oom

ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ବିଜେପି ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପୌର ପରିଷଦ ନିର୍ବାଚନ ଘୋଷଣା ପରେ ବର୍ତ୍ତମାନ ସହରମାନଙ୍କରେ ପୁଣି ରାଜନୈତିକ ମହୋଲ ସରଗରମ ହେବାକୁ ଲାଗିଛି । ସେହି ପରିପ୍ରେକ୍ଷୀରେ ଗତକାଲି ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ବିଜେପି ଦଳ ପକ୍ଷରୁ ମୋଟ ୧୧ଟି ୱାର୍ଡ ପାଇଁ ପ୍ରାର୍ଥୀପତ୍ର ଦାଖଲ ସହ ଏନ୍‌ଏସି ଅଧ୍ୟକ୍ଷା ପଦ ପାଇଁ ମଧ୍ୟ ନାମାଙ୍କନପତ୍ର ଦାଖଲ କରିଛନ୍ତି । ପ୍ରଥମେ ଦଳ ତରଫରୁ ସମସ୍ତ ପ୍ରାର୍ଥୀ ସ୍ଥାନୀୟ ମା’ ଦୁର୍ଗାଙ୍କର ମନ୍ଦିରରେ ପୂଜା ଅର୍ଚ୍ଚନା କରିବା ସହ ବରଗଡ଼ ସାଂସଦ ସୁରେଶ ପୁଝାରୀ ଏବଂ ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କ ଉପସ୍ଥିତିରେ ଏକ ବିଶାଳ ରେଲିରେ ବାହାରି ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟକୁ ପହଞ୍ଚିବା ସହ ସମସ୍ତ ୱାର୍ଡ ତଥା ଅଧ୍ୟକ୍ଷା ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଥିଲେ । ଅଧ୍ୟକ୍ଷା ପଦ ପାଇଁ ଉଚ୍ଚ ଶିକ୍ଷିତା ମହିଳା ରଞ୍ଜୁ ସେଠ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଗତ ପ୍ରାୟ ୧୦ ବର୍ଷ ହେଲା ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ଅଧ୍ୟକ୍ଷ ପଦ ଶାସକ ଦଳ ଦାଖଲ କରି ଆସୁଥିବା ବେଳେ ଅଞ୍ଚଳର କୌଣସି ବିକାଶ ହୋଇ ନି ପାଣି, ରାସ୍ତା, ସ୍ୱାସ୍ଥ୍ୟ, ଡ୍ରେନ ଆଦିର ମଧ୍ୟ ବ୍ୟବସ୍ଥା ହୋଇନାହିଁ ଏବଂ ଏହି ମୁଦ୍ଦାକୁ ନେଇ ଲୋକଙ୍କ ପାଖକୁ ପହଞ୍ଚିବା ସହ ପରିବର୍ତ୍ତନ ପାଇଁ ଲୋକଙ୍କୁ ଆହ୍ୱାନ ଦେଇ ନିର୍ବାଚନ ଲଢ଼ିବେ ବୋଲି କହିଥିଲେ । ଏହି ରେଲି ପୂର୍ବତନ ନଗରପାଳ ସତ୍ୟବାନ ଅଗ୍ରୱାଲ, ପଦ୍ମପୁର ନଗର ସଭାପତି ସୁନୀଲ ଅଗ୍ରୱାଲ, ଅଶୋକ ମିଶ୍ର, ପ୍ରୀତେଶ ବହିଦାର, ଜ୍ୟୋତ୍ସ୍ନା କର, ଆଦିତ୍ୟ ରଥ, ରାଜୁ ଘିବେଲା, ହରି ସିଂ, ଆନନ୍ଦ ଚନ୍ଦ୍ର ପଣ୍ତା, ସୁବାଷ ପାତ୍ର, ପ୍ରତାପ ନାଥ, ପ୍ରମୋଦ ମେହେର, ନରେଶ ସାହୁ, ଦୀନେଶ ବାରିକ, ଦୀପକ ବାରିକ, ପରମା ଭୋଇ, ପ୍ରକାଶ ଦାସ, ସତ୍ୟ ବାରିକ ପ୍ରମୁଖ ସାମିଲ ଥିଲେ ।

jittmm
Leave A Reply

Your email address will not be published.