ଗତ ୧୫ ବର୍ଷର ପୌରସଂସ୍ଥା ଦୁର୍ନୀତି ବିରୁଦ୍ଧରେ କଂଗ୍ରେସକୁ ଭୋଟ ଦିଅନ୍ତୁ : ନରସିଂହ

  • ୱାର୍ଡ ନଂ.୧୮ ଏବଂ ୱାର୍ଡ ନଂ.୧୦ରେ ସୁରେନ୍ଦ୍ର ଅଶ୍ୱପାଳ ଓ ସୀତାରାମ କୁମ୍ଭାର ପାଇଁ ନରସିଂହଙ୍କ ଜୋରଦାର ପ୍ରଚାର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୧୫ ବର୍ଷ ଲଗାତାର ବିଜୁ ଜନତା ଦଳର ଶାସନ ଅଧିନରେ ଅଛି ବଲାଙ୍ଗିର ପୌର ପରିଷଦ ଲୋକେ କ’ଣ ପାଇଛନ୍ତି ସେହି ୧୫ ବର୍ଷରୁ ଦୁର୍ନୀତିର ଚେର ଚାରିଆଡେ ଲମ୍ବି ଲଗାଣି । ସହର ଆବର୍ଜନା କୁଣ୍ଡରେ ପରିଣତ ହୋଇଛି । ଲୋକେ ଏହା ବୁଝିବା ଦରକାର । ମୁଁ ସ୍ପଷ୍ଟ ଭାବରେ କହିପାରିବି ନିର୍ବାଚନରେ ଆଗାମୀ ୫ ବର୍ଷ ପାଇଁ କଂଗ୍ରେସକୁ ଭୋଟ ଦିଅନ୍ତୁ । ଦୁର୍ନୀତି ବିରୁଦ୍ଧରେ କଂଗ୍ରେସକୁ ବିଜୟୀ କରାନ୍ତୁ । ଦେଖିବେ ଆପଣମାନେ ସ୍ୱଚ୍ଛ ଓ ନିର୍ମଳ ପୌର ପରିଷଦ କଂଗ୍ରେସ ପ୍ରଦାନ କରିବ ବୋଲି ଗତକାଲି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ବଲାଙ୍ଗିର ପୌରାଧ୍ୟକ୍ଷା ପ୍ରାର୍ଥିନୀ ମିଲନୀ ସାହୁ, ୱାର୍ଡ ନଂ.୧୮ ଓ ୱାର୍ଡ ନଂ.୧୦ ର କାଉନସିଲର ପ୍ରାର୍ଥୀ ସୁରେନ୍ଦ୍ର ଅଶ୍ୱପାଳ, ସୀତାରାମ କୁମ୍ଭାର ପାଇଁ ନିର୍ବାଚନ ପ୍ରଚାର ବେଳେ ଶ୍ରୀ ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି । ଏହି ମର୍ମରେ ଆହୁରି ମଧ୍ୟ କହିଛନ୍ତି ପୌର ପରିଷଦ ପ୍ରକୃତ କାମ ଯାହା ସେଥିରୁ ସେମାନେ ବିରତ ରହିଛନ୍ତି । ପୌର ପରିଷଦ ଯେଉଁ ଯେଉଁ ସୁବିଧା ବଲାଙ୍ଗିର ଜନସାଧାରଣଙ୍କୁ ପହଞ୍ଚାଇବା କଥା ରାସ୍ତାଘାଟ ସଫା କରିବା, ପାନୀୟ ଜଳ ଯୋଗାଣ କରିବା, ବିଭିନ୍ନ ସରକାରୀ ଯୋଜନାରେ ଉଚିତ ହିତାଧିକାରୀମାନଙ୍କୁ ପହଞ୍ଚାଇବା, ବର୍ଜ୍ୟବସ୍ତୁ ପରିଚାଳନା କରିବାରେ ସେମାନେ ଫେଲ ମାରିଛନ୍ତି । ଏପରି କି ବ୍ଲିଚିଂ ପାଉଡର