ଉମାକାନ୍ତି ଓ ବିରୋଧ ତାଣ୍ଡିଙ୍କ ପାଇଁ ନିର୍ବାଚନ ପ୍ରଚାର କଲେ ନରସିଂହ

  • ଅଂଚଳର ବିକାଶ ପାଇଁ ଜିଲ୍କା ପରିଷଦରେ ପରିବତ୍‌ର୍ତ୍ତନ ଆଣନ୍ତୁ -ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନିର୍ବାଚନ ପରେ ନିର୍ବାଚନ ଯାଉଛି । ଗ୍ରାମାଞ୍ଚଳକୁ ଆହୁରି ମଜବୁତ କରିବା ପ୍ରତିଶୃତି ଦେଇ ନିର୍ବାଚନ ଜିତିଲା ପରେ ଦଳ ଓ ନେତାମାନେ ଗାଁ ମଫସଲର ମୁହଁ ଦେଖୁ ନାହାନ୍ତି । ଫଳରେ ଗ୍ରାମଞ୍ଚଳବାସୀଙ୍କ ଜୀବନ ଶୈଳୀରେ କୌଣସି ପରିବର୍ତ୍ତନ ଆସୁନାହିଁ । ଏପରିକି ଲୋକେ ତାଙ୍କର ସର୍ବନିମ୍ନ ଆବଶ୍ୟକତା ପାଇଁ ମଧ୍ୟ ରାଜରାସ୍ତାକୁ ଓହ୍‌ହ୍ଲାଇ ଆନ୍ଦୋଳନ କରିବାକୁ ପଡୁଛି । ତେଣୁ ଯଦି ଆପଣ ମାନେ ଅଂଚଳର ବିକାଶ ଚାହୁଁଛନ୍ତି ତେବେ ଏଈ ଜିଲ୍ଲା ପରିଷଦ ନିର୍ବାଚନରେ ରାଜନୈତିକ ପରିବର୍ତ୍ତନ ଆଣିବା ପାଇଁ ହାତ ଚି଼ହ୍ନରେ ଭୋଟ ଦିଅନ୍ତୁ ବୋଲି ଆଜି ପୁଇଁତଲା ବ୍ଲକ ୧୯ ଓ ୧୮ ନମ୍ବର ଜୋନ ପ୍ରାର୍ଥିନୀ ଉମାକାନ୍ତି ମହାନନ୍ଦ ଓ ବିରୋଧ ତାଣ୍ଡିଙ୍କ ପାଇଁ ନିର୍ବାଚନ ପ୍ରଚାର ବେଳେ ବିଭିନ୍ନ ନିର୍ବାଚନୀ ସଭା ମାନଙ୍କରେ ନରସିଂହ ମିଶ୍ର ଗାଁ ଲୋକଙ୍କୁ ସଚେତନ କରିଛନ୍ତି । ଶ୍ରୀ ମିଶ୍ର ଆହୁରି କହିଛନ୍ତି ଯେ, ଆମ ରାଜ୍ୟର ପଶ୍ଚିମାଞ୍ଚଳରେ ଗ୍ରାମଞ୍ଚଳ ମାନଙ୍କ ଅବସ୍ଥା ଆହୁରି ସଙ୍ଗୀନ ରହିଛି । ରାଜ୍ୟରେ ଯାହା କିଛି ଉନ୍ନତି ହେଉଛି ତାହା ବି ପୂର୍ବାଞ୍ଚଳରେ ସୀମିତ ରହିଛି । କଂଗ୍ରେସ ଦଳ ୫୦ ଦଶକରୁ ଆରମ୍ଭ କରିଥିବା ଗ୍ରାମ୍ୟ ସଶକ୍ତିକରଣ ବିଗତ ୨୦ ବର୍ଷରେ ବାଟବଣା ହୋଇଛି । ଗ୍ରାମଞ୍ଚଳକୁ ସୁଦୃଢ଼ କରିବା ପାଇଁ ଯେତେ ସବୁ କଲ୍ୟାଣକାରୀ ଯୋଜନା କଂଗ୍ରେସ ଅମଳରେ ହୋଇଛି । କିନ୍ତୁ ଲୋକେ ଏହାକୁ ହୃଦୟଙ୍ଗମ ନକରି ବିଗତ ଦୁଇ ଦଶନ୍ଧିରେ କ୍ରମାଗତ ଭାବେ ବିଜେଡି ଓ ବିଜେପି ଦଳକୁ ଭୋଟ ଦେଇଛନ୍ତି । ଫଳରେ ବିଜେପି ଓ ବିଜେଡି ରାଜ୍ୟରେ ମନ ଇଛା ଶାସନ କରୁଛନ୍ତି । ବିଜୟୀ ହେବା ପରେ ଛାତ୍ର ଯୁବକ କୃଷକ ଶ୍ରମିକ ପଛୁଆଁବର୍ଗ ଓ ଆଦିବାସୀଙ୍କ ସ୍ୱାର୍ଥ ବିରୋଧୀ କାମ କରୁଛନ୍ତି । ତେଣୁ ଏଥର ଜିଲ୍ଲାପରିଷଦ ନିର୍ବାଚନରେ ଏହି ଦଳ ମାନଙ୍କୁ ପ୍ରତ୍ୟାଖ୍ୟାନ କରି ଅଂଚଳର ବିକାଶ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କୁ ହାତ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରନ୍ତୁ ବୋଲି ଆହ୍ୱାନ କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ବ୍ଲକ ସଭାପତି ଉମା ଶଙ୍କର ସାହୁ, ଦଳିତ ନେତା ଓମ କୁମ୍ଭାର, ଜିଲ୍ଲା କିଷାନ ସେଲ ସଭାପତି ସାନନ୍ଦ ମିଶ୍ର, କଂଗ୍ରେସ ଜିଲ୍ଲା ସମ୍ପାଦକ ସୁଶାନ୍ତ ଷଡ଼ଙ୍ଗୀ, ଶ୍ରୀନିବାସ ନାଏକ, ଜ୍ୟୋତିଷ ମୁଗ୍ରୀ, ଲଳିତ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.