jayashree

ନରସିଂହଙ୍କ ଚୁଡାପାଲି ଗସ୍ତ : ସ୍ୱାସ୍ଥ୍ୟ, ଶିକ୍ଷା ଓ ସୁକତେଲ ପ୍ରକଳ୍ପକୁ ନେଇ ବୁଦ୍ଧିଜୀବୀଙ୍କ ସହ ଆଲୋଚନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଅପରାହ୍ନ ଘ.୫ ସମୟରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଚୁଡାପାଲି ଅଂଚଳର ବିଭିନ୍ନ ସମସ୍ୟାକୁ ନେଇ ସେଠାକାର ବୁଦ୍ଧିଜୀବୀମାନଙ୍କୁ ନେଇ ଏକ ଆଲୋଚନା କରିଛନ୍ତି । ବିଶେଷ କରି ଚୁଡାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ବ୍ୟବସ୍ଥାକୁ ନେଇ ବୁଦ୍ଧିଜୀବୀମାନେ ଶ୍ରୀ ମିଶ୍ରଙ୍କ ଆଗରେ ଘୋର ଅସନ୍ତୋଷ ପ୍ରକାଶ କରିଥିଲେ । ପ୍ରାୟତଃ ଅନେକ ସମୟରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ରହୁନଥିବା ତଥା ଆଉଟଡୋର ଇନଡୋରରେ ରୋଗୀ କେବଳ ନାମକୁ ମାତ୍ର ପଞ୍ଜିକୃତ ହେଉଥିବାରୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପ୍ରକୃତ ଫାଇଦା ଲୋକେ ପାଉନଥିବାର ଆଲୋଚନା ହୋଇଥିଲା । ଛୋଟ ଛୋଟ ଅସ୍ତ୍ରୋପ୍ରଚାର ମଧ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ହେଉନଥିବାରୁ ଲୋକେ ଅଭିଯୋଗ କରିଥିଲେ । ଏହା ସହ ଚୁଡାପାଲିସ୍ଥିତ ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟର ଯୁକ୍ତ ଦୁଇ ଶ୍ରେଣୀରେ ସିଟ ସଂଖ୍ୟା ବଡାଇବା ପାଇଁ ବୁଦ୍ଧିଜୀବୀମାନେ ଦାବୀ କରିଥିଲେ । ସେମାନେ କହିଥିଲେ ଯୁକ୍ତ ଦୁଇରେ କେବଳ ଅନୁସୂଚିତ ଜାତି ପାଇଁ ୧୦ଟି ପୁଅ ଓ ୧୦ଟି ଝିଅ ସିଟ୍ , ଜନଜାତି ପାଇଁ ୨୦ଟି ପୁଅ ଓ ୨୦ଟି ଝିଅ ସିଟ୍ ଅଛି ଏବଂ ସାଧାରଣ ବର୍ଗ ପାଇଁ କେବଳ ୪ଟି ସିଟ୍ ଅଛି । ତେଣୁ ଯେହେତୁ ଏ ବର୍ଷ ରେକର୍ଡ ସଂଖ୍ୟକ ପୁଅ ଝିଅ ହାଇସ୍କୁଲ ପରିକ୍ଷାରେ ପାସ କରିଛନ୍ତି । ଅନୁସୂଚିତ ଜନଜାତି ସିଟ ସହିତ ସାଧାରଣ ବର୍ଗର ସିଟ ବଢାଇବାର ବ୍ୟବସ୍ଥା କରିବା ପାଇଁ ବିଧାୟକ ଶ୍ରୀ ମିଶ୍ରଙ୍କ ଆଗରେ ଦାବୀ କରିଥିଲେ । ଆହୁରି ମଧ୍ୟ ଢୁଲୁସର ଏବଂ ଚୁଡାପାଲି ଅଂଚଳ କିଛି ଲୋୟର ସୁକତେଲ ପ୍ରକଳ୍ପ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଲୋକେ କ୍ଷତିପୁରଣ ପାଇ ନ ଥିବା ଅଭିଯୋଗ କରିଥିଲେ । ଯାହାକି ବିଧାୟକ ଶ୍ରୀ ମିଶ୍ର ତୁରନ୍ତ ଫୋନ ଯୋଗେ ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀଙ୍କୁ ଏହାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ଏବଂ ସ୍ୱାସ୍ଥ୍ୟ ଏବଂ ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟରେ ସିଟ୍ ବଢାଇବା ସମସ୍ୟା ଉପରେ ସେ ପଦକ୍ଷେପ ନେବାର ପ୍ରତିଶୃତି ଦେଇଥିଲେ । ବିଧାୟକଙ୍କ ସହ ଆଲୋଚନା ସମୟରେ ସ୍ଥାନୀୟ ସରପଂଚ ଘାସିରାମ ବେହେରା, ବୁଦ୍ଧିଜୀବୀ ତଥା ବରିଷ୍ଠ ନାଗରିକ ଲୋକନାଥ କୁମୁରା, ଲମ୍ବୋଦର ପଟେଲ, ନିରଞ୍ଜନ ମିଶ୍ର, ଅକ୍ଷୟ ଘିଭେଲା, ଶୁଶିଲ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.