oom

ବେଲବାହାଲି ଗ୍ରାମରେ ଚବିଶ ପ୍ରହରୀ ନାମଯଜ୍ଞ ଉଦ୍‌ଯାପିତ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ବୁବେଲ ପଂଚାୟତ ଅନ୍ତର୍ଗତ ବେଲବାହାଲି ଗ୍ରାମରେ ଚବିଶ ପ୍ରହରୀ ନାମଯଜ୍ଞ ମହାସମାରୋହରେ ଗତକାଲି ଉଦ୍‌ଯାପିତ ହୋଇଯାଇଛି । ଏଥିରେ ୨୭ଟି ପୁରୁଷ କିର୍ତ୍ତନ୍ୟ ଦଳ ଓ ୭ଟି ମହିଳା କିର୍ତ୍ତନ୍ୟ ଦଳ ଭାଗ ନେଇ ନାମ କିର୍ତ୍ତନ୍ୟ ପରିବେଷଣ କରିଥିଲେ । ପ୍ରତ୍ୟେକ ଦିନ ଆଖ ପାଖ ଅଂଚଳର ଶହସ୍ରାଧିକ ଦର୍ଶକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ସନ୍ଧ୍ୟାରେ ଶିଶୁମାନଙ୍କ ମନୋରଂଜନ ପାଇଁ ଉଦ୍ଦିଷ୍ଟ ଥିବା ବେଳେ ଯୁବ ଓ ବୟସ୍କମାନେ ସଂକିର୍ତ୍ତନ୍ୟ ଦେଖି ଆଧ୍ୟାତ୍ମିକତା ଅନୁଭବ କରୁଥିଲେ । ୪ ଦିନ ଧରି ଚାଲିଥିବା ଏହି ନାମଯଜ୍ଞ କାର୍ଯ୍ୟକ୍ରମରେ ଅଂଚଳର ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ଗ୍ରାମର ଗଉଁନ୍ତିଆ ବେଣୁଧର ସାଏ ଓ ତାଙ୍କ ଧର୍ମପତ୍ନୀ ଆରତୀ ସାଏ କର୍ତ୍ତା ଭାବେ ରହିଥିବା ବେଳେ ପୂଜକ ଭାବେ ବାଳକୃଷ୍ଣ ମିଶ୍ର, ରାମଚନ୍ଦ୍ର ମିଶ୍ର ଓ ବିଶେଶ୍ୱର ମିଶ୍ର ପୂଜାକାର୍ଯ୍ୟ ସମ୍ପନ୍ନ କରିଥିଲେ । ଉକ୍ତ ନାମଯଜ୍ଞ କାର୍ଯ୍ୟକ୍ରମ ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ଆନନ୍ଦ ଚନ୍ଦ୍ର ମିଶ୍ର, ସଂପାଦକ ମନୋଜ ସାଏ ଓ କମିଟିର ସମସ୍ତ ସକ୍ରିୟ ସଭ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିବା ବେଳେ ଅଂଜନ ସାଏ, ଜିତୁ ମନହିରା, ଗୟାଧର ସାଏ, ଅନ୍ତର୍ଯ୍ୟାମୀ ସାଏ, ସାରଙ୍ଗ ସାଏ, ସାନନ୍ଦ ମିଶ୍ର, ବିଦୁର ସାଏ, ବିମ୍ବାଧର ସାଏ, ବସନ୍ତ ପଟେଲ, ଜିତୁ ସାଏ, ପ୍ରଶାନ୍ତ ସାଏ, ଗଜାନନ ପଟେଲ, ବୁଦ୍ଧଦେବ ପଟେଲ, ପାର୍ଥ ସାଏ, ତପନ ମାଝି, ସରୋଜ ପରୁଆ, ଭରତ ମନହିରା, ଶାନ୍ତନୁ ଭାଟି, ଜଗଦାନନ୍ଦ ଚନ୍ଦନ, ଜଗନ୍ନାଥ ଚନ୍ଦନ, ଶିଙ୍କୁ ମନହିରା, ଦେବିଲାଲ ମିଶ୍ର, ବିବେକା ସାଏ, ଭାଗବତ ପଟେଲ, ଡାକ୍ତର ମନହୀରା, ବିରସିଂହ ମନହୀରା, ଶଙ୍କର୍ଷଣ ମିଶ୍ର, ରବି ବସ୍ତିଆ, କ୍ଷିତିରାଜ ପରୁଆ, ରୁଦ୍ର ବସ୍ତି, କ୍ଷତିରାଜ ପୁଟେଲ, ଦେବସନ ପଟେଲ, ସୁଧାରୀ ବାଗ ସହ ଗ୍ରାମର ଆବାଳ ବୃଦ୍ଧ ବନିତା ସାହାଯ୍ୟ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.