ବାବେଜୁରୀ ଗ୍ରାମରେ ମହାଶିବରାତ୍ରୀ ମେଳା ଓ ଷୋହଳ ପ୍ରହରୀ ନାମଯଜ୍ଞ ଉଦଯାପିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ ପଞ୍ଚାୟତ ବାବେଜୁରୀ ଗ୍ରାମସ୍ଥିତ ହରଗୌରୀ ମନ୍ଦିର ଠାରେ ଗତ ମଙ୍ଗଳବାର ଠାରୁ ଚାଲିଥିବା ମହାଶିବରାତ୍ରୀ ମେଳା ତଥା ଷୋହଳ ପ୍ରହରୀ ନାମଯଜ୍ଞ ଶୁକ୍ରବାର ଉଦଯାପିତ ହୋଇଯାଇଛି । ମଙ୍ଗଳବାର ଅଧିବାସ ଦିନ ଗ୍ରାମର ଜୁନାବନ୍ଧରୁ ୧୦୧ ମହିଳା କଳସ ଶୋଭାଯାତ୍ରାରେ ଆଣି ଯଜ୍ଞମଣ୍ଡପରେ ସ୍ଥାପନ କରିଥିଲେ । ବୁଧବାର ଓ ଗୁରୁବାର ଦୁଇଦିନ ଧରି ନାମ ପରିବେଷଣ ହୋଇଥିଲା । ଷୋହଳ ପ୍ରହରୀ ନାମଯଜ୍ଞରେ କର୍ତ୍ତା ରୂପେ ଦେବ ଧରୁଆ ଓ ତାଙ୍କ ଧର୍ମପତ୍ନୀ ସୁବିତା ଧରୁଆ, ପୂଜକ ରୂପେ ପ୍ରଦ୍ୟୁମ୍ନ ଖମାରୀ, ଜପକ ପ୍ରସନ୍ନ ଖମାରୀ ଦାୟିତ୍ଵ ନିର୍ବାହ କରିଥିଲେ । ଷୋହଳ ପ୍ରହରୀ ନାମଯଜ୍ଞରେ ଆୟୋଜକ ବାବେଜୁରୀ ଦଳ, ସାଲେପଡା (ଚଣାବାହାଲ), ସତିଘାଟ, ଗୁଡିଘାଟ, ଘୁଷୁରାମୁଣ୍ଡା (କାଣ୍ଡପଡା), ବକଲାବନ୍ଧ ମହିଲା ଦଳ, ନୁଆଁମୁଣ୍ଡା, କୁର୍ଲୁବାହାଳ ମହିଳା, ଗମ୍ଭାରିଖଲା, ସାଲେପଡା(ମୁରିବାହାଲ), କର୍ଲାପିଟା, ଘଣ୍ଟବାହାଲି ଓ ଗୋଡଧାପଦର ଉଭୟ ମହିଳା ସଙ୍କୀର୍ତ୍ତନ୍ୟ ଦଳଗୁଡିକ ଯୋଗଦେଇ ନାମ ପରିବେଷଣ କରିଥିଲେ । ଏହି ନାମଯଜ୍ଞରେ ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି ରୂପେ କଣ୍ଟାବାଞ୍ଜି ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା, ବିଜେଡ଼ି ନେତା ଡକ୍ଟର ଅମଜାଦ ଖାଁ, କଣ୍ଟାବାଞ୍ଜି ବିଧାୟକଙ୍କ ପ୍ରତିନିଧି ପୁରୁନ ବାଗ, ମୁରିବାହାଲ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ବିଜେପି ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା, ଗୁଡିଘାଟ ସରପଞ୍ଚ ରଶ୍ମିତା ବାଗ ସମିତି ସଭ୍ୟା ପୁଣ୍ୟ ହରପାଲଙ୍କ ସମେତ ସମସ୍ତ ୱାର୍ଡ ସଭ୍ୟସଭ୍ୟା, ବାନ୍ଧୁପଲା ସରପଞ୍ଚ ପ୍ରିୟବ୍ରତ ପ୍ରଧାନୀ ଓ ସମିତି ସଭ୍ୟ ଜଳନ୍ଧର ପ୍ରଧାନୀ, ମୁରିବାହାଲ ସରପଞ୍ଚ ବିଶ୍ୱବିହାରୀ ଯୋଶୀ, ସମିତି ସଭ୍ୟ ଚକ୍ରଧର ହେର୍ଣ୍ଣା, ଲଖନା ସରପଞ୍ଚ ସଦାନନ୍ଦ ଦୀପ, ଚଲକି ସରପଞ୍ଚ ପ୍ରତିନିଧି ବବଲୁ ଭୋଇ, ବିଜେପି ମଣ୍ଡଳ ସଭାପତି ରାମୁ କୁମ୍ଭାରଙ୍କ ସହ ବହୁ ନେତୃସ୍ଥାନୀୟ ବ୍ୟକ୍ତି ଯୋଗଦେଇଥିଲେ । ଆୟୋଜକ ଶ୍ରୀହରଗୌରୀ ମନ୍ଦିର ପରିଚାଳନା ସମିତି ସଭାପତି କରୁଣାକର ମାଝୀ, ଉପସଭାପତି, ଭକ୍ତ ସାହୁ, ରାଜୁ ଦୀପ, କାର୍ଯ୍ୟକାରୀ ସଭାପତି ଗିରିଧାରୀ ସାହୁ, ସମ୍ପାଦକ ଦିଲ୍ଲୀପ ମାଝୀ, ସହସମ୍ପାଦକ ଅଶୋକ ନାଗ, କୋଷାଧ୍ୟକ୍ଷ ଡାକ୍ଟର ମାଝୀ, ଉପଦେଷ୍ଟା ଗିରିଧାରୀ ମହାନନ୍ଦ, ହରି ମାଝୀ, କୁମର ଧରୁଆ, ଉଗ୍ରେସନ ମାଝୀ, ଦୁର୍ବାସା ସାହୁ, କାଳେଶ୍ଵର ଧରୁଆ, ଗୋପାଳ ଧରୁଆ କମିଟିର ବ୍ୟାସୁ, ଦୁର୍ଯ୍ୟମଣି, ସନ୍ୟାସୀ, ପୁରୁନ୍ଦର, ଅମିନ, କବି, ଯେମନ୍ତ, ବୃନ୍ଦାବନ, ବୈକୁଣ୍ଠ, ଗୁପ୍ତେ, ନୀଳାମ୍ବର, ଖଗେ, କପୂର୍ଚନ, ଚନକୁ, ପଦ୍ମନ୍, ଲଛମନ, ରାଜିନ୍, ଗୋଷିଂ, କିଶୋର, ନିଲାମ, ଦିବାକର, ରାକେଶ, ଆକାଶ, ସେବା, ବବଲୁ, ବିବେକ, ଜଗନ୍ନାଥ, ମୋହନ, ଭୋଦେବ, ନିରାକାର, ଜଗନ୍ନାଥ, ଭଲ, ଅଶୋକ, ଗୁରିଆ ବାଗ, ଗଣ୍ଡାରାମ, କାଲୁଙ୍କ ସହ ସମସ୍ତ ଆଞ୍ଚଳିକ ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ସେହିପରି ବ୍ଲକ ଅଞ୍ଚଳର ମୁରିବାହାଲ ରାଧାକୃଷ୍ଣ ଓ ଶିବ ମନ୍ଦିର, ହଦହଦା ଜାମୁଡୁଙ୍ଗିରୀ, ପାତଳପଡା, ଯମୁନା ସମେତ ବିଭିନ୍ନ ମନ୍ଦିର, ଶୈବପୀଠଗୁଡିକରେ ଅନୁଷ୍ଠିତ ଶିବରାତ୍ରୀ ମେଳା ଅଷ୍ଟପ୍ରହରୀ, ଷୋହଳ ପ୍ରହରୀ ନାମଯଜ୍ଞ ଆଦି ସହ ଉଦଯାପିତ ହୋଇଯାଇଛି ।

Leave A Reply

Your email address will not be published.