ଠିକାଦାରପଡ଼ାରେ ୨୪ ପ୍ରହରୀ ନାମଯଜ୍ଞ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଠିକାଦାରପଡା ଠାରେ ପବିତ୍ର ଶ୍ରୀରାମ ନବମୀ ଅବସରରେ ୨୪ ପ୍ରହରୀ ନାମଯଜ୍ଞ ଆରମ୍ଭ ହୋଇଯାଇଛି । ବୁଧବାର ସନ୍ଧ୍ୟାରେ ପଡ଼ାର ଶତାଧିକ ମହିଳା ଶୋଭାଯାତ୍ରାରେ ଘଣ୍ଟ, ଶଙ୍ଖ, ସଂକୀର୍ତ୍ତନ ସହ ସ୍ଥାନୀୟ ପୋଖରୀରୁ ପୂର୍ଣ୍ଣ କଳସ ଆଣି ପ୍ରହରୀ ମଣ୍ଡପରେ ସ୍ଥାପନ କରିଥିଲେ । ଶତାଧିକ ଭକ୍ତଙ୍କ ଗହଣରେ ଅଖଣ୍ଡ ନାମ ସଂକୀର୍ତ୍ତନ ଆରମ୍ଭ ହୋଇଥିଲା । ମୁଖ୍ୟକର୍ତ୍ତା ରାଜେଶ ତାଣ୍ଡି ଧର୍ମ ପତ୍ନୀ ସୋହିନୀ ତାଣ୍ଡି, ପୂଜକ ପଣ୍ଡିତ ଟଙ୍କଧର ନନ୍ଦ ପୂଜା କର୍ମରେ ନିୟୋଜିତ ରହିଥିଲେ । ଆୟୋଜକ କମିଟିର ସଭାପତି ସୁରେନ୍ଦ୍ର ବାଗ, ସଂପାଦକ ପୃଥ୍ୱୀରାଜ ବରିହା, କୋଷାଧ୍ୟକ୍ଷ ଜୟରାଜ ବରିହା, ମହିଳା ସଭାପତି ଲକ୍ଷ୍ମୀପ୍ରିୟା ନାଗ, ସୀତା ବାଗ, ଗୀତା ବରିହା, କୁମାରୀ ନନ୍ଦ, ଲକ୍ଷ୍ମୀପ୍ରିୟା ସିଂ, ଆନନ୍ଦିନୀ ବରିହା ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.