oom

ରସମୁଣ୍ତାରେ ଅଖଣ୍ତ ଛପନ ପ୍ରହରୀ ନାମଯଜ୍ଞ ଆରମ୍ଭ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଭେଙ୍ଗରାଜପୁର ପଞ୍ଚାୟତ ରସମୁଣ୍ତା ଗ୍ରାମ ମାଁ ଲକ୍ଷ୍ମୀ ରାଇସ ମିଲ ପ୍ରୟୋଜକ ପରମାନନ୍ଦ ଅଗ୍ରୱାଲଙ୍କ ତତ୍ତ୍ୱାବଧାନରେ ଅଖଣ୍ତ ଛପନ ପ୍ରହରୀ ନାମଯଜ୍ଞ ଆରମ୍ଭ ହୋଇଯାଇଛି । ଏହି ନାମଯଜ୍ଞ ୧୭ରୁ ଆରମ୍ଭ ହୋଇ ୨୪ ତାରିଖ ଦୀର୍ଘ ୭ ଦିନ ଧରି ଅନୁଷ୍ଠିତ ହେବ । ଛପନ ପ୍ରହରୀ ନାମଯଜ୍ଞରେ କର୍ତ୍ତା ଭାବରେ ମନିଷ କୁମାର ଅଗ୍ରୱାଲ ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ବିନ୍ଦିଆ ଅଗ୍ରୱାଲ ଦାୟିତ୍ୱ ତୁଲାଉଛନ୍ତି । ପଣ୍ଡିତ କାମାକ୍ଷା ପ୍ରସାଦ ଯୋଶୀ, ନବଘନ ଦାଶ, ପିଣ୍ଟୁ ମିଶ୍ର, ଶିଶିର ମିଶ୍ର ପୂଜାକାର୍ଯ୍ୟ ସମ୍ପାଦନ କରୁଛନ୍ତି । ୭ ଦିନ ଧରି ଆରମ୍ଭ ହୋଇଥିବା ନାମଯଜ୍ଞରେ ସ୍ଵେଚ୍ଛାକୃତ ସତ୍ୟନନ୍ଦ ବଗର୍ତ୍ତି, ନାମଯଜ୍ଞ ପରିଚାଳନା କମିଟି ସଭାପତି ପାତାଳ ସାହୁ, ସହଯୋଗୀ ସଦସ୍ୟ ସୁରେନ୍ଦ୍ର ପ୍ରତାପ ସିଂହ ବରିହା, ହୁତାସନ ପାଣ୍ତେ, ସୁବୋଧ କୁମାର ବଡପଣ୍ଡା, ବୃନ୍ଦାବନ ନାୟକ, ଉମାକାନ୍ତ ଶତପଥୀ, ରଶ୍ମିରଞ୍ଜନ ବରିହା ତଥା ଭେଙ୍ଗରାଜପୁର ପଞ୍ଚାୟତବାସୀ ବିଷେଶ ସହଯୋଗ କରୁଛନ୍ତି । ଏହି ଛପନ ପ୍ରହରୀ ନାମଯଜ୍ଞରେ ପାଇକମାଲ ଅଞ୍ଚଳର ବଛା ବଛା ୨୫ ଗୋଟି ସଂକୀର୍ତ୍ତନ ଦଳ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ପ୍ରଥମ ଦିବସ ଦିନରେ କଳସ ସ୍ଥାପନ, ପୂଜାର୍ଚ୍ଚନା ସହ ପ୍ରଭୁଙ୍କ ନାମ ଉଚ୍ଚାରଣ ଆରମ୍ଭ ଅନୁଷ୍ଠିତ ହୋଇଥିଲା । ଦ୍ୱିତୀୟ ଦିବସରେ ବରଗଡ ଜିଲ୍ଲା ବିଜେପି ଉପସଭାପତି ସରୋଜ ସାମଲ, ବରିଷ୍ଠ ନେତା ଗୋବର୍ଦ୍ଧନ ଅଗ୍ରୱାଲ, ପାଇକମାଲ ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର ପ୍ରତାପ ସିଂହ ବରିହାଙ୍କ ସମେତ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ପ୍ରଭୁଙ୍କ ନାମ ଗାନ କରିବା ସହିତ ସାମିଲ ହୋଇଥିଲେ । ଛପନ ପ୍ରହରୀ ନାମଯଜ୍ଞରେ ପ୍ରତ୍ୟେକ ଦିନ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ପାଇଁ ଅନ୍ନଭୋଗ ବଣ୍ଟନ ବ୍ୟବସ୍ଥା କରାଯାଇଛି । ଅଞ୍ଚଳ ଜନସାଧାରଣ ବିଶେଷ ମାତ୍ରାରେ ମାଁ ଲକ୍ଷ୍ମୀ ରାଇସ ମିଲ ଆନୁକୂଲ୍ୟରେ ହେଉଥିବା ଛପନ ପ୍ରହରୀ ନାମଯଜ୍ଞକୁ ସଫଳ କରିବା ପାଇଁ ପ୍ରଯୋଜକ, ସ୍ୱେଚ୍ଛାସେବୀ, ସହଯୋଗୀ ସଦସ୍ୟ ନିବେଦନ କରିଛନ୍ତି ।

jittmm
Leave A Reply

Your email address will not be published.