oom

ଯୁବପିଢ଼ିଙ୍କ ସଶକ୍ତିକରଣ ପାଇଁ ମୋଦୀ ସରକାରଙ୍କ ପ୍ରୟାସ

jsmm

ନୂଆଦିଲ୍ଲୀ, (ପିଆଇବି) : ଅମୃତ ପିଢ଼ି ଅର୍ଥାତ୍ ଦେଶର ଯୁବବର୍ଗଙ୍କ ସ୍ୱପ୍ନକୁ ସାକାର କରିବା ସହିତ ସେମାନଙ୍କ ପାଇଁ ଅପାର ସୁଯୋଗ ସୃଷ୍ଟି କରିବା ଏବଂ ସେମାନଙ୍କ ମାର୍ଗରେ ଆସୁଥିବା ସବୁ ବାଧା ଦୂର କରିବା ସରକାରଙ୍କ ସଂକଳ୍ପ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ । ଏହାକୁ ସାକାର କରିବା ଲାଗି ଗତ ଏଗାର ବର୍ଷ ମଧ୍ୟରେ ଭାରତ ସରକାର ଯୁବବର୍ଗଙ୍କ ସଶକ୍ତିକରଣ ପାଇଁ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିଛନ୍ତି । ଭାରତରେ ବିଶ୍ୱର ସର୍ବାଧିକ ଯୁବ ଜନସଂଖ୍ୟା ରହିଛି, ଯେଉଁଥିରେ ୩୫ ବର୍ଷରୁ କମ୍ ବୟସର ପ୍ରାୟ ୬୫ ପ୍ରତିଶତ ଲୋକ ଅଛନ୍ତି । ଦେଶର ବିକାଶକୁ ତ୍ୱରାନ୍ୱିତ କରିବା ଏବଂ ଦୀର୍ଘକାଳୀନ ରଣନୀତିକ ଅଭିବୃଦ୍ଧି ହାସଲ କରିବା ଲାଗି ସରକାର ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ଭାବେ ବିବେଚନା କରନ୍ତି । ମୋଦୀ ସରକାରଙ୍କ ଉଦ୍ଦେଶ୍ୟ ହେଉଛି ଯୁବବର୍ଗଙ୍କୁ ଆଗକୁ ବଢିବାରେ ସାହାଯ୍ୟ କରିବା, ସେମାନଙ୍କ ଲକ୍ଷ୍ୟ ହାସଲ କରିବା ଏବଂ ଭାରତକୁ ଭବିଷ୍ୟତରେ ଆଗେଇ ନେବା । ଯୁବ ଭାରତୀୟମାନେ ଯେପରି ଗୁଣାତ୍ମକ ଶିକ୍ଷା, ଆଧୁନିକ କୌଶଳ, ଭଲ ଚାକିରି ପାଇବେ ଏବଂ ସଫଳ ଉଦ୍ୟୋଗୀ ହେବା ପାଇଁ ସହାୟତା ଆବଶ୍ୟକ କରିବେ ତାହା ସରକାର ଏହା ସୁନିଶ୍ଚିତ କରୁଛନ୍ତି । ଗତ ଦଶନ୍ଧି ମଧ୍ୟରେ, ଭାରତ ବିଦ୍ୟାଳୟଠାରୁ ବିଶ୍ୱବିଦ୍ୟାଳୟ ପର୍ୟ୍ୟନ୍ତ ଏହାର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଦ୍ରୁତ ପ୍ରଗତି କରିଛି । ଆଇଆଇଟି, ଆଇଆଇଏମ୍ ଏବଂ ଏମ୍ସ ଭଳି ପ୍ରତିଷ୍ଠାନର ପ୍ରମୁଖ ସଂସ୍କାର ଓ ପ୍ରସାର ସମସ୍ତଙ୍କ ପାଇଁ ଗୁଣାତ୍ମକ ଓ ଭବିଷ୍ୟ ଉନ୍ମୁଖି ଶିକ୍ଷା ପ୍ରଦାନ କରିବା ପାଇଁ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ ଦର୍ଶାଉଛି । ଏଆଇଏସଏଚଇ ପୋର୍ଟାଲର ତଥ୍ୟ ଅନୁଯାୟୀ ୨୦୧୪-୧୫ରେ ଦେଶରେ ୫୧,୫୩୪ଟି ଉଚ୍ଚ ଶିକ୍ଷାନୁଷ୍ଠାନ ଥିବା ବେଳେ ମେ ୨୦୨୫ ସୁଦ୍ଧା ଏଗୁଡ଼ିକର ସଂଖ୍ୟା ୭୦,୬୮୩କୁ ବୃଦ୍ଧି ପାଇଛି । ଏସବୁ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଅନେକ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ରହିଛି । ବିଶ୍ୱ ବିଦ୍ୟାଳୟ ସଂଖ୍ୟା ୭୬୦ରୁ ୧୩୩୪କୁ ବୃଦ୍ଧି ପାଇଥିବା ବେଳେ ମହାବିଦ୍ୟାଳୟଗୁଡ଼ିକର ସଂଖ୍ୟା ୩୮,୪୯୮ରୁ ୫୧,୯୫୯କୁ ବୃଦ୍ଧି ପାଇଛି । ୨୦୧୪ରେ ଦେଶରେ ୧୬ଟି ଆଇଆଇଟି ଥିଲା । ଏବେ ଆଉ ୭ଟି ଆଇଆଇଟି ଯୋଡ଼ି ହେବା ସହ ୨୦୨୫ ମେ ସୁଦ୍ଧା ଆଇଆଇଟିଗୁଡ଼ିକର ସଂଖ୍ୟା ୨୩ରେ ପହଞ୍ଚିଛି । ସରକାର ଗତ ତିରୁପତି, ପଲକ୍କଡ, ଭିଲାଇ, ଜାମ୍ମୁ, ଧରୱାଡ ଆଇଆଇଟିରେ ଭିତ୍ତିଭୂମି ସମ୍ପ୍ରସାରଣ ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି । ୨୦୨୫ରୁ ୨୦୨୯ ପର୍ଯ୍ୟନ୍ତ ଆଇଆଇଟିଗୁଡ଼ିକର ଉନ୍ନତିକରଣ ପାଇଁ ୧୧ ହଜାର ୮୨୮ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବ । କାମ ସମ୍ପୂର୍ଣ୍ଣ ହେଲେ ଏସବୁ ଆଇଆଇଟିର ମୋଟ୍ ୧୩ ହଜାର ୬୮୭ ଜଣ ପିଲା ପାଠ ପଢ଼ିପାରିବେ । ୨୦୧୪ ମସିହାରୁ, ଏମ୍ସ ପ୍ରତିଷ୍ଠାନ ସଂଖ୍ୟା ୭ ରୁ ୨୩ କୁ ବୃଦ୍ଧି ପାଇଛି, ଯାହା ପ୍ରଭାବଶାଳୀ ଭାବରେ ତିନିଗୁଣ ବୃଦ୍ଧି ପାଇଛି । ଏହା ସହିତ, ମେଡିକାଲ କଲେଜ ସଂଖ୍ୟା ୩୮୭ ରୁ ୨୦୪୫କୁ ବୃଦ୍ଧି ପାଇଛି, ଯାହା ୨୦୨୪ ସୁଦ୍ଧା ୧.୯ ଲକ୍ଷରୁ ଅଧିକ ମେଡିକାଲ ସିଟ୍ ପ୍ରଦାନ କରିଛି । ପିଏମଶ୍ରୀ (ପ୍ରଧାନମନ୍ତ୍ରୀ ଉଦୀୟମାନ ଭାରତ ବିଦ୍ୟାଳୟ) ଯୋଜନା ଅଧୀନରେ ୧୪,୫୦୦ ବିଦ୍ୟାଳୟର ଉନ୍ନତିକରଣ କରାଯାଉଛି । ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ୨୦୧୫ ପରଠାରୁ ୧.୬୩ କୋଟିରୁ ଅଧିକ ଯୁବକଙ୍କୁ ବିଭିନ୍ନ କୌଶଳ କ୍ଷେତ୍ରରେ ତାଲିମ ଦିଆଯାଇଛି । ଯୁବବର୍ଗଙ୍କୁ ସ୍ୱଳ୍ପକାଳୀନ ତାଲିମ ଦେବାକୁ ଆରମ୍ଭ ହୋଇଥିବା ଏହି ଯୋଜନା ଏବେ ସୁଦ୍ଧା ୪ଟି ପର୍ଯ୍ୟାୟରେ କାର୍ଯ୍ୟକାରୀ ହୋଇଛି । ପ୍ରଥମ ତିନୋଟି ପର୍ଯ୍ୟାୟରେ ଯଥାକ୍ରମେ ୧୯ ଲକ୍ଷ, ୧.