ସଲଣ୍ଡିଆମୁଣ୍ଡାରେ ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ଅଷ୍ଟପ୍ରହର ନାମଯଜ୍ଞ

କଳାହାଣ୍ଡି, (ନରୋତ୍ତମ ସେଲମା) : କର୍ଲାମୁଣ୍ଡା ବ୍ଲକର ରିଷିଡା ସଲଣ୍ଡିଆମୁଣ୍ଡାଠାରେ ଗଜଲକ୍ଷ୍ମୀ ଚଳିତ ବର୍ଷ ୧୨ ବର୍ଷରେ ପଦାର୍ପଣ କରିଛି । ଏହି ଅବସରରେ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହେଉଛି । ଏଥିରେ ପୂଜକ ଭାବେ ରୁଦ୍ରଦେବ ଦାସ ପୂଜାକାର୍ଯ୍ୟ ସମ୍ପାଦନ କରୁଥିବା ବେଳେଜପକ ଭାବେ ଅଶୋକ କୁମାର ତ୍ରିପାଠୀ, ତ୍ରିବିକ୍ରମ ଦାସ ଓ ପାଚକ କାର୍ଯ୍ୟ ଅରୁଣ ଦାସ ତୁଲାଉଛନ୍ତି । ନାମଯଜ୍ଞରେ କର୍ତ୍ତା ଭାବେ ବରିଷ୍ଠ ସାମ୍ବାଦିକ ନରୋତ୍ତମ ସେଲମା ଓ ତାଙ୍କ ପତ୍ନୀ ବନିତା ସେଲମା ରହିଛନ୍ତି । ଷଡ ବୈଷ୍ଣବ ଭାବରେ ଲଛମନ ଭୋଇ, ସୀତାରାମ ରଣା, ଶେଷଦେବ ରଣା, ଫଗନୁ ରଣା ଖଗେଶ୍ୱର ରଣା, କମଳ ରଣା କାର୍ଯ୍ୟ ତୁଳାଉଛନ୍ତି । ପୂଜା କମିଟି ସଭାପତି ବାବୁଲି ଚରଣ ପରିଡା, ସମ୍ପାଦକ ନରୋତ୍ତମ ସେଲମା, ବାସୁଦେବ ସେଲମା, ହେମନ୍ତ ଭୋଇ, ରଞ୍ଜନ ନାଏକ, ଲୋଚନ ଭୋଇ, ହୃଷିକେଶ ଭୋଇ, ଆଶୁତୋଷ ଦାସ, ମକୁନ୍ଦ ରଣା, ମନୋଜ ଜୈନ, ବିଭୁତି ଭୂଷଣ ସେଠ, ଲଳିତ ଗୌଡ଼, ପାର୍ଥ ସାହୁ, ସୁନୀଲ ବେହେରା, ମାୟାଧର ଭୋଇ, କାନ୍ତ ରଣା, ନରେନ୍ଦ୍ର ସେଲମା, ଅଶୋକ ପାତ୍ର, ଯୁଧିଷ୍ଠିର ସାହୁ, ସନ୍ତୋଷ ପୁଟେଲ, ଶଙ୍କର ଭୋଇ, ଗୋଲାପ ପଧାନ, ସିପୁନ, ଦିପୁନ, ପିଙ୍କୁ, ଲାଲୁ, ଜିତୁ, ଲିଙ୍କୁ, ସୋନୁ, ପିୟୁଷ, ମୁକେଶ ସହଯୋଗ କରୁଛନ୍ତି । ଗତକାଲି ସନ୍ଧ୍ୟାରେ ଏକ ଭବ୍ୟ ଶୋଭାଯାତ୍ରାରେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ସ୍ଥାନୀୟ ବଡ଼ବନ୍ଧରୁ କଳସରେ ପାଣି ଆଣି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ ।

jittmm
Leave A Reply

Your email address will not be published.