ଏବଂ ଫିନାଇଲ ଛିଞ୍ଚନ କରିବାରେ ମଧ୍ୟ ଅନେକ ଅର୍ଥ ବାଟ ମାରଣ କରିଛନ୍ତି । ତେଣୁ ଆପଣମାନେ ସୁଚିନ୍ତିତ ଭାବରେ ଏ ବର୍ଷ ମତଦାନ କରନ୍ତୁ କଂଗ୍ରେସ ଦଳର ପ୍ରାର୍ଥୀଙ୍କୁ ଥରେ ଭୋଟ ଦେଇ ଦେଖନ୍ତୁ ଆପଣମାନେ ପରଖି ଥିଲେ ୨୦୧୪ ମସିହାରେ ବଲାଙ୍ଗିରର ନିଶ୍ଚିତ ବିକାଶ ହୋଇଛି ବୋଲି ଆପଣମାନେ ହୃଦୟଙ୍ଗମ କରୁଥିଲେ । ମୁଁ ଦୃଢ ପ୍ରତିଶୃତି ଦେଉଛି । ଏ ବର୍ଷ ଯଦି ଆପଣମାନେ କଂଗ୍ରେସ କାଉନସିଲର ପ୍ରାର୍ଥୀ ଏବଂ ଚେୟାରମେନ ପ୍ରାର୍ଥିନୀ ମିଲନୀ ସାହୁଙ୍କୁ ହାତ ଚିହ୍ନରେ ଭୋଟ ଦେଇ ବିଜୟୀ କରାଇବେ ଦେଖିବେ ଆଗାମୀ ଦିନରେ ବଲାଙ୍ଗିର ସହରର ପ୍ରତ୍ୟେକ ରାସ୍ତାଘାଟ, ନାଳନର୍ଦ୍ଦମା, ସଫେଇ କାର୍ଯ୍ୟକ୍ରମ ଏକ୍‌ଦମ ସୂଚାରୁ ରୂପେ ଆପଣଙ୍କ ଆଶା ମୁତାବକ ହୋଇ ପାରିବ । ଗତକାଲି ୱାର୍ଡ ନଂ.୧୮ର ହରିଜନପଡା, କଲୋନୀପଡା, ନୂଆପଡା, ରାଜିବ ନଗର, ୱାର୍ଡ ନଂ.୧୦ର ସୁଦପଡା, ଗେଟସରୋବରପଡା ପ୍ରମୁଖରେ ଶ୍ରୀ ମିଶ୍ର ନିର୍ବାଚନ ପ୍ରଚାର କରିଥିଲେ । ଏହି ଅବସରେ ଚେୟାରମେନ ପ୍ରାର୍ଥିନୀ ମିଲନୀ ସାହୁ ନିଜ ବକ୍ତବ୍ୟରେ ନରସିଂହ ମିଶ୍ରଙ୍କ ହାତମୁଠାକୁ ଟାଣ କରିବାକୁ ହେଲେ ଏକ ସୁସ୍ଥ ଏବଂ ସୁଦୃଢ ପୌର ସଂସ୍ଥା ନିତାନ୍ତ ଦରକାର ସେଥିପାଇଁ ସେ କଂଗ୍ରେସ ଦଳକୁ ବିପୁଳ ପରିମାଣରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ନିବେଦନ କରିଥିଲେ । ଗତକାଲି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଟାଉନ ସଭାପତି ବୁଲୁ ଦାନି, ଓମ୍‌ ପ୍ରକାଶ କୁମ୍ଭାର, ସାନନ୍ଦ ମିଶ୍ର, ଛାତ୍ର ସଭାପତି ଅଙ୍କିତ ସାହୁ, ସଂଜୟ ମିଶ୍ର, ପବିତ୍ର ବେହେରା, ଲୋପନ ମିଶ୍ର, ରୋସନ ମିଶ୍ର, ସୁରେନ୍ଦ୍ର ଜଟି, ପ୍ରବୋଦ ପାଣିଗ୍ରାହୀ, ଅନନ୍ତ ମଛଖଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.