୧୦ କୋଟି ଏବଂ ୭.୩୭ ଲକ୍ଷ କୋଟି ଯୁବବର୍ଗଙ୍କୁ ଦକ୍ଷତା ତାମିଲ ଦିଆଯାଇଛି । ଏବେସୁଦ୍ଧା ଯୋଜନାରେ ୧.୬୩ କୋଟି ଯୁବବର୍ଗ ଦକ୍ଷତା ତାଲିମ ନେଇଛନ୍ତି । ସେହିପରି ସ୍କିଲ ଇଣ୍ଡିଆ ମିଶନ ଜରିଆରେ ୩୬ଟି କ୍ଷେତ୍ରୀୟ ଦକ୍ଷତା ପରିଷଦ ଗଠନକୁ ମଞ୍ଜୁରି ମିଳିଛି । ଏହି ମିଶନ ଯୁବବର୍ଗଙ୍କୁ ନିଯୁକ୍ତି ଆଧାରିତ ପ୍ରଶିକ୍ଷଣ ପ୍ରଦାନ କରିବାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ୨୨ ଅକ୍ଟୋବର ୨୦୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା ରୋଜଗାର ମେଳା କାର୍ଯ୍ୟକ୍ରମ । ଏବେ ସୁଦ୍ଧା ୧୫ଟି ରୋଜଗାର ମେଳା ଜରିଆରେ ୧୦ ଲକ୍ଷରୁ ଅଧିକ ସରକାରୀ ଚାକିରି ନିଯୁକ୍ତିପତ୍ର ପ୍ରଦାନ କରାଯାଇସାରିଛି । ଇପିଏଫଓରେ ୮ କୋଟି ୫୯ ଲକ୍ଷ ନୂଆ ଉପଭୋକ୍ତା ଯୋଡ଼ି ହୋଇଛନ୍ତି । ଏପ୍ରିଲ ୨୦୨୦ ପରଠାରୁ ଏଥିରେ ୩.୪୫ କୋଟି ୧୮-୨୮ ବର୍ଷ ବୟସ୍କ ଯୁବକଯୁବତୀ ଯୋଡ଼ି ହେବା ଏକ ଉଲ୍ଲେଖନୀୟ ଉପଲବ୍ଧି ଯାହାକି ଯୁବବର୍ଗଙ୍କ ନିଯୁକ୍ତିକୁ ଦର୍ଶାଉଛି । ଷ୍ଟାର୍ଟଅପ୍ ଇଣ୍ଡିଆ କାର୍ଯ୍ୟକ୍ରମ ଯୁବବର୍ଗଙ୍କୁ ଚାକିରି ଆଶାୟୀ ପରିବର୍ତ୍ତେ ନିଯୁକ୍ତିସୃଷ୍ଟିକାରୀ ରୂପେ ପରିଣତ କରିଛି । ଏହି କାର୍ଯ୍ୟକ୍ରମ ଅଧୀନରେ ୧.୬ ଲକ୍ଷ ଷ୍ଟାର୍ଟଅପ୍କୁ ମାନ୍ୟତା ମିଳିଛି, ଏଥିମଧ୍ୟରେ ୭୫ ହଜାର ଷ୍ଟାର୍ଟଅପରେ ମହିଳାମାନେ ନେତୃତ୍ୱ ନେଉଛନ୍ତି । ଏସବୁ ଷ୍ଟାର୍ଟଅପରେ ୧୭ ଲକ୍ଷ ୬୦ ହଜାରରୁ ଅଧିକ ରୋଜଗାର ସୃଷ୍ଟି ହୋଇଛି । ଶିଳ୍ପ ଓ ଅନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ ୧.୫୭ ଲକ୍ଷ ଷ୍ଟାର୍ଟଅପକୁ ମାନ୍ୟତା ଦେଇଛି । ୨୦୧୭ରୁ ୨୦୨୪ ମଧ୍ୟରେ ଏସବୁ ଷ୍ଟାର୍ଟଅପ୍ ମିଳିତ ଭାବେ ୪.