om academy

କେରମେଲି ସରପଞ୍ଚ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ରୂପଧର

jsm

ସଇଁନ୍ତଲା, (ଅଜିତ କୁମାର ସାହୁ) : ଗ୍ରାମାଞ୍ଚଳର ବିକାଶ ସ୍ଵପ୍ନ ନେଇ ଏବେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମଇଦାନରେ ପୁଣି ପାଦ ଦେଇଛନ୍ତି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କେରମେଲି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ରୂପାଧର ମାଝୀ । ୨୦୧୭ରୁ ୨୦୨୧ ମସିହାରେ କେରମେଲି ପଞ୍ଚାୟତରେ ଲକ୍ଷ-ଲକ୍ଷ ଟଙ୍କାର ମହା ଦୁର୍ନୀତି ହୋଇଥିବାର ଲୋକଲୋଚନକୁ ଆଣିଥିଲେ । ପଞ୍ଚାୟତବାସୀ ରୂପାଧର ମାଝୀଙ୍କୁ ବହୁତ ପ୍ରଶଂସା କରିଥିଲେ ଓ ତାଙ୍କ ଭଳି ଉଚ୍ଚ ଶିକ୍ଷିତ ବ୍ୟକ୍ତି ସରପଞ୍ଚ ପ୍ରାର୍ଥୀ ହେବା ପାଇଁ ଯୋଗ୍ୟ ବୋଲି ପଞ୍ଚାୟତବାସୀ ହୃଦବୋଧ କରିଥିଲେ । ସେ ସମାଜ ସେବା କରିବାରେ ସବୁ ବେଳେ ଆଗେଇ ଆସୁଥିଲେ । ତେଣୁ କେରମେଲି ପଞ୍ଚାୟତ ସରପଞ୍ଚ ପଦ ପାଇଁ ନାମାଙ୍କନ ପାତ୍ର ଦାଖଲ କରିଛନ୍ତି । ଏହି ଯୁବ ନେତାଙ୍କୁ ନେଇ ଏବେ ପଞ୍ଚାୟତରେ ଚର୍ଚ୍ଚା ଜୋର ଧରିଛି । ନିଶ୍ଚିତ ଭାବେ ରୂପଧର ବିଜୟୀ ଲାଭ କରିବେ ବୋଲି ଲୋକେ ଆଶା କରିଛନ୍ତି ।

Leave A Reply

Your email address will not be published.