ଆସନ୍ତାକାଲି ଅନୁଷ୍ଠିତ ହେବ ୧୦୮ ପ୍ରହର ନାମଯଜ୍ଞ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଚନ୍ଦନଭାଟିର ପବିତ୍ର ସୁକତେଲ ନଦୀ କୂଳରେ ୧୦୮ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହେବାକୁ ଯାଉଛି । ଆସନ୍ତା କାଲି ୧୦.୦୦ଟା ସମୟରେ ଭକ୍ତମାନଙ୍କ ଦ୍ୱାରା ମହାସମାବେଶରେ କଳସ ଯାତ୍ରା ହେବ । ସନ୍ଧ୍ୟା ୫.୩୦ରେ ନାମାରମ୍ଭର କାର୍ଯ୍ୟକ୍ରମ ରହିଛି । ଏହା ଆସନ୍ତା ୮/୦୩/୨୦୨୩ ପର୍ଯ୍ୟନ୍ତ ଚାଲିବ । ଏହି ନାମଯଜ୍ଞରେ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରୁ ବଛା ବଛା ୮୪ଟି ସଂକୀର୍ତ୍ତନ୍ୟ ଦଳରୁ ଅଧିକ ଅଂଶଗ୍ରହଣ କରିବା ପାଇଁ ସ୍ୱୀକୃତି ପ୍ରଦାନ କରିଛନ୍ତି । ମୀନାବଜାର ଏହାର ଅନ୍ୟତମ ବିଶେଷ ଆକର୍ଷଣ ହେବ । ଏହି ଶୁଦ୍ଧପୂତ ପବିତ୍ର ନାମଯଜ୍ଞରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ଯୋଗଦେଇ ସହଯୋଗ ଏବଂ ସହାନୁଭୂତି ଜଣାଇବା ସହିତ ମହାନ ଉତ୍ସବକୁ ସାଫଲ୍ୟମଣ୍ଡିତ କରିବା ପାଇଁ ଚନ୍ଦନଭାଟି ପ୍ରହରୀ କମିଟି ତରଫରୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.