୮ ଲକ୍ଷ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି କରିଛନ୍ତି । ଏପ୍ରିଲ ୨୦୨୫ରେ ଆରମ୍ଭ ହୋଇଥିବା ମୁଦ୍ରା ଯୋଜନା ଲକ୍ଷ ଲକ୍ଷ କ୍ଷୁଦ୍ର ଉଦ୍ୟୋଗୀଙ୍କୁ ସହଜ ଋଣ ପ୍ରଦାନ କରୁଛି । ୨୩ ଜୁଲାଇ, ୨୦୨୪ରେ, ଆକାଂକ୍ଷୀ ଉଦ୍ୟୋଗୀଙ୍କୁ ଆହୁରି ସମର୍ଥନ କରିବା ପାଇଁ ଋଣ ସୀମା ୧୦ ଲକ୍ଷ ଟଙ୍କାରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା । ଗତ ଦଶନ୍ଧି ମଧ୍ୟରେ ଉଦ୍ୟୋଗୀମାନଙ୍କୁ ମଞ୍ଜୁର କରାଯାଇଥିବା ଋଣ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ୨୦୧୫-୧୬ରେ ୩.୪୯ କୋଟି ଋଣ ମଞ୍ଜୁର କରାଯାଇଥିଲା, ଯାହା ୨୦୨୩-୨୪ରେ ୬.୬୭ କୋଟିକୁ ବୃଦ୍ଧି ପାଇଛି । ୨୧ ମାର୍ଚ୍ଚ, ୨୦୨୫ ସୁଦ୍ଧା, ୨୦୨୪-୨୫ ପାଇଁ ଅସ୍ଥାୟୀ ସଂଖ୍ୟା ୪.୫୩ କୋଟି ଋଣ ରହିଛି । ୨୦୧୫-୧୬ରେ ମୋଟ ଋଣ ପରିମାଣ ୧.୩୭ ଲକ୍ଷ କୋଟି ଟଙ୍କାରୁ ୨୦୨୪-୨୫ରେ ୩୩.୬୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ସରକାର ସାରା ଦେଶରେ କ୍ରୀଡାକୁ ପ୍ରୋତ୍ସାହିତ କରିବା ଏବଂ ଯୁବ ପ୍ରତିଭାକୁ ସମର୍ଥନ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଉତ୍ତମ ତାଲିମ, ସୁବିଧା ଏବଂ ଆର୍ଥିକ ସହାୟତା ସହିତ, ଭାରତ ଏକ ଶକ୍ତିଶାଳୀ କ୍ରୀଡା ରାଷ୍ଟ୍ର ହେବାକୁ ଯାଉଛି। ଟାର୍ଗେଟ୍ ଅଲିମ୍ପିକ୍ସ ପୋଡିୟମ ଯୋଜନାରେ ୯୪ କୋର୍ ଗ୍ରୁପ୍ ଏବଂ ୧୧୨ ଡେଭଲପମେଣ୍ଟ ଗ୍ରୁପ୍ ଖୋଳୀଙ୍କୁ ବିଶ୍ୱସ୍ତରୀୟ ପ୍ରଶିକ୍ଷଣ ଦିଆଯାଇଛି । ଏହି ଯୋଜନା ଫଳରେ ଅଲିମ୍ପିକ୍ସ, ପାରା ଅଲିମ୍ପିକ୍ସ ଭଳି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତୀୟ ଖେଳାଳୀମାନେ ଭଲ ପ୍ରଦର୍ଶନ କରିଛନ୍ତି । ଖେଲୋ ଇଣ୍ଡିଆ ଅଭିଯାନରେ ତୃଣମୂଳ ସ୍ତରର ପ୍ରତିଭାକୁ ପ୍ରୋତ୍ସାହିତ କରିବା ପାଇଁ ୧୦୪୮ କେନ୍ଦ୍ର ଖୋଲାଯାଇଛି । ଖେଲୋ ଇଣ୍ଡିଆ ଅଧୀନରେ ୩ ହଜାର ଖେଳାଳିଙ୍କୁ ବାର୍ଷିକ ୬.