oom

ନରସିଂହଙ୍କ ଚୁଡାପାଲି ଗସ୍ତ : ରୋଗୀ କଲ୍ୟାଣ ସମିତି ଓ ଅନୁସୂଚିତ ଜନଜାତି ବିଦ୍ୟାଳୟ ବୈଠକରେ ଯୋଗଦେଲେ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତକାଲି ଅପରାହ୍ନ ୪ ଘଣ୍ଟା ସମୟରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଚୁଡାପାଲି ଗସ୍ତରେ ଯାଇ ସେଠାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ରୋଗୀ କଲ୍ୟାଣ ସମିତି ବୈଠକ ଏକ ଅନୁସୂଚିତ ଜାତି ଓ ଜନଜାତି ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ କର୍ମଚାରୀ ଏବଂ ସ୍ଥାନୀୟ ବୁଦ୍ଧିଜୀବୀମାନଙ୍କ ସହ ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରିଛନ୍ତି । ଜନଜାତି ବିଦ୍ୟାଳୟର ଶିକ୍ଷକ କର୍ମଚାରୀମାନଙ୍କ ବୈଠକରେ ବିଦ୍ୟାଳୟରେ ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରିଥିଲେ । ଯଦି ଏ ବର୍ଷ ବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନ ବିଭାଗରେ ଆବଶ୍ୟତା ଅନୁଯାୟୀ ସମସ୍ତ ଶିକ୍ଷକ ପଦବୀ ପୁରଣ ହୋଇଥିଲେ ହେଁ ଲେବ୍ରୋଟିୟାନ ଓ ଲେବ୍ରୋଟିୟାନ ଟେକ୍‌ସିଆନ୍‌ ନ ଥିବାରୁ ବିଜ୍ଞାନ ପାଠପଢାରେ ବ୍ୟାଘାତ ହେଉଛି । ଆହୁରି ମଧ୍ୟ ଅଷ୍ଟମ, ନବମ ଓ ଦଶମରେ ଶିକ୍ଷକ ତୁଳନାରେ ଛାତ୍ରଛାତ୍ରୀ ସଂଖ୍ୟା ବହୁତ ବେଶି ଅଛି । ତେଣୁ ଏହା ଉପରେ ମଧ୍ୟ ବିଭାଗ ତୁରନ୍ତ ଧ୍ୟାନ ଦେବା ଉଚିତ ବୋଲି ଶିକ୍ଷକ କର୍ମଚାରୀମାନେ ବିଧାୟକ ଶ୍ରୀ ମିଶ୍ରଙ୍କୁ ଧ୍ୟାନ ଆକର୍ଷଣ କରିଥିଲେ । ସ୍କୁଲ ପାଇଁ ଯାହା କିଛି ଅସୁବିଧା ଅଛି ତାର ଏକ ତାଲିକା ପ୍ରସ୍ତୁତ କରି ତାଙ୍କୁ ପ୍ରଦାନ କରିବା ପାଇଁ ବିଧାୟକ ଶ୍ରୀ ମିଶ୍ର ସ୍କୁଲ କର୍ତ୍ତୃପକ୍ଷଙ୍କୁ କହିବା ସହ ଆଦିବାସୀ ଜନଜାତି ଛାତ୍ରଛାତ୍ରୀମାନଙ୍କର ଶିକ୍ଷାରେ ଯେମିତି କୌଣସି ବାଧା ସୃଷ୍ଟି ହେବ ନାହିଁ ସେ ଉପରେ ଶିକ୍ଷକ କର୍ମଚାରୀମାନଙ୍କୁ ବିଧାୟକ ଶ୍ରୀ ମିଶ୍ର ଅନୁରୋଧ କରିଥିଲେ । ପରେ ବିଧାୟକ ଶ୍ରୀ ମିଶ୍ର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରୋଗୀ କଲ୍ୟାଣ ସମିତି ବୈଠକରେ ଯୋଗ ଦେଇଥିଲେ । ବୈଠକ ଆରମ୍ଭରୁ ବିଗତ ବର୍ଷର ଆର୍ଥିକ ଲେଣଦେଣ ଉପରେ ଆଲୋଚନା ସହିତ ଆଗାମୀ ବର୍ଷ ପାଇଁ ପ୍ରସ୍ତୁତ ହୋଇଥିବା ବଜେଟ ଉପରେ ଆଲୋଚନା ହୋଇଥିଲା । