
ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ଟିକ୍ରାପଡ଼ାରେ ସ୍ୱାମୀଙ୍କ ଘର ଆଗରେ ଧାରଣାରେ ବସିଥିବା ଲୋପାମୁଦ୍ରାଙ୍କୁ ସହଯୋଗର ହାତ ବଢ଼ାଇଛି ନାରୀ ଶକ୍ତି ଫାଉଣ୍ଡେସନ୍ । ସୂଚନା ଅନୁସାରେ ତିନି ଦିନ ହେଲା ଟିକ୍ରାପଡ଼ାର ବାସୁଦେବ ମିଶ୍ରଙ୍କ ଘର ସାମ୍ନାରେ ତାଙ୍କ ପତ୍ନୀ ଲୋପାମୁଦ୍ରା ନିଜ ୬ ବର୍ଷର କୁନି ପୁଅ ସହ ନ୍ୟାୟ ପାଇବା ଦାବୀରେ ଧାରଣାରେ ବସିଥିବା ବେଳେ କୁନି ପୁଅ ସହ ଏତେ ଶୀତ କାକରରେ ଖୋଲା ଆକାଶ ତଳେ ରହିଥିବା ଯୋଗୁଁ ସହଯୋଗ କରିବା ପାଇଁ ଆଗେଇ ଆସିଛି ନାରୀ ଶକ୍ତି ଫାଉଣ୍ଡେସନ୍ । ଲୋପାମୁଦ୍ରାଙ୍କ ପାଇଁ ତମ୍ବୁ ବ୍ୟବସ୍ଥା କରିବା ସହ ତାଙ୍କ ଅନ୍ୟାନ୍ୟ ସୁବିଧା ପାଇଁ ପଦକ୍ଷେପ ନେଇଛି । ଲୋପାମୁଦ୍ରାଙ୍କ କୁନି ପୁଅ ୬ ବର୍ଷର ହୋଇ ସାରିଥିଲେ ମଧ୍ୟ ସ୍କୁଲ ଯାଉନଥିବାରୁ ତା’ର ପାଠପଢ଼ାର ଯତ୍ନ ନିଆଯିବାକୁ ପ୍ରଶାସନକୁ ନିବେଦନ ମଧ୍ୟ କରିଛି ନାରୀ ଶକ୍ତି ଫାଉଣ୍ଡେସନ୍ ।