୨୮ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ‘ଖେଲୋ ଇଣ୍ଡିଆ ଜାତୀୟ କ୍ରୀଡ଼ା ବିକାଶ କାର୍ଯ୍ୟକ୍ରମ’ ୨୦୧୬-୧୭ ମସିହାରେ ଆରମ୍ଭ ହୋଇଥିଲା ଏବଂ ଏହାର ଦୁଇଟି ଉଦ୍ଦେଶ୍ୟ ଥିଲା ସାରା ଦେଶରେ କ୍ରୀଡାରେ ବ୍ୟାପକ ଅଂଶଗ୍ରହଣ ଏବଂ ଉତ୍କର୍ଷତାକୁ ପ୍ରୋତ୍ସାହିତ କରିବା । ଏହି ଯୋଜନାକୁ ୨୦୨୧-୨୨ ରୁ ୨୦୨୫-୨୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ଏବଂ ଏହାର ଆର୍ଥିକ ବ୍ୟୟ ୩୭୯୦.୫୦ କୋଟି ଟଙ୍କା ରହିଛି । ୨୦୨୫ରେ ଉତ୍ତରାଖଣ୍ଡରେ ଅନୁଷ୍ଠିତ ଜାତୀୟ କ୍ରୀଡ଼ାରେ ୧୦ ହଜାର ଖେଳାଳୀ ଅଂଶଗ୍ରହଣ କରିଥିଲେ । କ୍ରୀଡ଼ାକୁ ପ୍ରୋତ୍ସାହନ ପାଇଁ ସରକାରଙ୍କ ପଦକ୍ଷେପ ଯୋଗୁ ଭାରତ ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଗୋଟିଏ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଏବଂ ୪ଟି କାଂସ୍ୟ ପଦକ ସହିତ ମୋଟ୍ ୭ଟି ପଦକ ହାସଲ କରିଥିଲା । ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତକୁ ମିଳିଥିଲା ୬ଟି ପଦକ । ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାରତ ନିଜ ପାଇଁ ସବୁଠାରୁ ଭଲ ପ୍ରଦର୍ଶନ କରି ୨୯ଟି ପଦକ ହାସଲ କରିଥିଲା । ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ଭାରତ ୨୨ଟି ସ୍ୱର୍ଣ୍ଣ ପଦକ ସହିତ ମୋଟ୍ ୬୧ଟି ପଦକ ହାସଲ କରିଥିଲା । ସରକାର ଯୁବବର୍ଗଙ୍କୁ ସେନାବାହିନୀରେ ନିଯୁକ୍ତି ଦେବା ଲାଗି ଅଗ୍ନିପଥ ଯୋଜନା ଆଣିଛନ୍ତି । ଏହି ଯୋଜନାରେ ସାଢ଼େ ୧୭ରୁ ୨୧ ବର୍ଷ ବୟସର ଯୁବକଯୁବତୀ ଆବେଦନ କରିପାରିବେ । ଅଗ୍ନିବୀରମାନଙ୍କୁ ଚାରି ବର୍ଷ ସେନାବାହିନୀର ସେବା କରିବାର ସୁଯୋଗ ମିଳିବ । ଏମାନଙ୍କୁ ପରବର୍ତ୍ତୀ ସମୟରେ ଅନ୍ୟ ସେବାଗୁଡ଼ିକରେ ନିଯୁକ୍ତିର ସଂରକ୍ଷଣ ଦିଆଯିବ । ଏହିପରି ଭାବେ ଗତ ୧୧ ବର୍ଷ ମଧ୍ୟରେ ଯୁବବର୍ଗଙ୍କ ସଶକ୍ତିକରଣ ପାଇଁ ମୋଦୀ ସରକାର ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛନ୍ତି ।

jittmm
Leave A Reply

Your email address will not be published.