oom

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ପାଳିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୧ତମ ଜନ୍ମଦିନ ପାଳନ ଅବସରରେ ତା ୧୭/୦୯/୨୦୨୧ରିଖରୁ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସେବା ଓ ସମର୍ପଣ ଅଭିଯାନ ମାଧ୍ୟମରେ ପଦ୍ମପୁର ଭାରତୀୟ ଜନତା ପାର୍ଟି ଓ ଯୁବମୋର୍ଚ୍ଚା ପକ୍ଷରୁ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏ ପରିପ୍ରେକ୍ଷୀରେ ପଦ୍ମପୁର ଶାସ୍ତ୍ରୀଛକଠାରେ ଥିବା ଲାଲ ବାହାଦୁର ଶାସ୍ତ୍ରୀ, ବୋଡାସମ୍ବର ଡ୍ରାଇଭର ସଂଘ ନିକଟରେ ଥିବା ଡଃ ବି.ଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିକୁ ସଫା କରାଯାଇ ମାଲ୍ୟାର୍ପଣ କରାଯାଇଥିଲା । ଏଥିରେ ଯୁବମୋର୍ଚ୍ଚା ରାଜ୍ୟ ସମ୍ପାଦକ ପ୍ରୀତେଶ ବହିଦାର, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ମିଶ୍ର, ଜିଲ୍ଲା ସାଧାରଣ ସମ୍ପାଦକ ସରୋଜ ପାଣିଗ୍ରାହୀ, ନଗର ସଭାପତି ସୁଶିଲ ଅଗ୍ରୱାଲ, ସାଧାରଣ ସମ୍ପାଦକ ଅଶୋକ ମିଶ୍ର, ହରି ସିଂ, ସାଂସଦ ପ୍ରତିନିଧି ଚିନ୍ମୟ କୁମାର ପଣ୍ଡା, ଆଡଭୋକେଟ ଆଦିତ୍ୟ ରଥ, ଯୁବମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ କୁନାଲ ପାଣିଗ୍ରାହୀ, ହିରାଲାଲ ରଣା, ଦୀନେଶ ବାରିକ, ସିରା ସାତୁଆ, ନରେଶ ସାହୁ, ନରୋତ୍ତମ ପ୍ରଧାନ, ଜୀତେନ ସୁନାନୀ, ମଣ୍ଟୁ ପାଣ୍ଡେ, ଦୀପକ ବାରିକ, ସରୋଜ ପ୍ରଧାନ ପ୍ରମୁଖ ଏହି କାର୍ଯ୍ୟକ୍ରମ ଅଂଶ ଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.