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅନୁପସ୍ଥିତି, ଇନ୍‌ଡୋର, ଆଉଟଡୋର ବିଭାଗ ଠିକ୍‌ ହିସାବରେ ନ ଚାଲିବାକୁ ନେଇ ସଭ୍ୟମାନେ ଅନେକ ଅଭିଯୋଗ କରିଥିଲେ । ଏ ସମସ୍ତ ପ୍ରକାର ଅଭିଯୋଗର ଏକ ବିଧିବଦ୍ଧ ତଦନ୍ତ କରିବା ପାଇଁ ଉପସ୍ଥିତ ଥିବା ବଲାଙ୍ଗିର ସଦର ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ବିଧାୟକ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ ଏବଂ ଆଗାମୀ ବର୍ଷ ବଜେଟରେ ଯାହା କିଛି ରଖାଯାଇଛି ତାର ବୈଧତା ପାଇଁ ଏକ ତିନି ଜଣିଆ କମିଟି ଯାଞ୍ଚ କରି ସେ ବଜେଟକୁ ଚୁଡାନ୍ତ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା । ବିଭିନ୍ନ ପ୍ରକାର ରୋଗର ନିରୁପଣ ପାଇଁ ଦରକାର ହେଉଥିବା ରକ୍ତ ପରୀକ୍ଷାକୁ ଆହୁରି ବ୍ୟାପକ କରିବା ପାଇଁ ଦରକାର ହେଉଥିବା ଏକ ସେମି ଅଟୋ ଅନାଲାଇଜର ଯନ୍ତ୍ରର ଆବଶ୍ୟକତା ଅଛି ବୋଲି ମେଡିକାଲ ଅଫିସର ବିଧାୟକ ଶ୍ରୀ ମିଶ୍ରଙ୍କୁ ଜଣାଇଥିଲେ ଯାହାକି ଶ୍ରୀ ମିଶ୍ର ଜିଲ୍ଲା ଚିକିତ୍ସାଧିକାରୀଙ୍କ ସହ ଏହି ମେସିନର ଉପଲବ୍ଧତା ଉପରେ ଆଲେଚନା କରିବେ ଏବଂ ଯଦି ଦରକାର ପଡେ ସେ ନିଜ ବିଧାୟକ ପାଣ୍ଠିରୁ ଏହି ମେସିନ ପ୍ରଦାନ କରିବେ ବୋଲି ସୂଚନା ଦେଇଥିଲେ । ରୋଗୀ କଲ୍ୟାଣ ସମିତି ବୈଠକରେ ବିଧାୟକ ଶ୍ରୀ ମିଶ୍ରଙ୍କ ବ୍ୟତୀତ ବ୍ଲକ ବିଡିଓ ରାମଦତ୍ତ ଭୋଇ, ମେଡିକାଲ ଅଫିସର ଡା. ନିହାର ରଂଜନ ନାୟକ, ସରପଞ୍ଚ ଘାସିରାମ ବେହେରା, ବିଧାୟକଙ୍କ ପ୍ରତିନିଧି ଲୋକନାଥ କୁମୁରା, ରାଧାକାନ୍ତ ଭୋଇ, ସାମାଜିକ କର୍ମୀ ସୁବାଷ ନନ୍ଦଙ୍କ ସମେତ ସମସ୍ତ ମେଡିକାଲ କର୍ମଚାରୀ ଉପସ୍ଥିତ ଥିବା ବେଳେ ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟ ବୈଠକରେ ସ୍କୁଲ ଅଧ୍ୟକ୍ଷ କୁଶଳେଶ୍ୱର ମିଶ୍ର, ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ସମେତ ସ୍କୁଲର ସମସ୍ତ ଶିକ୍ଷକ କର୍ମଚାରୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.