
ମୁରିବାହାଲ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ରାଜ୍ୟରେ ନାରୀ ନିର୍ଯ୍ୟାତନା ବୃଦ୍ଧି ପ୍ରତିବାଦରେ ବିରାଟ କ୍ୟାଣ୍ଡେଲ୍ ଶୋଭାଯାତ୍ରା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ଠାରେ ବ୍ଳକ କଂଗ୍ରେସ କମିଟି ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ ରାଜ୍ୟରେ ଅହେତୁକ ନାରୀ ନିର୍ଯ୍ୟାତନା ବୃଦ୍ଧି ପ୍ରତିବାଦରେ ବିରାଟ କ୍ୟାଣ୍ଡେଲ୍(ମଶାଲ )ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରା ସଂଧ୍ୟା ୬ଘଣ୍ଟା ସମୟରେ ମୁରିବାହାଲ ଫରେଷ୍ଟ ଡାକବଙ୍ଗଳାଠାରୁ ବାହାରି ଷ୍ଟେସନପଡ଼ା ପର୍ଯ୍ୟନ୍ତ ଯାଇଥିଲା । ଗତ ୯ ମାସ ମଧ୍ୟରେ ରାଜ୍ୟରେ ଶିଶୁ ଓ ମହିଳାଙ୍କ ପ୍ରତି ଅତ୍ୟାଚାର ବଢ଼ିବାରେ ଲାଗିଥିବା ବେଳେ ୬୦ ହଜାର ଯୁବତୀ, ମହିଳା ଓ ଶିଶୁ ନିଖୋଜ ହୋଇଛନ୍ତି । ୬୪ ସାମୁହିକ ଗଣ ଦୁଷ୍କର୍ମ,୯୪୮ ନାବାଳିକା ଦୁଷ୍କର୍ମ,୧୮୩୦ ମହିଳା ଦୁଷ୍କର୍ମ ୯ ମାସରେ ମୋଟ ୨୮୪୨ନାବାଳିକା ଓ ମହିଳା ଓଡ଼ିଶାରେ ଦୁଷ୍କର୍ମ ଶିକାର ହୋଇଛନ୍ତି । ୧୮୦୦୧ ମହିଳା ନିର୍ଯ୍ୟାତନାର ଶିକାର ହୋଇଥିବାବେଳେ ୨୭୨୧ କେଶ ତଦନ୍ତ ଅପେକ୍ଷାରେ ଅଛି । ପ୍ରତିଦିନ ଶତକଡା ୧୦ ଭାଗ ମହିଳା ଧର୍ଷଣର ଶିକାର ହେଉଥିବା ଭଳି ସଙ୍ଗୀନ ଅଭିଯୋଗ ଆଣି କ୍ୟାଣ୍ଡେଲ ଶୋଭାଯାତ୍ରା କରି ଡବଲ୍ ଇଞ୍ଜିନ ସରକାର ବିରୁଦ୍ଧରେ ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ । ବ୍ଲକ କିଷାନ କଂଗ୍ରେସ ସଭାପତି ଗିରିଧାରୀ ସାହୁଙ୍କ ନେତୃତ୍ୱରେ ତଥା ମୁରିବାହାଲ ବ୍ଲକ ପର୍ଯ୍ୟବେକ୍ଷକ ଯୁବନେତା ଅମିତ୍ ସିଂ ସାଲୁଜା(ସେଜି)ଙ୍କ ତତ୍ୱାବଧାନରେ ହୋଇଥିବା ଏହି ଶୋଭାଯାତ୍ରାରେ ବରିଷ୍ଠ କଂଗ୍ରେସ ନେତା ବିଭିଷଣ ମହାନନ୍ଦ, ଯଦୁପତି ଅଗସ୍ତି, ବିଦ୍ୟାଧର ହାତୀ, ଜିତେନ ହାତୀ, ନରେନ୍ଦ୍ର ବନଛୋର, ସାଗର ଛତ୍ରିଆ, ରାଜେଶ ହେର୍ଣ୍ଣା, କମଳ ବୁଡେକ, ବୁଲୁ କୁମ୍ଭାର, ଭଗବାନ ପଧାନ, ବୁଲୁ ବିଶି, ରତନ ଭୋଇ, ଉମେଶ ସିଂ ବର୍ମା, ଅଶୋକ ନାଗ, ଦୁର୍ବାସା ସାହୁ, ବଳବନ୍ତ ଭୋଇ, ଦିଲୀପ ମାଝୀ, ବିଷ୍ଣୁ ସାହୁ, ସତ୍ୟ ହାତୀ, ବୁଲୁ ବହିଦାର, ଯଦୁ ତାଣ୍ଡି, ପାର୍ଥ ଭୋଇ, ମନୋହର ବାଗ, ଇଶ୍ଵର ଭୋଇ, ପରମାନନ୍ଦ ମହାନ୍ତି, ରଘୁ ତାଣ୍ଡି, ତାରା ସିଂ ଭୋଇ, ଗଙ୍ଗା ବାଗ, ଅକ୍ଷୟ ମହାନନ୍ଦ, ତେଜ ଲୁହା, ଯୁଧା ନାଗ, ସପିନ୍ଦ୍ର ଜାନୀ, ପୂର୍ଣ୍ଣଚନ୍ଦ୍ର ପୁଟେଲଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।