ଘୋରଡ଼ିଆ ରାଧାକାନ୍ତ ମନ୍ଦିରରେ ଅଷ୍ଟପ୍ରହରୀ ନାମଯଜ୍ଞ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସାଉରିଆ ଗ୍ରାମ ପଞ୍ଚାୟତ ଘୋରଡ଼ିଆ ଗ୍ରାମର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ରାଧାକାନ୍ତ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ତିନିଦିନ ଧରୀ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୭ଟି ଭେଳ ନଦିଆ ସଂକୀର୍ତ୍ତନ ମଣ୍ଡଳୀ ଅଂଶଗ୍ରହଣ କରିଥିଲେ । ଆଦ୍ୟବାସ, ଅଖଣ୍ଡ ହରିନାମ, ନଗର କ୍ରୀତ୍ତନ, ଆଠ ପ୍ରହର ନାମ କୀର୍ତ୍ତନ, ନଗର ଭ୍ରମଣ, ଖୋଳ ପୂଜା ବିଧିବିଧାନ ସମାପନ କରାଯାଇଥିଲା, ଏଥିରେ ଶତାଧିକ ଶ୍ରଦ୍ଧାଳୁ ଅଂଶଗ୍ରହଣ କରିଥିଲେ । ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସମଗ୍ର ଅଞ୍ଚଳ ହରେ କୃଷ୍ଣ ହରେ ରାମ ଧ୍ଵନି ସହ ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହୋଇଥିଲା । ସମସ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା । ମନ୍ଦିର ପରିଚାଳକ ସୋମନାଥ ମଙ୍ଗରାଜ ଏହାକୁ ସୁଚାରୁ ରୂପେ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.