତୀ ପ୍ରଧାନ ଓ ପ୍ରମୋଦୀନ ପ୍ରଧାନଙ୍କୁ ଅତିଥିମାନଙ୍କ ଦ୍ଵାରା ଉତ୍ତରୀୟ, ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଆଇନଜୀବୀ ସୁବାଷ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।