oom

ଚୁଡାପାଲି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

jsmm
  • ଶିକ୍ଷା ବ୍ୟବସ୍ଥା ସୁଦୃଢ ନହେଲେ ସମାଜ ଅନ୍ଧକାର ଭିତରକୁ ଠେଲି ହୋଇଯିବ : ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚୁଡାପାଲି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ଯୋଗଦେଲେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର । ଏହି ଅବସରରେ ସେ କହିଛନ୍ତି ଯେ, କଥାରେ ଅଛି ଯଦି ଗୋଟିଏ ଅଞ୍ଚଳକୁ ସମୂଳେ ବିନାଶ କରିବାର ଅଛି ତେବେ ସେ ଅଂଚଳର ଶିକ୍ଷା ବ୍ୟବସ୍ଥାକୁ ଦୁର୍ବଳ କରିଦିଅ । ଏପରି ଷଡଯନ୍ତ୍ର ବର୍ତ୍ତମାନ ଆମ ଅଂଚଳ ପ୍ରତି ହେଉଛି । ଆମ ଅଂଚଳର ଶିକ୍ଷାବ୍ୟବସ୍ଥାକୁ ଯଦି ଦେଖିବା ତେବେ ଏହି ଷଡଯନ୍ତ୍ର ଏଠାରେ ଶାସନ କରୁଥିବା ରାଜା ରାଜୁଡାଙ୍କ ଅମଳରୁ ଚାଲିଛି । ଗଣତନ୍ତ୍ରକୁ ହତ୍ୟା କରି ଯେତେବେଳେ ଏମାନେ ରାଜତନ୍ତ୍ର ପ୍ରତିଷ୍ଠା କଲେ ସେତେବେଳରୁ ହିଁ ଏହି ଅଂଚଳ ଶିକ୍ଷା ବ୍ୟବସ୍ଥା ଓ ଷଡଯନ୍ତ୍ର କରି ବରବାଦ କରି ଦିଆଯାଇଛି । ଆହୁରି ମଧ୍ୟ ଏହି ସରକାର ଦୀର୍ଘ ସମୟ ଶାସନ କରିଥିଲେ ହେଁ ଆମ ଅଂଚଳ ଶିକ୍ଷା ବ୍ୟବସ୍ଥାରେ ଥିବା ଦୂରାବସ୍ଥାକୁ ସଜାଡିବା ପରିବତ୍ତେର୍ ଆହୁରି ଦୁର୍ବିସହ ଅବସ୍ଥାକୁ ଠେଲି ଦେଉଛି । ତେଣୁ ମୁଁ ଏଠାରେ ଥିବା ଶିକ୍ଷକ କର୍ମଚାରୀ, ଅଭିଭାବକ ଓ ଛାତ୍ର ଛାତ୍ରୀମାନଙ୍କୁ ଜଣାଇ ଦେବାକୁ ଚାହେଁ ଯେ, ଯେପର୍ଯ୍ୟନ୍ତ ଆମର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରାନଯିବ ଆମର ସମାଜ ସେ ପର୍ଯ୍ୟନ୍ତ ଆହୁରି ଆହୁରି ଅନ୍ଧାର ଭିତରକୁ ଠେଲି ହୋଇଯିବ ବୋଲି ଚୁଡାପାଲି ସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଏସ୍‌ଏସ୍‌ଡି)ର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଶିକ୍ଷା ବ୍ୟବସ୍ଥାକୁ ବିଭିନ୍ନ କିସମର ଶିକ୍ଷକ, ଶିକ୍ଷକ କର୍ମଚାରୀ ତଥା ଅଣ ଶିକ୍ଷକ କର୍ମଚାରୀଙ୍କ ଅଭାବ ଏତେ ଉତ୍କଟ ରୂପ ନେଲାଣି ଯେ ଆମ ଆଗାମୀ ପିଢିର ଭବିଷ୍ୟତ କଣ ହେବ କେହି ଜାଣିପାରୁନାହାନ୍ତି । ଦେଖାଯାଉଛି ଗୋଟିଏ ଶିକ୍ଷକ ଗୋଟିଏ ଶ୍ରେଣୀ ଗୃହରେ ଚାରୋଟି କ୍ଲାସର ଛାତ୍ରମାନଙ୍କୁ ପାଠ ପଢାଉଛନ୍ତି । ଏପରି ପରିସ୍ଥିତିରେ ଆମ ଛାତ୍ର ଉତ୍ତମ ଶିକ୍ଷା ପାଇବେ କି ବୋଲି ପ୍ରଶ୍ନ କରିଥିଲେ । ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ମନୋରଂଜନ ଯୋଷୀ ଯୋଗ ଦେଇ ଛାତ୍ର ଛାତ୍ରୀମାନଙ୍କୁ ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥା ଉପରେ ନିଜ ବକ୍ତବ୍ୟରେ କହିଥିଲେ । ଜିଲ୍ଲା ମଙ୍ଗଳ ଅଧିକାରୀ ଅଲେଖ ବିଶ୍ୱାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଡା. ତରୁଣ କୁମାର ଭୋଇ, ପ୍ରତାପ ଚନ୍ଦ୍ର ମହାନ୍ତି, ସମାଜସେବୀ ଲୋକନାଥ କୁମୁରା, ଦାମୋଦର ବିଶ୍ୱାଲ, ପରିଚାଳନା କମିଟି ସଭାପତି ଅକ୍ଷୟ କୁମାର ଘିଭେଲା ପ୍ରମୁଖ ମଂଚାସୀନ ଥିବା ବେଳେ କାର୍ଯ୍ୟକ୍ରମରେ ଘାସିରାମ ବେହେରା, ଲମ୍ବୋଦର ପଟେଲ, ଶରତ ନନ୍ଦ, ଜୟକୃଷ୍ଣ ମିଶ୍ର, ଶୁଶିଲ ବେହେରା, ଭରତ କୁମାର ସାହୁ, ଗିରିଧାରି ପୁଟା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସ୍କୁଲ ତରଫରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।

jittmm
Leave A Reply

Your email address will not be published.