
ବରଗଡ ସାଂସଦଙ୍କୁ ଜନ୍ମ ଦିନର ଶୁଭେଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ବରଗଡ, (ନିରୋଜ କୁମାର ପାଣୀ) : ଏପ୍ରିଲ ୫ ତାରିଖ ଦିନ ବରଗଡ ଲୋକସଭା ସାଂସଦ ପ୍ରଦୀପ ପୁରୋହିତଙ୍କୁ ତାଙ୍କ ଜନ୍ମ ଦିବସରେ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜ୍ଞାପନ କରିବା ସହ ଜୀବନର ସୁଖ ସମୃଦ୍ଧି ପାଇଁ ଭଗବାନଙ୍କ ଠାରେ ପ୍ରାର୍ଥନା କରିଛନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶ୍ରୀ ପୁରୋହିତଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଏତଦ ବ୍ୟତୀତ ଉପ ମୁଖ୍ୟମନ୍ତ୍ରୀ କେ ଭି ସିଂ ଦେଓ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସମେତ ଓଡ଼ିଶା ମନ୍ତ୍ରୀ ମଣ୍ଡଳର ଅନେକ ମନ୍ତ୍ରୀ, ବିଧାୟକ, ଅନେକ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତଙ୍କୁ ଜନ୍ମ ଦିନର ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତିି ।