
ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଟିକ୍ରାପଡା ରାମଜୀ ମନ୍ଦିର ପ୍ରାଙ୍ଗଣରେ ଟିକ୍ରାପଡା ଅହୋରାତ୍ର ନାମଯଜ୍ଞର ସୁବର୍ଣ୍ଣ ଜୟନ୍ତୀ ପାଳନ ଆସନ୍ତା ତା.୧୯.୧୧.୨୦୨୩ ରୁ ତା.୨୭.୧୧.୨୦୨୩ ପର୍ଯ୍ୟନ୍ତ ପାଳନ କରିବାକୁ ମହିଳା କମିଟିର ଏକ ପ୍ରସ୍ତୁତି ବୈଠକ କମିଟିର ସଭାପତି ବନେଶ୍ୱରୀ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ତଥା ୱାର୍ଡ ନଂ. ୧୪,୧୫ ଓ ୧୬ର କାଉନସିଲର ସଞ୍ଜୁଲତା ଦନ୍ତା, ମହେନ୍ଦ୍ର ବାଗ ଓ ସନ୍ତୋଷିନୀ କୁଅଁର ଉପସ୍ଥିତ ରହି ସ୍ୱତନ୍ତ୍ର ନିମନ୍ତ୍ରିତ ସଭ୍ୟ ରୂପେ ମନୋନିତ କରାଯାଇଥିଲା । ଆସନ୍ତା ସୁବର୍ଣ୍ଣ ଜୟନ୍ତୀ ପାଳନରେ ସେମାନେ ପ୍ରମୁଖ ଭୂମିକା ଗ୍ରହଣ କରି ଜୟନ୍ତୀକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଉକ୍ତ ବୈଠକରେ ମହିଳାମାନଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ କରାଯିବା ପାଇଁ ବିଭିନ୍ନ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ବୈଠକରେ ଆୟୋଜକ କମିଟିର ଭଗବାନ ବଗର୍ତ୍ତି, ପ୍ରକାଶ ନେପାକ, ପ୍ରଦୀପ ସାହୁ, କୁନୁ ପାତ୍ର, ଅଙ୍କୁଶ ହୋତା, ଶରତ ଷାଣ୍ଢ, ଅଶୋକ ମିଶ୍ର, ରାଜେନ୍ଦ୍ର ମିଶ୍ର, ବିକାଶ ସା, ପିଙ୍କୁ ପଣ୍ଡା, ବୈଷ୍ଣବ ସାହୁ, ପ୍ରତିମା ମଟାରୀ, ଶୁଶିଳା ସା, ଲିଲି ବେହେରା, ସବିତା ବେହେରା, ଭାରତୀ ନେପାକ ପ୍ରମୁଖ ଉପସ୍ଥିତ ଥାଇ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ । ଶେଷରେ ମହିଳା କମିଟିର ସଂପାଦକ ଲିନା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।