ଡୁମ୍ବେରବାହାଲ ରାଧାକୃଷ୍ଣ ମନ୍ଦିରରେ ନନ୍ଦୋତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଡୁମ୍ବେରବାହାଲ ଗ୍ରାମର ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିରରେ ଜନ୍ମାଷ୍ଟମୀ ଉପଲକ୍ଷେ ଅଷ୍ଟପ୍ରହରୀ ନାମଯଜ୍ଞ ଓ ନନ୍ଦୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଗୁରୁବାର ସଂଧ୍ୟାରେ କଳସ ଅଧିବାସ ଓ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ ହୋଇଥିବା ବେଳେ ଶୁକ୍ରବାର ଦିନ ନାମାରମ୍ଭ ହୋଇ ଆଜି ପୂର୍ଣ୍ଣାହୁତି ହୋଇଥିଲା । ଏଥିରେ ବଗାରପାଣି, କେଛୋମାଲ, ମୁନେଇକେଲ ଓ ଝାରମୁଣ୍ଡା ଗ୍ରାମର ସଂକିର୍ତ୍ତନ୍ୟ ଦଳମାନ ଯୋଗ ଦେଇଥିଲେ । କୃଷ୍ଣଚନ୍ଦ୍ର ପୁରୋହିତ ସପତ୍ନୀକ କର୍ତ୍ତା ଦାୟିତ୍ଵ ତୁଲାଇଥିବା ବେଳେ ମନ୍ଦିର ପୂଜକ ଅନନ୍ତ କୁମାର ପାଢ଼ୀ ଓ ପଣ୍ଡିତ ଓଁକାରନାଥ ପାଢ଼ୀ ନାମଯଜ୍ଞର ପୂଜକ ଦାୟିତ୍ଵ ତୁଲାଇଥିଲେ । ତୁହାକୁ ତୁହା ବର୍ଷା ସତ୍ତ୍ୱେ ନାମ ଯଜ୍ଞ ଦେଖିବାକୁ ଆଖପାଖ ଗ୍ରାମରୁ ବହୁ ଜନସମାଗମ ହୋଇଥିବା ବେଳେ ଏଥିରେ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ ।

Leave A Reply

Your email address will not be published.